Cheating In The Name Of Increasing Instagram Followers:  ସୋସିଆଲ ମିଡ଼ିଆ ଫ୍ଲାଟଫର୍ମ ଇନଷ୍ଟାଗ୍ରାମ ଏପରି ଏତକ ମଞ୍ଚରେ ପରିଣତ ହୋଇଛି ଯେଉଁଠାରେ ଏହାର ବ୍ୟବହାରକାରୀ ସେମାନଙ୍କର ଫଟୋ, ଭିଡ଼ିଓ, ଷ୍ଟୋରୀ, ରିଲ୍ ଆଦି ସେୟାର କରୁଛନ୍ତି। ହେଲେ ବର୍ତ୍ତମାନ ଲୋକଙ୍କୁ ଠକିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରାଯାଉଛି। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ଏପରି ମୁମ୍ବାଇରେ ଘଟିଯାଇଛି ଏକ ଘଟଣା। ଯେଉଁଠାରେ ଜଣେ ନାବାଳିକାକୁ ଇନଷ୍ଟାଗ୍ରାମ ଫଲୋର୍ସ ବଢାଇବା ନାମରେ ଠକେଇ ହୋଇଥିବାର କୁହାଯାଉଛି। 


COMMERCIAL BREAK
SCROLL TO CONTINUE READING

ଏହି ମାମଲା ମୁମ୍ବାଇ ପୂର୍ବ ଗୋରେଗାଓଁ ଅଞ୍ଚଳରେ ଘଟିଛି। ଏଠାରେ ଜଣେ ୧୬ ବର୍ଷୀୟ ଛାତ୍ରୀ ସାଇବର ଠକେଇର ଶୀକାର ହୋଇଛନ୍ତି। ଏନେଇ ମିଳିଥିବା ଖବର ଅନୁସାରେ ଠକେଇ ଶୀକାର ହୋଇଥିବା ଛାତ୍ରୀଙ୍କୁ ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ଫଲୋର୍ସ ସଂଖ୍ୟାକୁ ୫୦ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଲୋଭନ ଦିଆଯାଇଥିଲା। ଛାତ୍ରୀ ଜଣଙ୍କ ତାଙ୍କ ପିତାମାତାଙ୍କ ସହିତ ରୁହନ୍ତି। ବନରାଇ ପୋଲିସ କହିବା ଅନୁସାରେ ସେହି ଛାତ୍ରୀଙ୍କ ପିତାଙ୍କ ମୋବାଇଲରେ ଏକ ସୋସିଆଲ ମିଡିଆ ଆକାଉଣ୍ଟ ରହିଛି। ଯେତେବେଳେ ସେ ସୋନାଲି ସିଂହ ନାମକ ଏକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ପାଖରୁ ଫଲୋ ରିକ୍ୱେଷ୍ଟ ପାଇଥିଲେ, ସେତେବେଳେ ସେ ଇନଷ୍ଟାଗ୍ରାମ ରୀଲ୍ସ ଦେଖୁଥିଲେ। ଯାହା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା।


