ଭୁବନେଶ୍ୱର: ଚାକିରି ନାଁରେ ଠକେଇ ନେଇ ସାଂସଦ ପ୍ରଦୀପ ପାଣିଗ୍ରହୀଙ୍କ ନାଁରେ ରୁଜୁ ହୋଇଥିବା ୨ ମାମଲାର ବିଚାର ସରି ରାୟ ପ୍ରକାଶ ପାଇଛି। ଏହି ଦୁଇଟି ମାମଲାରେ ସାଂସଦ ପାଣିଗ୍ରାହୀଙ୍କ ସମେତ ଆଇଏଏଫ୍‍ଏସ୍‍ ଅଭିୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ କରାଯାଇଛି। ଗଞ୍ଜାମ ଗ୍ରାମାଞ୍ଚଳ ଜେଏମ୍‍ଏଫ୍‍ସି ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଏହି ରାୟ ପ୍ରଦାନ କରିଛନ୍ତି। ଆସନ୍ତା କାଲି ପୁଣି ତିନୋଟି ମାମଲାର ଶୁଣାଣି ହେବ।


COMMERCIAL BREAK
SCROLL TO CONTINUE READING

ଡିସେମ୍ବର୪, ୨୦୨୦ ମସିହାରେ ତତ୍‍କାଳୀନ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ପୁଲିସ ଗିରଫ କରିଥିଲା। ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ  ସେ ଏବଂ ତାଙ୍କର ବନ୍ଧୁ ଆଇଏଫ୍‍ଏସ୍‍ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ କିଛି ଲୋକଙ୍କୁ ଠକିଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାକୁ ଖଣ୍ଡନ କରିଥିଲେ ଶ୍ରୀ ପାଣିଗ୍ରାହୀ। କିନ୍ତୁ ରୁଜୁ ହୋଇଥିବା ମାମଲାକୁ ଆଧାର କରି ତାଙ୍କୁ ସେତେବଳେ ୧୪ ଦିନ ପୁଲିସ ରିମାଣ୍ଡକୁ ପଠାଯାଇଥିଲା।


ଆଜି ୪ ବର୍ଷ ପରେ ରାଜନୀତିକ ପରିବର୍ତ୍ତନ ପରେ ଡ. ପାଣିଗ୍ରାହୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ତାଙ୍କର ବନ୍ଧୁମାନେ ମଧ୍ୟ ଏହି ଅଭିଯୋଗରୁ ଖଲାସ ହୋଇଛନ୍ତି। ଶ୍ରୀ ପାଣିଗ୍ରାହୀ ରାୟ ପ୍ରକାଶ ପରେ ’ ସତ୍ୟର ଜୟ ହୋଇଛି’ ବୋଲି କହିଛନ୍ତି।  ଆସନ୍ତା କାଲି ପୁଣିଥରେ କୋର୍ଟରେ ଅନ୍ୟ ୩ଟି ମାମଲାର ଶୁଣାଣି ବେଳେ ସେ ଉପସ୍ଥିତ ରହିବେ ବୋଲି କହିଛନ୍ତି।


Also Read- ଏଚମପିଭିର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ


Also Read- Delhi Election Date:ଫେବୃଆରୀ ୫ରେ ଦିଲ୍ଲୀ ଦେବ ଭୋଟ