JG-17 Thunder Multi Role Fighter Jet: ଆନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଲଜ୍ଜିତ ହୋଇଛି ପାକିସ୍ତାନ। ଗତ ୨୦୧୯-୨୧ ବର୍ଷ ମଧ୍ୟରେ ମିଆଁମାରରେ କ୍ଷମତାସୀନ ସାମରିକ ସରକାରକୁ ପାକିସ୍ତାନ ଜିଜେ-୧୭ ଥଣ୍ଡର ମଲ୍ଟି ରୋଲ୍ ଫାଇଟର ଜେଟ ଯୋଗାଇ ଦେଇଥିଲା। ଯାହା ବର୍ତ୍ତମାନ ବ୍ୟବହାର ପାଇଁ ଅଯୋଗ୍ୟ ଘୋଷିତ ହୋଇଛି। ବୈଷୟିକ ତ୍ରୁଟି କାରଣରୁ ମିଆଁମାର ସୈନ୍ୟ ସରକାରକୁ ମିଳିଥିବା ମୋଟ ୧୧ ଯୁଦ୍ଧ ବିମାନ କାମ କରୁନାହିଁ। ଯେଉଁ କାରଣରୁ ମିଆଁମାର ସେନା ସରକାର ପାକିସ୍ତାନ ଉପରେ ତାତି ଉଠିଛନ୍ତି। ଏତେ ସଂଖ୍ୟକ ବିମାନରେ କାହିଁକି ଯାନ୍ତ୍ରିକ ତ୍ରୁଟି ଦେଖାଗଲା ତାହାର ଜବାବ ରଖିବାକୁ ମିଆଁମାର ସେନା ସରକାର ପାକିସ୍ତାନ ଉଦ୍ଦେଶ୍ୟରେ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଗତ ୨୦୧୬ ବର୍ଷରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ପାକିସ୍ତାନ ମିଆଁମାର ସୈନ୍ୟ ସରକାରକୁ (Myanmar Military Government) ଜେଏଫ-୧୭ ଯୁଦ୍ଧ ବିମାନ (JF-17 Fighter Jet) ଯୋଗାଇ ଦେଇଥିଲା। ଚୀନ୍‌ ଚେଙ୍ଗଡୁ ବିମାନ ଶିଳ୍ପ ନିଗମ (China Chengdu Aircraft Industries Corporation) ସହଯୋଗରେ ପାକିସ୍ତାନ ଏରୋନଟିକାଲ୍ କମ୍ପ୍ଲେକ୍ସ (Pakistan Aeronautical Complex) ଦ୍ୱାରା ଜେଏଫ-୧୭ ଯୁଦ୍ଧ ଜାହାଜ (JF-17 Fighter Plane) ନିର୍ମିତ ହୋଇଥିଲା। ମିଆଁମାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯୁଦ୍ଧ ମିଳିବାର କିଛି ସମୟ ପରେ ମିଆଁମାର ସେନା ଜେଏଫ-୧୭ ଯୁଦ୍ଧ ବିମାନ ପରିଚାଳନା କରିବା ବନ୍ଦ କରି ଦେଇଥିଲା। କାରଣ ପାକିସ୍ତାନ-ଚୀନ ଦ୍ୱାରା ନିର୍ମିତ ଯୁଦ୍ଧ ବିମାନରେ (Pakistan-China Made JF-17 Fighter Jet) ଅନେକ ଗଠନ ମୂଳକ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହୋଇଥିଲା। ଗତବର୍ଷ ପାକିସ୍ତାନ ମଧ୍ୟ ମିଆଁମାର ସେନାକୁ (Myanmar Armed Force) ଜେଏଫ-୧୭ ଯୁଦ୍ଧ ବିମାନ ପଠାଇଥିଲା। ହେଲେ ସେତେବେଳେ ମଧ୍ୟ ଯୁଦ୍ଧ ବିମାନରେ ସମାନ ତ୍ରୁଟି ମଧ୍ୟ ଚିହ୍ନଟ ହୋଇଥିଲା। 


