Jio Recharge Plan: ଆଉ ଦିନ କେଇଟା ପରେ ଶେଷ ହେବାକୁ ଯାଉଛି ୨୦୨୩। ବର୍ଷ ଶେଷ ହେବା ପୂର୍ବରୁ ଅନେକ କମ୍ପାନୀ ଇୟର ଏଣ୍ଡ ସେଲ୍ ମାଧ୍ୟମରେ ସେମାନଙ୍କ ଆଇଟମ ଉପରେ ରିହାତି ବା ଡିସକାଉଣ୍ଟ ପ୍ରଦାନ କରୁଛନ୍ତି। ଏଥିମଧ୍ୟରୁ ଦେଶର ଏକ ନମ୍ବର ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଶସ୍ତା ରିଚାର୍ଜ ଯୋଜନା ପ୍ରଦାନ କରୁଛି। କମ୍ପାନୀ ଏହାର ଗ୍ରାହକମାନଙ୍କୁ ଶସ୍ତା ରିଚାର୍ଜ ଏବଂ କ୍ୟାସବ୍ୟାକ୍ ଅଫର୍ ଦେଉଛି । ୧୬୮ GB ଡାଟା ପ୍ଲାନ୍ ଆପଣ କେତେ ଟଙ୍କାରେ କିଣି ପାରିବେ ଆଜି ଆମେ ଆପଣଙ୍କୁ ଜଣାଇବୁ।


COMMERCIAL BREAK
SCROLL TO CONTINUE READING

ଲମ୍ବା ଧତା ରିଚାର୍ଜ ପ୍ଲାନ:


ଯଦି ଆପଣ ରିଚାର୍ଜ ପାଇଁ ଏକ ଭଲ ପ୍ଲାନ ଅନୁସନ୍ଧାନରେ ଅଛନ୍ତି ଯାହାର ବୈଧତା ଦୀର୍ଘ ସମୟ ପାଇଁ ଅଛି, ତେବେ ଆପଣ Jio ର ୮୪ ଦିନର ପ୍ଲାନ ନେଇ ପାରିବେ। ଏହି ପ୍ଲାନ ସହିତ ସମୁଦାୟ ୧୬୮ GB ଡାଟା ଆପଣଙ୍କୁ ମିଳିବ। ଏହା ବ୍ୟତୀତ ଆପଣ ରିଚାର୍ଜ ପରେ ୫୦ ଟଙ୍କା କ୍ୟାସବ୍ୟାକ୍ ମଧ୍ୟ ପାଇପାରିବେ।


ରିଚାର୍ଜ ପ୍ଲାନର ମୂଲ୍ୟ କେତେ?


ଜିଓର ୮୪ ଦିନର ସୁଲଭ ରିଚାର୍ଜ ପ୍ଲାନ ମାତ୍ର ୮୬୬ ଟଙ୍କାରେ ଆପଣ ପାଇ ପାରିବେ। ଏହି ପ୍ଲାନ ସହିତ ଗ୍ରାହକ କଲିଂ, ଡାଟା ଏବଂ SMS ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ। ଦୀର୍ଘ ବୈଧତା ସହିତ ଅନେକ ପ୍ଲାନମାନଙ୍କ ମଧ୍ୟରେ ଏହି ପ୍ଲାନଟି ସର୍ବୋତ୍ତମ ବୋଲି କହିଛନ୍ତି ଅନେକ ୟୁଜର। ରିଚାର୍ଜରେ, ଆପଣ ୫୦ ଟଙ୍କା କ୍ୟାସବ୍ୟାକ୍ ଏବଂ ୩ ମାସ ପାଇଁ ଜିଓ ଟିଭି, ଜିଓ ସିନେମା ଆଦିର ମଧ୍ୟ ସବସ୍କ୍ରିପସନ୍ ସୁବିଧା ପାଇପାରିବେ।


Also Read: Govt Job: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଚାକିରି ସୁଯୋଗ, ମାଟ୍ରିକ୍ ପାସ୍ କରିଥିବା ପ୍ରାର୍ଥୀ ମଧ୍ୟ କରିପାରିବେ ଆବେଦନ