Maharashtra Bus Service: ଅନେକ ଲୋକେ ବସ, ଟ୍ରେନ ଏମିତି କି ଫ୍ଲାଇଟରେ ଯାତ୍ରା କରିବା ସମୟରେ ଗୀତ ଶୁଣିଥାଆନ୍ତି । ଯଦି ଆପଣଙ୍କର ବି ଏହି ଅଭ୍ୟାସ ଅଛି ତେବେ ତାକୁ ବଦଳାଇ ଦିଅନ୍ତୁ । କାରଣ ଏହି ଅଭ୍ୟାସ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଆଜ୍ଞା ହିଁ, ଏଣିକି ବସରେ ଯାତ୍ରା କରିବା ସମୟରେ ବିନା ହେଡ଼ଫୋନ ବା ଇୟର ଫୋନରେ ଗୀତ ଶୁଣିଲେ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ। ଖାଲି ଏତିକି ନୁହେଁ ଏହା କରିବା ଦ୍ବାରା ୩ ମାସର ଜେଲ ମଧ୍ଯ ଭୋଗିପାରନ୍ତି । ଯଦି ଆପଣ ମୁମ୍ବାଇର (Mumbai) ଲୋକାଲ୍ ବସରେ ଯାତ୍ରା କରୁଛନ୍ତି ତାହାଲେ ଗୀତ ଶୁଣିବା ସମୟରେ ହେଡ଼ଫୋନ୍ (Headphone) ବ୍ୟବହାର କରନ୍ତୁ।  ମୁମ୍ବାଇ ପରିବହନ ବିଭାଗ ପକ୍ଷରୁ (Mumbai Transport Department) ଯାତ୍ରୀମାନଙ୍କୁ ମୋବାଇଲରେ ଭିଡିଓ ଦେଖିବା କିମ୍ବା ବିନା ହେଡ଼ ଫୋନରେ ଗୀତ (Playing Music) ବଜାଇବାକୁ ବାରଣ କରିଛି। ଏମିତିକି ଉଚ୍ଚ ସ୍ୱରରେ କଥା ହେବାକୁ ମଧ୍ୟ ବାରଣ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ସାଧାରଣତଃ ବସରେ ଯାତ୍ରା କରିବା ସମୟରେ ଟାଇମ ପାସ କରିବା ଉଦ୍ଦେଶ୍ୟରେ ଭିଡିଓ ଦେଖିଥାଆନ୍ତି ତ ଆଉ କେତେକ ଲୋକେ  ଜୋର ଜୋର ସେ ଗୀତ ଶୁଣିଥାଆନ୍ତି । ଆଉ କେତେକେ ଲୋକେ ଉଚ୍ଚ ସ୍ବରରେ କଥାବାର୍ତ୍ତା କରିଥାଆନ୍ତି । ଯାହା ଫଳକେ ଅନେକ ସମୟରେ ଯାତ୍ରୀଙ୍କ ମଧ୍ଯରେ ଗଣ୍ତଗୋଳ ପରିସ୍ଥିତି ମଧ୍ଯ ଦେଖାଦେଇଥାଏ । ବସ ଭିତରେ ଏସବୁ କାର୍ଯ୍ୟକଳାପ ଯୋଗୁଁ ଅନ୍ୟ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ତେବେ ଏନେଇ ବହୁ ଅଭିଯୋଗ ଆସିବା ପରେ ମୁମ୍ବାଇ ପରବହନ ବିଭାଗ ପକ୍ଷରୁ (Mumbai Transport Department) ଏଭଳି ନିଷ୍ପତ୍ତି ନିଆଯାଇଛି । ଜାତୀୟ ଗଣମାଧ୍ଯମର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବେଷ୍ଟ ଦ୍ବାରା ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ, ଡେସିବଲ ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏନେଇ ବେଷ୍ଚ ମୁଖପାତ୍ର କହିଛନ୍ତି ଯେ, ସହ-ଯାତ୍ରୀମାନେ ଅସୁବିଧାରେ ପଡ଼ିବା ଉଚିତ୍ ନୁହେଁ। ସମସ୍ତ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସିଟି ସିଭିକ୍ ଟ୍ରାନ୍ସପୋର୍ଟ ଏହି ବଡ଼ ନିଷ୍ପତ୍ତି ନେଇଛି।


ଏନେଇ ବିଜ୍ଞପ୍ତିରେ କୁହାଯାଇଛି ଯେ, ଯଦି କୌଣସି ଯାତ୍ରୀ ଏହି ନିୟମ ଉଲ୍ଲଗଂନ କରନ୍ତି ତାହାଲେ ବମ୍ବେ ପୋଲିସ ଅଧିନିୟମର ଧାରା ୩୮ ଓ ୧୧୨ ଅନୁଯାୟୀ ସେହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏପରି କି ନିୟମ ପାଳନ ନ କଲେ ୫ ହଜାର ଟଙ୍କା ଜରିମାନା ସହ ୩ ମାସ ଜେଲ ଦଣ୍ତ ଭୋଗିବାକୁ ପଡି଼ପାରେ । ବେସରକାରୀ ବସ୍‌ରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ, ଘରୋଇ କମ୍ପାନୀରୁ ନିଯୁକ୍ତ ଲିଜ୍ ଯାନ ସହିତ ଏହି ନୂତନ ନିୟମ ବିଷୟରେ ଅବଗତ ହେବେ। ବେଷ୍ଟ ନିକଟରେ ପ୍ରାୟ ୩,୪୦୦ ବସ ରହିଛି । ଏହା ମୁମ୍ବାଇ (Mumbai) ସହିତ ପଡୋଶୀ ସହର ଥାନେ, ନାଭି ମୁମ୍ବାଇ ଓ ମୀରା-ଭାୟାନ୍ଦରକୁ ସାଧାରଣ ପରିବହନ ସେବା ଯୋଗାଇଥାଏ । ପ୍ରତିଦିନ ୩୦ ଲକ୍ଷରୁ ଅଧିକ ଯାତ୍ରୀ ବେଷ୍ଚର ବସ୍ ରେ ଯାତ୍ରା କରନ୍ତି ।


ଏହା ବି ପଢନ୍ତୁ-Maruti suzuki India: ମାରୁତି ସୁଜୁକି ପାଇଁ ଆଇଏସ ଚାକିରୀ ଛାଡ଼ିଥିଲେ ଆର. ସି. ଭାର୍ଗଭା..


ଏହା ବି ପଢନ୍ତୁ-IAS: ଆଇଏଏସ୍ ଅଧିକାରୀ ଉଦିତ୍ ପ୍ରକାଶ ରାୟଙ୍କୁ ଝଟକା, ତାଙ୍କ ବିରୋଧରେ ଜାରି ହେଲା ଏମିତି ନୋଟିସ୍