Aarogya Maitri Cube Hospital: ମାତ୍ର ୮ ମିନିଟ ମଧ୍ୟରେ ପ୍ରସ୍ତୁତ ହୋଇଗଲା ଜରୁରୀକାଳୀନ ଡାକ୍ତରଖାନା, ଜାଣନ୍ତୁ ଏହାର ବିଶେଷତ୍ୱ
Aarogya Maitri Cube: ଭାରତ ପୁଣି ଥରେ ଏକ ବଡ଼ ସଫଳତା ହାସଲ କରି ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ମେଡ ଇନ ଇଣ୍ଡିଆ ପ୍ରକଳ୍ପ ଏକ ଡାକ୍ତରଖାନା ପ୍ରସ୍ତୁତ କରାଯାଇଛି। ଯାହା ୮ ଘଣ୍ଟା ମଧ୍ୟରେ ଯେକୌଣସି ସ୍ଥାନରେ ପ୍ରସ୍ତୁତ ହୋଇପାରିବ।
Aarogya Maitri Cube Hospital Details: ଯଦି ଆପଣ କେବେ ରୁବିକ୍ କ୍ୟୁବ୍ ଖେଳିଛନ୍ତି ତାହେଲେ କଳ୍ପନା କରନ୍ତୁ ରୁବିକ୍ କ୍ୟୁବ୍ ପରି ଏକ ଡାକ୍ତରଖାନା କେତେ ଛୋଟ ହୋଇପାରେ। ରୁବିକ୍ କ୍ୟୁବ୍ ଭଳି ବନ୍ଦ ରହିଥିବା ଏକ ଡାକ୍ତରଖାନା ପ୍ରସ୍ତୁତ କରିଛି ଭାରତ। ଯାହା ବିଶ୍ୱର ସବୁଠାରୁ କ୍ଷୁଦ୍ର ଜରୁରୀକାଳୀନ ଡାକ୍ତରଖାନା ଭାବେ ପରିଗଣିତ। ଏହି ଡାକ୍ତରଖାନା ଏତେ ଛୋଟ ଯେ ଯାହାକୁ ଏୟାରଲିଫ୍ଟ କରି ଗୋଟିଏ ସ୍ଥାନକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିବ।
ଯଦି ଏହି ଡାକ୍ତରଖାନାକୁ ଆକାଶରୁ ଜମି କିମ୍ବା ପାଣିରେ ଫିଙ୍ଗି ଦିଆଯାଏ ତାହେଲେ ଏହା କ୍ଷତିଗ୍ରସ୍ତ ହେବ ନାହିଁ। ଯାହାକୁ ତିନୋଟି ଲୁହା ଫ୍ରେମ୍ ମଧ୍ୟରେ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ପୃଥକ ପୃଥକ ଭାବରେ ୧୨ ବାକ୍ସ ରହିଛି ଏବଂ ଏହାର ମୋଟ ଓଜନ ହେଉଛି ୭୨୦ କିଲୋଗ୍ରାମ। ପ୍ରତ୍ୟେକ ବାକ୍ସରେ ଏକ QR କୋଡ୍ (Aarogya Maitri Cube Hospital QR Code) ଅଛି। ଯାହା କେଉଁ ବାକ୍ସରେ କେଉଁ ଔଷଧ ଅଛି ଏବଂ ସେମାନଙ୍କ ମିଆଦ କେବେ ପୂର୍ଣ୍ଣ ହେବ ତାହା ଜାଣିବା ପାଇଁ ସ୍କାନ୍ କରାଯାଇପାରିବ। ଏହି ବାକ୍ସରେ ଅନେକ ଚିକିତ୍ସା ଉପକରଣ ସମେତ ଏକ୍ସ-ରେ ସୁବିଧା ରହିଛି।
ଏହି ଡାକ୍ତରଖାନାକୁ (Aarogya Maitri Cube Hospital) ଯୁଦ୍ଧକ୍ଷେତ୍ର କିମ୍ବା ବିପର୍ଯ୍ୟୟ ସ୍ଥଳକୁ ନେଇ ମାତ୍ର ୮-୧୦ ମିନିଟ ମଧ୍ୟରେ ଏହା ମଧ୍ୟରେ ଅପରେସନ୍ ଥିଏଟର (Aarogya Maitri Cube Hospital Operation Theater) ପ୍ରସ୍ତୁତ ହୋଇପାରିବ। ପୁରା ଡାକ୍ତରଖାନା ରୋଗୀଙ୍କୁ ୧ ଘଣ୍ଟା ମଧ୍ୟରେ ଚିକିତ୍ସା ଦେବା ଆରମ୍ଭ କରିଥାଏ। ରୁବିକ୍ କ୍ୟୁବ୍ ହସ୍ପିଟାଲ (Rubik Cube Type Hospital) ମଧ୍ୟରେ ଏକ ଜେନେରେଟର ଲଗାଯାଇଛି। ଏହାର ଛାତ ଉପରେ ଏକ ଅପରେସନ୍ ଥିଏଟର ମଧ୍ୟ ରହିଛି।
