Lord Krishna Devotee Shabnam: କୁହାଯାଏ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରେମରେ ଯିଏ ପଡିଛି ସେ ସବୁକିଛି ଭୁଲିଯାଇଛି । ସେ ରାଧା ହୁଅନ୍ତୁ କି ମୀରା, ଦେବକି ହୁଅନ୍ତୁ କି ଯସୋଦା, ଭକ୍ତ ସୁଦାମ ହୁଅନ୍ତୁ କି ଗଉଡୁଣୀ , ସମସ୍ତେ ପ୍ରଭୁଙ୍କ ପ୍ରେମରେ ନିଜକୁ ଭିନ୍ନ ଭିନ୍ନ ରୂପରେ ହଜାଇଦେଇଥିଲେ । କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା (mathura) ଓ ଲୀଳା ସ୍ଥାନ ବୃନ୍ଦାବନ ସମଗ୍ର ଦେଶ ତଥା ବିଶ୍ୱରେ ଆଧ୍ୟାତ୍ମିକତା, ଭକ୍ତି ଏବଂ ପ୍ରେମ ରୂପରେ ନିଜର ପ୍ରମୁଖ ସ୍ଥାନ ଅଧିକାର କରିଛି । ସେଥିପାଇଁ ଏହି ସହରରେ ଶ୍ରୀକୃଷ୍ଣଙ୍କର ଅନେକ ଭକ୍ତଙ୍କୁ ଦେଖିବାକୁ ପାଇବେ । ଏହି ଭକ୍ତମାନେ ବିଭିନ୍ନ ଧର୍ମ ରହିଥା'ନ୍ତି । ଏହିପରି ଜଣେ ମୁସଲମାନ ଭକ୍ତ (Muslim Devout) ତାଙ୍କ ଘର ଏବଂ ପରିବାର ଛାଡି ବୃନ୍ଦାବନରେ କାହ୍ନାଙ୍କ ପ୍ରେମରେ ପଡ଼ି ଯାଇଥିଲେ । 


COMMERCIAL BREAK
SCROLL TO CONTINUE READING

ଶବନମ୍ ଉତ୍ତରପ୍ରଦେଶ (uttarpradesh)ର ମୋରାଡାବାଦର ଜିଗର କଲୋନୀ ନିବାସୀ ଇକ୍ରାମ ହୁସେନଙ୍କ ଝିଅ। ଇକ୍ରାମ ହୁସେନ୍ ବାସନ ଏବଂ ପିତ୍ତଳ ମୂର୍ତ୍ତି ତିଆରି କାର୍ଯ୍ୟ କରନ୍ତି । ତାଙ୍କ ଝିଅ ଶବନମ ଆରମ୍ଭରୁ ହିନ୍ଦୁ ଦେବତା (Hindu gods) ଏବଂ ଦେବୀଙ୍କ ପ୍ରତି ବହୁତ ଆକର୍ଷିତ ଥିଲେ । ଏହି କାରଣରୁ, କୃଷ୍ଣଙ୍କ ପ୍ରେମ ତାଙ୍କୁ ବ୍ରଜଭୂମି ଆଡକୁ ଟାଣି ନେଇଥିଲା । ୪ ମାସ ପୂର୍ବେ ସେ ହାତରେ ଲଡୁ ଗୋପାଳଙ୍କୁ ଧରି ବୃନ୍ଦାବନ ଧାମକୁ ଯାଇଥିଲେ । ଏଠାରେ ସେ ଗୋବର୍ଦ୍ଧନ ପାରିକ୍ରମା ମାର୍ଗରେ ଅବସ୍ଥିତ ଗୋପାଳ ଆଶ୍ରମରେ ତାଙ୍କୁ ଏକ ସ୍ଥାନ ମିଳି ଯାଇଥିଲା ଓ ଏବେ ଶବନମ ନିଜ ଜୀବନକୁ ଭଗବାନଙ୍କ ନିକଟରେ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି।


