Slow Poison: ମାଫିଆ ମୁଖତାର୍ ଅନସାରୀଙ୍କ ମୃତ୍ୟୁରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖୁଛନ୍ତି ଯେ ତାଙ୍କୁ ସ୍ଲୋ ପଏଜନ୍ ଦିଆଯାଇଥିଲା। ମୁଖତାରଙ୍କ ପରିବାର ମଧ୍ୟ ଦାବି କରିଛି ଯେ ତାଙ୍କୁ ଜେଲରେ ସ୍ଲୋ ପଏଜନ୍ ଦିଆଯାଉଥିଲା। ତେବେ ହୃଦ୍‌ଘାତ ଯୋଗୁଁ ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି। ସ୍ଲୋ ପଏଜନ୍ କ’ଣ ଓ ଏହା କିପରି କାମ କରେ ଆସନ୍ତୁ ଏହି ଆର୍ଟିକିଲରେ ଆପଣଙ୍କୁ ଜଣଉଛୁ।


COMMERCIAL BREAK
SCROLL TO CONTINUE READING

Slow Poison କ’ଣ?
ସ୍ଲୋ ପଏଜନର ଅର୍ଥ ହେଉଛି ଏକ ବିଷ ଯାହା ଧୀରେ ଧୀରେ ମଣିଷର ଜୀବନ ନେଇଥାଏ। ସମଗ୍ର ବିଶ୍ୱରେ ଏପରି ଅନେକ ବିଷ ଅଛି ଯାହା ସ୍ଲୋ ପଏଜନ୍ ଭଳି କାମ କରେ। ସେଥିମଧ୍ୟରୁ ଗୋଟିଏ ହେଉଛି ଥାଲିୟମ୍। ଯଦି ଜଣେ ବ୍ୟକ୍ତିଙ୍କୁ ଥାଲିୟମ୍ ଦିଆଯାଏ, ତେବେ ସେ ତୁରନ୍ତ ମରନ୍ତି ନାହିଁ। ବରଂ ପ୍ରଥମେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଏ ଓ ତା’ପରେ ସେ ୨୪ ଘଣ୍ଟା ମଧ୍ୟରେ ସେ ମରିଯାନ୍ତି।


ସବୁଠାରୁ ବିପଜ୍ଜନକ ସ୍ଲୋ ପଏଜନ
ପୋଲୋନିୟମ୍-୨୧୦ ହେଉଛି ଦୁନିଆର ସବୁଠାରୁ ବିପଜ୍ଜନକ ସ୍ଲୋ ପଏଜନ। ଯଦି ଏହା କାହାକୁ ଦିଆଯାଏ ତେବେ ତାଙ୍କର ମୃତ୍ୟୁ ନିଶ୍ଚିତ ଅଟେ। ଏହା ଏତେ ବିପଜ୍ଜନକ ଯେ ଏହାର ଏକ ଗ୍ରାମ ଲକ୍ଷ ଲକ୍ଷ ଲୋକଙ୍କୁ ମାରିପାରେ। ବାସ୍ତବରେ, ଏହା ଏକ ରେଡିଓଆକ୍ଟିଭ୍ ଉପାଦାନ ଓ ଏଥିରୁ ବାହାରୁଥିବା ରେଡିଏସନ୍ ଏତେ ବିପଜ୍ଜନକ ଯେ ଏହା କେବଳ ଶରୀର ଉପରେ ପ୍ରଭାବ ପକାଇବ ନାହିଁ, ବରଂ ବ୍ୟକ୍ତିର ସମଗ୍ର ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ନଷ୍ଟ କରିଥାଏ।


କିପରି କାମ କରେ ସ୍ଲୋ ପଏଜନ୍?
ସ୍ଲୋ ପଏଜନ୍ ଦୁଇଟି ଉପାୟରେ କାମ କରେ। ଗୋଟିଏ ଯାହା ଜଣେ ବ୍ୟକ୍ତିଙ୍କୁ ଅସୁସ୍ଥ କରେ ଓ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ଘଟାଏ ଏବଂ ଅନ୍ୟଟି ମୃତ୍ୟୁ ପାଇଁ ଅନେକ ଦିନ ଲାଗେ। ଅବଶ୍ୟ, ଉଭୟ କ୍ଷେତ୍ରରେ ବ୍ୟକ୍ତି ପ୍ରଥମେ ଅସୁସ୍ଥ ହୋଇଯାଏ, ତାଙ୍କର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇଯାଏ ଓ ତା’ପରେ ସେ ମରିଯାଏ।


ଉଦାହରଣ ସ୍ୱରୂପ, ଯଦି କେହି କାହାକୁ ଥାଲିୟମ୍ ସ୍ଲୋ ପଏଜନ୍ ଭାବରେ ଦେଇଛନ୍ତି, ତେବେ ସେହି ବ୍ୟକ୍ତି ୨୪ ଘଣ୍ଟା ମଧ୍ୟରେ ମରିବେ। ତେବେ ମୃତ୍ୟୁ ପୂର୍ବରୁ ବ୍ୟକ୍ତିର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥାଏ। ସମପରି ଯଦି କେହି ସ୍ଲୋ ପଏଜନ୍ ଭାବରେ କାହାକୁ ଆର୍ସେନିକ୍ ଦିଅନ୍ତି, ସେହି ବ୍ୟକ୍ତି ୨୦ ଦିନରୁ ଏକ ମାସ ମଧ୍ୟରେ ମରିଯାଏ। ଅବଶ୍ୟ, ଆର୍ସେନିକରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ କେତେ ଦିନ ଲାଗେ ତାହା ସେହି ବ୍ୟକ୍ତିଙ୍କୁ ଦିଆଯାଉଥିବା ଆର୍ସେନିକ ପରିମାଣ ଉପରେ ନିର୍ଭର କରେ।