NEET 2023: ମଙ୍ଗଳବାର ଦିନ ପ୍ରକାଶ ପାଇଛି ନିଟ୍ (NEET -2023) ପରୀକ୍ଷା ଫଳ। ତାମିଲନାଡୁର ପ୍ରଭଞ୍ଜନ ଜେ (Prabanjan J) ଓ ଆନ୍ଧ୍ରପ୍ରଦେଶର ବୋରାବରୁଣ ଚକ୍ରବର୍ତ୍ତୀ (Bora Varun Chakravarthi) ୯୯.୯୯ ପ୍ରତିଶତ ନମ୍ବର ରଖି ଯୁଗ୍ମ ଟପ୍ପର ହୋଇଛନ୍ତି। ଏହି ପରୀକ୍ଷା ପାଇଁ ମୋଟ ୧୮ ଲକ୍ଷ ୭୨ ହଜାର ୩୪୧ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିବା ବେଳେ ୧୧.୪୫ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେବା ଲାଗି ଯୋଗ୍ୟତା ହାସଲ କରିଥିଲେ। ଏଥିରେ ରାଜ୍ୟର ୨୮,୩୩୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଟପ୍ ୫୦ ତାଲିକାରେ ରହିଛନ୍ତି ଦୁଇ ଓଡ଼ିଆ । ଓଡ଼ିଶାର ସ୍ବୟଂ ଶକ୍ତି ତ୍ରିପାଠୀ (Swayam Shakti Tripathy) ୯୯.୯ ପ୍ରତିଶତ ମାର୍କ ରଖି ୮ ସ୍ଥାନ ହାସଲ କରିଥିବା ବେଳେ ସୂର୍ଯ୍ୟ ପ୍ରତାପ ମିଶ୍ର ୩୫ତମ ରାଙ୍କରେ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ୮ ରାଙ୍କରେ ଥିବା ସ୍ବୟଂ ଶକ୍ତି ତ୍ରିପାଠୀ ବିଷୟରେ....


COMMERCIAL BREAK
SCROLL TO CONTINUE READING

ସ୍ବୟଂ ସାଇ ଇଣ୍ଟରନ୍ୟାସନାଲ ବିଦ୍ୟାଳୟର ଛାତ୍ର ଅଟନ୍ତି । ତାଙ୍କ ପିତା ଓଡ଼ିଶା ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ୟୁନିଭରସିଟିରେ ବୈଦ୍ୟୁତିକ ଇଞ୍ଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ମାଆ ଜଣେ ଗୃହିଣୀ ଅଟନ୍ତି । ସ୍ବୟଂ ପରୀକ୍ଷାରେ ((NEET -2023) ମୋଟ ୭୧୫ ମାର୍କ୍ ରଖିଛନ୍ତି । ଏହି ସଫଳତା ପରେ ସେ କହିଛନ୍ତି ଯେ, ଦିନକୁ ୧୨ରୁ ୧୩ ଘଣ୍ଟା ପରିଶ୍ରମ କରୁଥିଲେ । ଏହି ପ୍ରବେଶିକା ପରୀକ୍ଷା ପାଇଁ ସେ NCERT ପୁସ୍ତକ ଓ ସାମଗ୍ରୀରୁ ଅଧ୍ୟୟନ କରୁଥିଲେ । ସେ ଯୁକ୍ତ ୨ ପ୍ରଥମ ବର୍ଷ ପଢୁବା ସମୟରୁ ନିଟ୍ ୟୁଜି (NEET UG) ଲାଗି କୋଚିଂ ନେଉଥିଲେ । ସ୍ବୟଂ ଆଉ ମଧ୍ଯ କହିଛନ୍ତି ଯେ, ପ୍ରବେଶିକା ପରୀକ୍ଷା ପାଇଁ ସେ ଗତ ଦୁଇ ବର୍ଷ ଧରି ପ୍ରସ୍ତୁତି କରିଥିବାରୁ NEET-2023 ପରୀକ୍ଷାରେ ସଫଳତା ପାଇବା ପାଇଁ ସେ ଆଶାବାଦୀ ଥିଲେ, ଯାହା ଶେଷରେ ସାକାର ହୋଇଛି । ତାଙ୍କର ଏହି ସଫଳତା ପାଇଁ ସେ ପରିବାର ସଦସ୍ୟ ଓ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି । ମଇ ୧୨ ତାରିଖରେ ପ୍ରକାଶ ପାଇଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସ୍ବୟଂ ୯୮.୬% ନମ୍ବର ରଖିଥିଲେ । ଭବିଷ୍ୟତର NEET ପରୀକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ସ୍ବୟଂ କହିଛନ୍ତି ଯେ, ନିଟ୍ (NEET) ପରୀକ୍ଷା ପାଇଁ ସଠିକ୍ ଯୋଜନା, ସମୟ ପରିଚାଳନା ଓ ଯଦି ସମ୍ଭବ କୋଚିଂ ନେବା ଉଚିତ୍ ଅଟେ। ସେ ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS)ରେ MBBS କରିବାକୁ ଚାହୁଁଥିବା ବେଳେ ଅସ୍ତ୍ରୋପଚାରରେ ସ୍ନାତକୋତ୍ତ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।


Also Read-Accident news odia: ଭୟଙ୍କର ସଡ଼କ ଦୁର୍ଘଟଣାରେ ୨ ଶିଶୁ ମୃତ, ମାଆ ଆଗରେ ଚାଲିଗଲା ପୁଅ, ଝିଅ ଓ ଭାଇର ଜୀବନ


ପ୍ରକାଶ ଥାଉ କି, ଟପ ୨୦ ମହିଳା ତାଲିକାରେ ଓଡି଼ଶାର ଅଭିପସା ଚୌଧୁରୀ ରହିଛନ୍ତି । ଅଭିପସା ସର୍ବଭାରତୀୟ ସ୍ତରରେ ୬୩ ରାଙ୍କରେ ରହିଛନ୍ତି । ଚଳିତ ବର୍ଷ ପ୍ରାୟ ୧୮ ଲକ୍ଷ ୭୨ ହଜାର ୩୪୧ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିଲେ । ରାଜ୍ୟର ପ୍ରାୟ ୨୭ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଥିଲା ।  ଓଡ଼ିଶାର ପ୍ରାୟ ୩୮,୪୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିପରି ଦେଶର ୪୯୯ଟି ସହର ଓ ବିଦେଶରେ ୧୪ ସହରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ୧୩ଟି ଭାଷା ତଥା ଆସାମ, ବଙ୍ଗାଳୀ, ଇଂରାଜୀ, ଗୁଜୁରାଟୀ, ହିନ୍ଦୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭା।ଷରେ ନିଟ୍ ପରୀକ୍ଷା କରାଯାଇଥିଲା ।