Love marriage: କଥାରେ ଅଛି ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ କିମ୍ୱା ଉଚ୍ଚ, ନିଚ୍ଚର ଭେଦଭାବ । ଯେଉଁମାନେ ପ୍ରକୃତରେ ଭଲ ପାଆନ୍ତି ସେମାନେ ନିଜଚ ପ୍ରେମକୁ ସଫଳ କରିବା ପାଇଁ ସବୁ ସୀମା ପାର୍ କରିପାରନ୍ତି । କିଛି ପ୍ରେମ ସଫଳ ହୁଏ ଆଉ କିଛି ଅଧାରେ ରହିଯାଏ ଏମିତି ଅନେକ ଖବର ଆଗରୁ ଆମେ ଆପଣଙ୍କୁ ଜଣାଇଛୁ କିନ୍ତୁ ବର୍ତ୍ତମାନ ଯେଉଁ ଖବରଟି ସାମ୍ନାକୁ ଆସିଛି ତାହା ସମ୍ପୂର୍ଣ୍ଣ ଅଲଗା । ନିଜ ପ୍ରେମକୁ ପାଇବା ପାଇଁ ଝିଅଟିଏ ନିଜ ପରିବାରକୁ ଛାଡି ଧର୍ମକୁ ପରିବର୍ତ୍ତନ କରି ହିନ୍ଦୁ ଧର୍ମ (Hinduism) ଗ୍ରହଣ କରିଛି । ଏ ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆସନ୍ତୁ ଜାଣିବା ଘଟଣାଟି କେଉଁ ଅଞ୍ଚଳର ଓ କେଉଁ ପରିସ୍ଥିତିରେ ଝିଅଟି ଏପରି ପହକ୍ଷପ ନେବାକୁ ବାଧ୍ୟ ହୋଇଛି ।


COMMERCIAL BREAK
SCROLL TO CONTINUE READING

ବିହାରର ବେଟିଆରେ ଜଣେ ମୁସଲମାନ ଝିଅ ଇସଲାମ ଧର୍ମ (Islam religion) ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ପ୍ରେମିକ ସହିତ ଘରୁ ଫେରାର୍ ହୋଇଯିବା ପରେ ଦୁହେଁ ଏକ ମନ୍ଦିରକୁ ଯାଇ ବିବାହ କରିଥିଲେ । ବିବାହ ପୂର୍ବରୁ କନ୍ୟା ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ପଶ୍ଚିମ ଚମ୍ପାରାନର ବାଇରିଆ ପୋଲିସ ଷ୍ଟେସନ ଅଞ୍ଚଳର ପାଟଖୋଲି ଗାଁର ବାସିନ୍ଦା କଲାଶ ମିଆନଙ୍କ ଝିଅ ବର୍ତ୍ତମାନ ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ଜାରି କରି ନ୍ୟାୟ ପାଇଁ ନିବେଦନ କରିଛନ୍ତି। ଝିଅଟି କହିଛି ଯେ, ତାଙ୍କ ପରିବାର ସଦସ୍ୟ ଚାହୁଁଥିଲେ ଯେ ପରିବାର କଥାରେ ସେ ବିବାହ (marriage) କରନ୍ତୁ। ଯେତେବେଳେ ସେ ବିବାହ କରିବାକୁ ପରିବାର ଲୋକଙ୍କୁ ମନା କରିଦେଲେ, ତାଙ୍କ ପିତା ଏବଂ ସମ୍ପର୍କୀୟମାନେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହି କାରଣରୁ ସେ ଭୟବୀତ ହୋଇ ଘରୁ ପଳାଇ ଯାଇଥିଲେ।


ସୂଚନା ମୁତାବକ ଝିଅଟି ରାକେଶ ନାମକ ଜଣେ ବ୍ୟକ୍ତିଙ୍କୁ ପୂର୍ବରୁ ଜାଣିଥିଲା ​​। କିଛି ଦିନର ମିଳିମିଶା ଓ ଫୋନରେ କଥାବାର୍ତ୍ତା ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ (Love relation) ଗଢି ଉଠିଥିଲା । ଉଭୟେ ଅନେକ ସମୟରେ ଲୁଚି ଛପି ପରସ୍ପରଙ୍କୁ ଦେଖା କରୁଥିଲେ । ଅନେକ ସ୍ଥାନକୁ ମଧ୍ୟ ଏକାଠି ବୁଲିବାକୁ ଯାଉଥିଲେ । ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇ ପତି, ପତ୍ନୀ (husband wife) ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ତେଣୁ ପାରିବାରିକ ପ୍ରତିବନ୍ଧକ ଥିଲେ ମଧ୍ୟ ଉଭୟେ ଘରୁ ଫେରାର ହୋଇ ମନ୍ଦିରରେ ଠାକୁରଙ୍କୁ ସାକ୍ଷୀ ରଖି ୭ ଘେରା ନେଇଥିଲେ । ବିବାହ ପରେ ଝିଅଟି କହିଛି ଯେ, ବର୍ତ୍ତମାନ ସେ ରାକେଶଙ୍କ ପତ୍ନୀ ଭାବରେ ଖୁବ ଖୁସିରେ ଜୀବନ ବିତାଉଛନ୍ତି। କିନ୍ତୁ ମନରେ ପରିବାର ସଦସ୍ୟଙ୍କ ପ୍ରତି ଭୟ ରହିଛି । ଝିଅଟି ପୋଲିସ ପ୍ରଶାସନକୁ ନିବେଦନ କରିଛି ଯେ ତାଙ୍କ ପରିବାର ସଦସ୍ୟ କୌଣସି ମୂହୁର୍ତ୍ତରେ କିଛି ବି କରିପାରନ୍ତି ତେଣୁ ସେମାନଙ୍କୁ ସୁରକ୍ଷା ଦିଆଯାଉ।


Also Read- Tiger 3 First Show: ସକାଳ ୭ଟାରେ ଆରମ୍ଭ ହେବ 'ଟାଇଗର-୩'ର ପ୍ରଥମ 'ସୋ', ଏହି ତାରିଖରୁ କରିପାରିବେ ଟିକେଟ ବୁକ୍


Also Read- Karwa Chauth 2023: ସଚିନଙ୍କ ପାଇଁ କରୱା ଚୌଥ ବ୍ରତ କଲେ ସୀମା ହାଇଦର