ପୋଲିସ ଅଧିକାରୀ କହିଛନ୍ତି ଯେ ସେହି ଛାତ୍ରୀଙ୍କୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଫଲୋର୍ସ ସଂଖ୍ୟାଙ୍କୁ ୫୦ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଲୋଭନ ଦିଆଯାଇଥିଲା। ଏହା ପରେ ସୋନାଲି ସିଂହ ସେହି ନାବାଳିକାଙ୍କୁ କହିଥିଲେ ଯେ ଏଥିପାଇଁ ତାଙ୍କୁ ୬ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ। ହେଲେ ନିଜ ପାଖରେ କେବଳ ୬୦୦ ଟଙ୍କା ରହିଥିବା ନେଇ ନାବାଳିକା ଜଣଙ୍କ କହିଥିଲେ। ଟଙ୍କା ପଠାଇବାକୁ ନବାଳିକା ଜଣଙ୍କ QR Code ମାଗିଥିଲେ। QR Code ପଠାଯିବା ପରେ ନାବାଳିକା ଜଣଙ୍କ ତାଙ୍କ ବାପାଙ୍କ ଖାତାରୁ ଗୁଗୁଲ୍ ପେ ଜରିଆରେ ଟଙ୍କା ସ୍ଥାନାନ୍ତର କରିଥିଲା ​। ସୋନାଲି ସିଂହ ସେହି ଝିଅକୁ କହିଥିଲେ ଯେ ୬୦୦ ଟଙ୍କା ସହିତ ସେ କେବଳ ୧୦ ହଜାର ଫଲୋର୍ସ ପାଇବେ। ଏହା ପରେ ଯେତେବେଳେ ସୋମବାର ସେହି ନାବାଳିକ ଜଣଙ୍କ ଜାଣିବାକୁ ପାଇଲା ଯେ ତାଙ୍କ ଫଲୋର୍ସ ସଂଖ୍ୟା ବଢିନାହାଁନ୍ତି, ସେତେବେଳେ ସେ ସୋନାଲି ସିଂହଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ।


ହେଲେ  ସୋନାଲି ସିଂହ ନବାଳିକାଙ୍କୁ କହିଥିଲେ ଯେ ତାଙ୍କ ଆକାଉଣ୍ଟରେ କିଛି ସମସ୍ୟା ଥିବାରୁ ସେ ଟଙ୍କା ପଠାଇବାରେ ସକ୍ଷମ ନୁହଁନ୍ତି। ଏହା ପରେ ସିଂହ ନାବାଳିକାକୁ ତାଙ୍କ ଖାତାରୁ ପୁରା ଟଙ୍କା ପଠାଇବାକୁ କହିଥିଲେ। ଯାହା ସେ ୬୦୦ ଟଙ୍କା ସହିତ ଫେରସ୍ତ କରିବେ। ଗୋରେଗାଓଁ ସ୍ଥିତ ବିଦ୍ୟାଳୟର ଜଣେ ବାଳିକା  ତାଙ୍କ ପିତାଙ୍କ ଖାତାରେ ଥିବା ୫୫,୧୨୮ ଟଙ୍କା ୟୁପିଆଇ ଆଇଡି ମାଧ୍ୟମରେ ଟ୍ରାନ୍ସଫର କରିଥିଲେ। ତାଙ୍କୁ ଲାଗୁଥିଲା ଯେ ସେ ପୁରା ଟଙ୍କା ଫେରସ୍ତ କରିବେ। ହେଲେ ମଙ୍ଗଳବାର ଯେତେବେଳେ ସେହି ଝିଅର ବାପା ତାଙ୍କ ଫୋନ ଯାଞ୍ଚ କରିଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଖାତାରେ କୌଣସି ଟଙ୍କା ନାହିଁ। ଏହା ପରେ ସେ ତାଙ୍କ ଝିଅକୁ ପଚାରିଥିଲେ। ଯିଏ ଟଙ୍କା ପଠାଯାଇଥିବା ନେଇ କହିଥିଲା। ଏହି ଝିଅର ବାପା ଜଣେ ବ୍ୟବସାୟୀ। ପରେ ଝିର ବାପା ପୋଲିସ ନିକଟକୁ ଯାଇ ଠକେଇ ମାମଲା ରୁଜୁ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ଭାରତୀୟ ପିଙ୍ଗଳ କୋଡ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ସମ୍ପୃକ୍ତ ବିଭାଗ ଅନୁଯାୟୀ ଠକେଇ ମାମଲା ପଞ୍ଜିକୃତ କରିଛୁ ଏବଂ UPI ID ଚିହ୍ନଟ କରିବାକୁ ଚେଷ୍ଟା କରୁଛୁ। ଯେଉଁଠାରେ ଝିଅ ଟଙ୍କା ଟ୍ରାନ୍ସଫର କରିଛି।