ତ୍ରୁଟିପୂର୍ଣ୍ଣ ବିମାନ ଯୋଗାଣକୁ ତାତି ଉଠିଲା ମିଆଁମାର ସେନା
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମିଆଁମାର ସୈନ୍ୟ ସରକାର ନେତା ଜେନେରାଲ୍ ମିନ ଅଙ୍ଗ ଲାଙ୍ଗ, ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ ଏବଂ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ଉପରେ ଅସନ୍ତୋ ବ୍ୟକ୍ତ କରିଛନ୍ତି। ଏହି ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ଚୀନ୍-ପାକିସ୍ତାନର ମିଳିତ ଉଦ୍ୟମରେ ନିର୍ମିତ ଜେଏଫ-୧୭ ଯୁଦ୍ଧ ବିମାନରେ ରହିଥିବା ଯାନ୍ତ୍ରିକ ତ୍ରୁଟି ସୁଧାରିବା ପାଇଁ ପାକିସ୍ତାନୀ ଇଞ୍ଜିନିୟର୍ସ ଗତ ବର୍ଷ ସେପ୍ଟେମ୍ବର ମାସରେ ମିଆଁମାର ଗସ୍ତ କରିଥିଲେ। ହେଲେ ଯୁଦ୍ଧ ବିମାନରେ ସମାନ ସମସ୍ୟା ଜାରି ରହିଛି। ଯାହାକୁ ନେଇ ମିଆଁମାର ସେନା ସରକାର ତାତି ଉଠିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ମିଆଁମାର ସରକାର ପାକିସ୍ତାନ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପଠାଇଛି।


ଯୁଦ୍ଧ ବିମାନରେ ରହିଥିବା ତ୍ରୁଟି କାରଣରୁ ମିଆଁମାର ସେନା ବହୁତ କ୍ଷତି ସହିଛି। ବିଦ୍ରୋହୀ ଗୋଷ୍ଠୀ ସହ ମିଆଁମାର ସେନା ଆକାଶ ମାର୍ଗରେ ଲଢିବାର କ୍ଷମତା ହ୍ରାସ ପାଇଛି। ଏହି ପ୍ରସଙ୍ଗରେ ଚୀନ୍ ହସ୍ତକ୍ଷେପ କରିବାକୁ ମିଆଁମାର ସାମରିକ ବାହିନୀ ଦାବି କରୁଛି। ନିକଟରେ ଚୀନ ଠାରେ ଅବସ୍ଥାପିତ ମିଆଁମାର ରାଷ୍ଟ୍ରଦୂତ ରାଜଧାନୀ ନାଇ ପେଇ ଦ ପରିଦର୍ଶନ କରି ଚୀନ ଶୀର୍ଷ ନେତୃତ୍ୱ ପକ୍ଷରୁ ମିଳିଥିବା ଏକ ବାର୍ତ୍ତା ସେନା ନେତା ଜେନେରାଲ ମିନ ଅଙ୍ଗଙ୍କୁ ଦେଇଥିଲେ।


ମିଆଁମାର ସହ ଚୁକ୍ତିନାମା ବଜାୟ ରଖିବାକୁ ଚେଷ୍ଟା କରୁଛି ପାକିସ୍ତାନ
ସୂତ୍ରରୁ ପ୍ରକାଶ ଯେ ମିଆଁମାର ସେନାକୁ ଜେଏଫ-୧୭ ଯୁଦ୍ଧ ବିମାନର ନୂତନ ସଂସ୍କରଣ ଦେଇ ପାକିସ୍ତାନ ମିଆଁମାର ସହ ହୋଇଥିବା ଚୁକ୍ତିନାମାକୁ ବଜାୟ ରଖିବାକୁ ଚେଷ୍ଟା କରୁଛି। ପାକିସ୍ତାନ ଏରୋନେଟିକାଲ୍ କମ୍ପ୍ଲେକ୍ସ ଏବଂ ଚୀନ୍‌ର ଚେଙ୍ଗଡୁ ଏୟାରକ୍ରାଫ୍ଟ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ମିଳିତ ଭାବେ ଏହି ନୂତନ ଯୁଦ୍ଧ ବିମାନ ପ୍ରସ୍ତୁତ କରିପାରନ୍ତି ବୋଲି ଏକ ସମ୍ଭାବନା ରହିଛି। ହେଲେ ମିଆଁମାର ସୈନ୍ୟ ସରକାର ଏନେଇ ସମ୍ମତି ପ୍ରଦାନ କରିବେ ନାଁ ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ପାକିସ୍ତାନ ମଧ୍ୟ ଲାଟିନ୍ ଆମେରିକୀୟ ଦେଶକୁ ଜେଏଫ-୧୭ ଯୁଦ୍ଧ ବିମାନ ବିକ୍ରୟ କରିବାକୁ ଚାହୁଁଥିଲା। ହେଲେ ମିଆଁମାର ସହିତ ବିବାଦ ପରେ ଏହାର ଯୁଦ୍ଧ ବିମାନ ବିକ୍ରୟ କରିବା ବର୍ତ୍ତମାନ କଷ୍ଟସାଧ୍ୟ ହୋଇଯାଇଛି। ଆଜି ପର୍ଯ୍ୟନ୍ତ ଚୀନ ବାୟୁସେନାରେ ଗୋଟିଏ ହେଲେ ଜେଏଫ-୧୭ ଯୁଦ୍ଧ ବିମାନ ବ୍ୟବହୃତ ହୋଇନାହିଁ।