Ghaziabad Aligarh Expressway: ରାସ୍ତା ନିର୍ମାଣ କରିବା କ୍ଷେତ୍ରରେ ଏକ ନୂଆ ରେକର୍ଡ କରିଛି ଜାତୀୟ ରାଜପଥ ପ୍ରାଧିକରଣ। ଉତ୍ତର ପ୍ରଦେଶ ଠାରେ ଚାଲିଥିବା ଗାଜିଆବାଦ-ଆଲିଗଡ ଏକ୍ସପ୍ରେସୱେ ରାସ୍ତା ନିର୍ମାଣରେ ଏକ ନୂଆ ରେକର୍ଡ ପଞ୍ଜୀକୃତ କରିଛି ଏନଏଚଏଆଇ। ପ୍ରାୟ ୧୦୦ ଘଣ୍ଟା ମଧ୍ୟରେ ୧୧୨ କିଲୋମିଟର ରାସ୍ତା ନିର୍ମାଣ କରିବାରେ ଏକ ବିଶ୍ୱ ରେକର୍ଡ କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ। ଏହା ପୂର୍ବରୁ ୧୦୫ ଘଣ୍ଟାରେ ୭୫ କିଲୋମିଟର ରାସ୍ତା ନିର୍ମଣ କରିବାରେ ନୂଆ ରେକର୍ଡ କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ଗାଜିଆବାଦ-ଆଲିଗଡ ଏକ୍ସପ୍ରେସୱେ (Ghaziabad Aligarh Expressway) ନିର୍ମାଣ କାର୍ଯ୍ୟ ମେ ୧୫ ତାରିଖ ସୋମବାର ସକାଳ ଦଶଟାରୁ ଆରମ୍ଭ ହୋଇଥିଲା। ମେ ୧୯ ତାରିଖ ଦିନ ଦୁଇଟା ସମୟରେ ରାସ୍ତା ନିର୍ମାଣ କାର୍ଯ୍ୟ ୧୦୦ ଘଣ୍ଟା ପୂରଣ କରିଛି। ଏହା ହେଉଛି ଏକ ୬ ଲେନ ବିଶିଷ୍ଟ ଏକ୍ସପ୍ରେସୱେ। ଗାଜିଆବାଦ-ଆଲିଗଡ ଏକ୍ସପ୍ରେସୱେ ନିର୍ମାଣରେ ୬ ହଟମିକ୍ସ ପ୍ଲାଣ୍ଟ, ୧୫ ସେନସର ପେୱର ଏବଂ ୨୦୦୦ ଶ୍ରମିକ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ ୨୫୦ ଜଣ ଇଞ୍ଜିନିୟର ମଧ୍ୟ ଏହି ଏକ୍ସପ୍ରେସ ୱେ ନିର୍ମାଣ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ଅର୍ଥାତ୍ ମୋଟ ୨୨୫୦ ଜଣ କର୍ମଚାରୀ ଏବଂ ଅଧିକାରୀ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିଛନ୍ତି।



ଗାଜିଆବାଦ-ଆଲିଗଡ ଏକ୍ସପ୍ରେସୱେ ପ୍ରାୟ ୧୦୦ ଘଣ୍ଟାରେ ୧୦୦ କିଲୋମିଟର ଦୂରତାରେ ବିଟୁମିନିୟସ୍ କଂକ୍ରିଟ୍ ଲଗାଇ ଇତିହାସ ସୃଷ୍ଟି କରିଛି ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। ଜାତୀୟ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (Ministry of Road Transport & Highways) ଏକ ବିବୃତ୍ତିରେ କହିଛି ଯେ ଏହି ସଫଳତା ଦେଶର ସଡ଼କ ଭିତ୍ତିଭୂମି (Road Infrastructure In India) ଶିଳ୍ପର ଉତ୍ସର୍ଗୀକୃତତାକୁ ଦର୍ଶାଉଛି। ଏନେଇ ଆୟୋଜିତ ହୋଇଥିବା ଉତ୍ସବ ସମାରୋହକୁ ସମ୍ବୋଧିତ କରି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ (Union Road Transport and Highways Minister Nitin Gadkari) କହିଛନ୍ତି ଯେ, ୩୪ ନମ୍ବର ଜାତୀୟ ରାଜପଥରେ (National Highways 34) ଗାଜିଆବାଦ-ଆଲିଗଡ ବିଭାଗ ଅଧିନରେ (Ghaziabad-Aligarh Section of NH34) ୧୧୮ କିଲୋମିଟର ରାସ୍ତା ଲମ୍ବା ଗାଜିଆବାଦ (Ghaziabad District) ଏବଂ ଆଲିଗଡ ଜିଲ୍ଲାର (Aligarh District) ଜନବହୁଳ ଅଞ୍ଚଳ ମଧ୍ୟରେ ପରିବହନ ସଂଯୋଗ ଭାବରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। 


କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଆହୁରି ମଧ୍ୟ କହିଛନ୍ତି ଏହି ପ୍ରକଳ୍ପ ଉତ୍ତର ପ୍ରଦେଶର ବିଭିନ୍ନ ସହର ଦାଦ୍ରି, ଗୌତମ ବୁଦ୍ଧ ନଗର, ସିକନ୍ଦରାବାଦ, ବୁଲନ୍ଦଶହର ଏବଂ ଖୁରଜା ସମେତ ବିଭିନ୍ନ ସହର ଦେଇ ଅତିକ୍ରମ କରିବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ମାର୍ଗ ଭାବରେ କାର୍ଯ୍ୟ କରିଥାଏ। ବିଭିନ୍ନ ସାମଗ୍ରୀର ପରିବବହନକୁ ସହଜ କରିଥାଏ। ଶିଳ୍ପ କ୍ଷେତ୍ର, କୃଷି ଅଞ୍ଚଳ ଏବଂ ଶିକ୍ଷାନୁଷ୍ଠାନକୁ ସଂଯୋଗ କରି ଆଞ୍ଚଳିକ ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ।



କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଭିନବ ସବୁଜ ପ୍ରଯୁକ୍ତିବିଦ୍ୟାରେ ବ୍ୟବହୃତ ହୋଇଥିବା ସାମଗ୍ରୀର ୯୦ ପ୍ରତିଶତ ବ୍ୟବହାର କରାଯାଇଛି। ଯାହା ପ୍ରାୟ ୨୦ ଲକ୍ଷ ବର୍ଗ ମିଟର ରାସ୍ତା ଉପରେ ରହିଛି। ଯାହାର ଫଳସ୍ୱରୂପ ରାସ୍ତା ନିର୍ମାଣରେ ବ୍ୟବହୃତ ହେଉ ଥିବା ବିଭିନ୍ନ ସାମଗ୍ରୀର ବ୍ୟବହାର ମାତ୍ର ୧୦ ପ୍ରତିଶତକୁ ହ୍ରାସ କରାଯାଇଛି। ଏହି ଉପାୟ ଅବଲମ୍ବନ କରି ଆମେ ଇନ୍ଧନ ବ୍ୟବହାର ଏବଂ ସମ୍ପୃକ୍ତ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ଯଥେଷ୍ଟ ହ୍ରାସ କରିଛୁ।