ଏହି ଡାକ୍ତରଖାନାରେ ଆଇସିୟୁ, ଅପରେସନ୍ ଥିଏଟର, ବେଡ୍, ଔଷଧ ଏବଂ ଖାଦ୍ୟ ସାମଗ୍ରୀ ମଧ୍ୟ ମହଜୁଦ ରହିଛି। ରୁବିକ୍ କ୍ୟୁବ୍ ହସ୍ପିଟାଲ ୨୦୦ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ପାରିବ। ପ୍ରାୟ ୧୦୦ ରୋଗୀଙ୍କୁ ୪୮ ଘଣ୍ଟା ପାଇଁ ଶଯ୍ୟାରେ ରଖାଯାଇ ପାରିବ। ସମଗ୍ର ଡାକ୍ତରଖାନା ସୌର ଶକ୍ତି ଏବଂ ବ୍ୟାଟେରୀ ସାହାଯ୍ୟରେ ସମ୍ପୂର୍ଣ୍ଣ ଭାବରେ ପାରିଚାଳିତ ହୋଇପାରିବ।
ମେଡି଼କାଲ ଟେଷ୍ଟ ପାଇଁ ପରୀକ୍ଷଣ ଲ୍ୟାବ, ଭେଣ୍ଟିଲେଟର, ଏକ୍ସ-ରେ, ଅଲଟ୍ରାସାଉଣ୍ଡ ମେସିନ୍ ଭଳି ଯନ୍ତ୍ରପାତି ସହିତ ଅନ୍ୟାନ୍ୟ ଚିକିତ୍ସା ଉପକରଣ ରହିଛି। ଯାହା କୌଣସି ଆଧୁନିକ ଡାକ୍ତରଖାନାରେ ମିଳିଥାଏ। ହାତ ଗୋଡ଼ ଭଙ୍ଗିବା, ମୁଣ୍ଡରେ ଆଘାତ, ରକ୍ତସ୍ରାବ ହେଉ କିମ୍ବା ଶ୍ୱାସକ୍ରିୟାରେ ସମସ୍ୟା ହେଉ କିମ୍ବା ଆଣ୍ଟିବାୟୋଟିକ୍ ଏବଂ ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କରୁଥିବା ଔଷଧ ଭଳି ଆବଶ୍ୟକତା ସବୁକିଛି ରୁବିକ୍ କ୍ୟୁବ୍ ହସ୍ପିଟାଲ ଠାରେ ଉପଲବ୍ଧ ରହିଛି।
ଏପରି ସ୍ୱତନ୍ତ୍ର ଧରଣର ଡାକ୍ତରଖାନାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ HLL Lifecare ସହଯୋଗରେ ପ୍ରସ୍ତୁତ କରିଛି। ଏହି ଡାକ୍ତରଖାନାର ମୂଲ୍ୟ ହେଉଛି ଅଢେଇ କୋଟି ଟଙ୍କା। ଏହି ଡାକ୍ତରଖାନା ମିଆଁମାର ଉଦ୍ଦେଶ୍ୟରେ ଦାନ କରାଯାଇଛି। ଖୁବଶୀଘ୍ର ଏହାକୁ ଶ୍ରୀଲଙ୍କା ପଠାଯିବ। ପ୍ରୋଜେକ୍ଟ ଭୀଷ୍ମ (Project Bhishma) ଅଧିନରେ ଏହି ରୁବିକ୍ କ୍ୟୁବ୍ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଯାହାର ନାମ ଆରୋଗ୍ୟ ମୈତ୍ରୀ କ୍ୟୁବ୍ (Aarogya Maitri Cube) ରଖାଯାଇଛି। ଏପରି ୭୨ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଯାହା ସମ୍ପୂର୍ଣ୍ଣ ଭାବରେ ମେଡ ଇନ ଇଣ୍ଡିଆ ପ୍ରକଳ୍ପ (Made in India Project) ଅଧିନରେ ପ୍ରସ୍ତୁତ ହୋଇଛି।