China: ସରକାର ଆଣିଲେ କଡ଼ା ନିୟମ! ଏତିକି ସମୟରୁ ଅଧିକ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ ଛୋଟ ପିଲା
Smartphone Ban In Children: ମୋବାଇଲର ଅତ୍ୟଧିକ ବ୍ୟବହାର ଦ୍ୱାରା ବିଶ୍ୱ ଅସୁବିଧାରେ ପଡିଛି । ପିଲାମାନେ ମୋବାଇଲରେ ଘଣ୍ଟା ଘଣ୍ଟା ଧରି ଖେଳ ଖେଳୁଛନ୍ତି ଏବଂ ଭିଡିଓ ପ୍ରସ୍ତୁତ କରୁଛନ୍ତି । ଅନେକ ବିଶେଷଜ୍ଞ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହି କାରଣରୁ ପିଲାମାନଙ୍କ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ରହିଛି ।
China Smartphone Ban In Children: ଚୀନ୍ ପିଲାମାନଙ୍କ ଦ୍ୱାରା ବ୍ୟବହୃତ କରାଯାଉଥିବା ସ୍ମାର୍ଟଫୋନକୁ (Smartphone) ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି । ଚାଇନାର ସାଇବର ସ୍ପେସ୍ ୱାଚଡଗ୍ କହିଛି ଯେ ପିଲାମାନଙ୍କର ସ୍ମାର୍ଟଫୋନର ବ୍ୟବହାର ଦିନକୁ ଦୁଇ ଘଣ୍ଟା ମଧ୍ୟରେ ସୀମିତ ରହିବା ଉଚିତ୍ ଓ ଏହି ପ୍ରତିବନ୍ଧକକୁ ସଫଳ କରିବା ପାଇଁ ସମସ୍ତ ଟେକ୍ କମ୍ପାନୀଗୁଡିକ ଏକ ମୋଡ୍ ପ୍ରବର୍ତ୍ତନ କରିବା ଉଚିତ ଯାହା ପିଲାମାନଙ୍କୁ ଇଣ୍ଟରନେଟ୍ (Internet) ବ୍ୟବହାର କରିବାରେ ବାରଣ କରିବ ।
କ'ଣ ରହିଛି ନିୟମ
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚାଇନା ପାଞ୍ଚଟି ଭିନ୍ନ ବୟସ ବର୍ଗଙ୍କ ପାଇଁ ପ୍ରତିବନ୍ଧକ ଲଗାଇବାକୁ ପରାମର୍ଶ ଦେଇଛି, ଯାହା ୩, ୩-୮, ୮-୧୨, ୧୨-୧୬ ଓ ୧୬-୧୮ ବର୍ଷରୁ କମ୍ ବୟସର ପିଲା ପାଇଁ ଲାଗୁ ହେବ । ଏଗୁଡ଼ିକର ମୋଡ୍ ଅଲଗା ହେବ । ୩ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ପ୍ରତିଦିନ କେବଳ ୪୦ ମିନିଟ୍ ଅନୁମତି ଦିଆଯିବ । ୮ ରୁ ୧୬ ବର୍ଷ ବୟସର ପିଲାମାନଙ୍କ ପାଇଁ, ଏହି ସମୟ ସୀମା ୧ ଘଣ୍ଟା ପର୍ଯ୍ୟନ୍ତ ରହିବ । ୧୬-୧୮ ବର୍ଷ ବୟସର ପିଲାମାନେ କେବଳ ଦୁଇ ଘଣ୍ଟା ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ । ଅର୍ଥାତ୍ ସେମାନେ ରାତି ୧୦ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ନାହିଁ ।
ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ କିଛି ପ୍ରଶ୍ନ ଅସ୍ପଷ୍ଟ ରହିଛି, କିନ୍ତୁ ଯୁବପିଢ଼ିଙ୍କ ମଧ୍ୟରେ ଡିଜିଟାଲ୍ ନିଶାକୁ ରୋକିବା ପାଇଁ ନିର୍ଦ୍ଦେଶାବଳୀ ହେଉଛି ସର୍ବଶେଷ ପ୍ରୟାସ । ଡ୍ରାଫ୍ଟରେ ଦର୍ଶାଯାଇଛି ଯେ ପିତାମାତାଙ୍କୁ ମାଇନର ମୋଡରେ ଦସ୍ତଖତ କରିବାକୁ ପଡିବ ଓ ସାରା ଦେଶରେ ଏହି ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବା ପରେ ଏହି ଅଭିଯାନକୁ ସମର୍ଥନ କରିବାକୁ କୁହାଯିବ । ଟେକ୍ କମ୍ପାନୀଗୁଡିକ ଉପରେ ମଧ୍ୟ ଏହାକୁ ସୂଚାରୁ ରୁପେ ତୁଲାଇବାକୁ ଦାୟିତ୍ୱ ଦିଆଯିବାର ସମ୍ଭାବନା ରହିଛି, ଯେଉଁମାନେ କର୍ତ୍ତୃପକ୍ଷଙ୍କୁ ନିୟମିତ ତଥ୍ୟ ପ୍ରଦାନ କରିବାକୁ ପଡିବ ଓ ଏହାକୁ ନିୟମିତ ଯାଞ୍ଚ କରାଯିବ ।
ନାବାଳିକାଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଉପଯୁକ୍ତ ବିବେଚିତ ହୋଇଥିବା ଆପ୍ ଏବଂ ପ୍ଲାଟଫର୍ମ ପରି କେବଳ କିଛି ସେବା ଛାଡ କରାଯିବ । ତେବେ କେଉଁ ଇଣ୍ଟରନେଟ୍ ସେବାକୁ ଛାଡ କରାଯିବ ତାହା ଏଥିରେ ଉଲ୍ଲେଖ କରାଯାଇ ନାହିଁ । CAC କହିଛି ଯେ ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଲୋକମାନେ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ଉପରେ ସେମାନଙ୍କର ପରାମର୍ଶ ଦେଇପାରିବେ । ତେବେ ନୂତନ ନିୟମ କେବେ ଲାଗୁ ହେବ ସେନେଇ ସ୍ପଷ୍ଟ କରାଯାଇ ନାହିଁ । ମୋବାଇଲର ଅତ୍ୟଧିକ ବ୍ୟବହାର ଦ୍ୱାରା ବିଶ୍ୱ ଅସୁବିଧାରେ ପଡିଛି । ପିଲାମାନେ ମୋବାଇଲରେ ଘଣ୍ଟା ଘଣ୍ଟା ଧରି ଖେଳ ଖେଳୁଛନ୍ତି ଏବଂ ଭିଡିଓ ପ୍ରସ୍ତୁତ କରୁଛନ୍ତି । ଅନେକ ବିଶେଷଜ୍ଞ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହି କାରଣରୁ ପିଲାମାନଙ୍କ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ରହିଛି ।
ଏହା ବି ପଢ଼ନ୍ତୁ: Canada PM: ବିବାହର ୧୮ ବର୍ଷ ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ପତ୍ନୀ ସୋଫିଙ୍କଠାରୁ ହେଲେ ଅଲଗା
ଏହା ବି ପଢ଼ନ୍ତୁ: Passport Rules: ଦୁନିଆରେ ଏହି ୩ ଜଣ ଲୋକ ପାସପୋର୍ଟ ବିନା ଯେକୌଣସି ସ୍ଥାନକୁ ଯାଇପାରିବେ! ଆପଣ ଜାଣନ୍ତି କି ସେମାନଙ୍କ ବଷୟରେ?