PM Vishwakarma Yojana 2023: ବିଶ୍ୱକର୍ମଙ୍କ ପୂଜା (Vishwakarma Puja) ଉପଲକ୍ଷେ ଆଜି ଠାରୁ ଦେଶରେ 'ବିଶ୍ୱକର୍ମା ଯୋଜନା' (Vishwakarma Yojana) ଶୁଭାରମ୍ଭ ହୋଇଛି। ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm narendra modi) ।  କାରିଗର ଏବଂ କୁଶଳୀ ଶ୍ରମିକମାନଙ୍କୁ  'ବିଶ୍ୱକର୍ମା ଯୋଜନା' ରେ ଆର୍ଥିକ ସହାୟତା ଯୋଗାଇବା କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ । ଏହି ଯୋଜନା ମାଧ୍ୟମରେ ୫ ବର୍ଷ ପାଇଁ କଳାକାର ଏବଂ ହସ୍ତଶୀଳ୍ପୀଙ୍କ ପାଇଁ ସହାୟତା ପ୍ରଦାନ କରାଯିବ। ଏଥିଲାଗି ୧୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରଯାଇଛି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କାରିଗର ଏବଂ କାରିଗର ଦକ୍ଷତାକୁ ଆଗକୁ ନେବା ଓ ରୋଜଗାର ବଢାଇବା। ଏହାର ଉଦ୍ଦେଶ୍ୟ ହେଉଛି ବଢେଇ , କାରିଗର, କୁମ୍ଭକାର, କଳକାରଖାନା କିମ୍ବା ସମାନ କାର୍ଯ୍ୟରେ ନିୟୋଜିତ ଲୋକମାନଙ୍କୁ ଆର୍ଥିକ ସ୍ଥିତି ମଜବୁତ୍ କରିବା । ଏବଂ ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା। 


COMMERCIAL BREAK
SCROLL TO CONTINUE READING

ଏହି ଯୋଜନା ଅଧୀନରେ, ବ୍ୟକ୍ତିମାନେ ନିଜର ବ୍ୟବସାୟ ଆରମ୍ଭ କିମ୍ବା ବିସ୍ତାର କରିବାକୁ ସ୍ୱଳ୍ପ ସୁଧ ହାରରେ ଋଣ (Loans at low interest rates) ପାଇପାରିବେ । ଏହି ସ୍କିମରେ କାରିଗରମାନଙ୍କ ଦ୍ୱାରା ତିଆରି ହେଉଥିବା ଉତ୍ପାଦ ଗୁଡିକର ମାର୍କେଟିଂ, ପ୍ରୋତ୍ସାହନ ପାଇଁ ଦକ୍ଷତା ବିକାଶ ତାଲିମ ଏବଂ ସହାୟତା ପ୍ରଦାନ କରିଥାଏ । ବିଶ୍ୱକର୍ମା ଯୋଜନାର ଲକ୍ଷ୍ୟ ହେଉଛି କାରିଗରମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଏବଂ ସେମାନଙ୍କର ପାରମ୍ପାରିକ କାରିଗରୀକୁ ପ୍ରୋତ୍ସାହିତ କରିବା । 



ଏହି ଯୋଜନାରେ ଏମିତି ଲାଭ ପାଇବେ ହିତାଧିକାରୀ :
ଏହି ଯୋଜନାରେ ଅନ୍ତଭୂକ୍ତ ହେବା ପାଇଁ  ହିତାଧିକାରୀମାନଙ୍କୁ (PM Vishwakarma) ପିଏମ୍ ବିଶ୍ବକର୍ମା ପୋଟାଲରେ ଆପଣଙ୍କୁ ପଞ୍ଜିକରଣ କରିବାକୁ ପଡିବ। ପଞ୍ଜିକୃତ ହୋଇଥିବା ଶିଳ୍ପୀମାନଙ୍କୁ କେବଳ ଏହି ସୁବିଧା ମିଳିପାରିବ। ଏହା ସହିତ ହିତାଧିକାରୀଙ୍କୁ ପ୍ରତିଦିନ ୫୦୦ ଟଙ୍କା ଷ୍ଟାଇପେଣ୍ଡ ସହିତ ମୌଳିକ ଦକ୍ଷତା ତାଲିମ ପ୍ରଦାନ କରାଯିବ । ଶିଳ୍ପୀ ଓ କାରିଗରମାନେ ଦୁଇଟି ପର୍ଯ୍ୟାୟରେ ୫% ରିହାତି ସୁଧ ହାରରେ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ପାଇପାରିବେ । ଏଥିସହ ୧୫୦୦୦ ଟଙ୍କାର ଯନ୍ତ୍ରଂଶ ମଧ୍ୟ ଯୋଗାଇ ଦିଆଯିବ। ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ,ଏହି ଯୋଜନା ମାଧ୍ୟମରେ ଓଡି଼ଶାର ପାଖାପାଖି ୧ ଲକ୍ଷ କାରିଗର ଉପକୃତ ହେବେ।  ବିଶ୍ବକର୍ମା ଯୋଜନାରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ସହାୟତା ମିଳିବ । କୌଳିକ ବୃତ୍ତି କରୁଥିବା ଲୋକେ ଉପକୃତ ହେବେ।