ଶବନମ୍ ମଧ୍ୟ ବିବାହିତ 


୨୦୦୦ ମସିହାରେ, ଶବନମ୍ ଦିଲ୍ଲୀର ଶାହଦରା ନିବାସୀ ଜଣେ ବ୍ୟକ୍ତିଙ୍କୁ ବିବାହ (Marriage) କରିଥିଲେ। ମାତ୍ର ୨୦୦୫ ମସିହାରେ ବିବାହର ୫ ବର୍ଷ ପରେ ଶବନମଙ୍କର ଛାଡପତ୍ର (Divorce) ହୋଇଥିଲା । ଏହା ପରେ ସେ ତାଙ୍କ ପିତା ଇକ୍ରାମଙ୍କ ସହ ଘରକୁ ଫେରି ଆସିଥିଲେ। ତାଙ୍କ ପରିବାରର ଚାରି ଭାଇଭଉଣୀଙ୍କ ମଧ୍ୟରୁ ଶବନମ ହେଉଛନ୍ତି ତୃତୀୟ। ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ଶବନମ୍ ପରିବାର ଛାଡି ଦିଲ୍ଲୀ (Delhi)ରେ ରହିବାକୁ ଲାଗିଲେ । ତା’ପରେ ସେ କିଛି ଦିନ ଏକ ଘରୋଇ କମ୍ପାନୀରେ କାମ କଲେ । ଏହା ପରେ ଶବନମ୍ କିଛି ମାସ ପାଇଁ ଲେଡି ବାଉନ୍ସର୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।


ପରିବାରରୁ ସହ ସମ୍ପର୍କ ଭାଙ୍ଗି କୃଷ୍ଣଙ୍କ ସହ ଯୋଡ଼ି ହେଲେ 


ଭଗବାନ କୃଷ୍ଣଙ୍କର ଭକ୍ତ ଶବନମ୍ କହିଛନ୍ତି ଯେ, ସେ ତାଙ୍କ ପରିବାର (Family) ସହିତ ସମ୍ପର୍କ କାଟି ଦେଇଛନ୍ତି। ବର୍ତ୍ତମାନ ତାଙ୍କର ପିତାମାତା କିମ୍ବା ଭାଇଭଉଣୀଙ୍କ ସହ କୌଣସି କଥାବାର୍ତ୍ତା ନାହିଁ । ଶବନମ୍ ତାଙ୍କ ଲଡୁ ଗୋପାଳଙ୍କୁ ସାଙ୍ଗରେ ନେଇ ନିଜ ହିସାବରେ ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ । ସେ ତାଙ୍କ ମା'ଙ୍କ ଘରେ ଅଧିକ ସମୟ ରହିପାରିଲେ ନାହିଁ । ସେହି ସମୟରେ ଶବନମ୍ ଏକ ଘରୋଇ କମ୍ପାନୀରେ ଚାକିରି ମଧ୍ୟ ପାଇଥିଲେ। ସେ କିଛି ମାସ ପାଇଁ ଲେଡି ବାଉନ୍ସର୍ ଭାବରେ କାର୍ଯ୍ୟ କରିଥିଲେ, କିନ୍ତୁ ଚାକିରି ପସନ୍ଦ ଆସିଲା ନାହିଁ। ସେ ଇଶ୍ୱରଙ୍କ ଭକ୍ତିରେ ଲୀନ ରହିବାକୁ ଚାହୁଁଥିଲେ । ଶବନମ୍ ତାଙ୍କ ନାମ ମୀରାକୁ ପରିବର୍ତ୍ତନ କରିଛନ୍ତି । ସେ ମଧ୍ୟ ତାଙ୍କ ନାମ ମୀରା ଡକ୍ୟୁମେଣ୍ଟରେ ରଖିବାକୁ ଚାହୁଁଛନ୍ତି । କିନ୍ତୁ, ଏପର୍ଯ୍ୟନ୍ତ ଏହା ହୋଇନାହିଁ । ସେ ବିଶ୍ୱାସ ରଖିଛନ୍ତି ଯେ ଦିନେ ନା ଦିନେ ଏହା ହେବ । ସେ କହିଛନ୍ତି ଯେ ସେ ସାରା ଜୀବନ କୃଷ୍ଣଙ୍କ ଭକ୍ତିରେ ବିତାଇବାକୁ ଚାହୁଁଛନ୍ତି ।


Also Read- Ollywood News: ଅନୁଭବ-ବର୍ଷା ବିବାଦ: ବର୍ଷାଙ୍କୁ ୪ଘଣ୍ଟା ଧରି ଶେଷ ପଚରାଉଚରା