Newcastle disease: ବ୍ରିଟେନରେ ଏବେ ପାରାମାନଙ୍କ ମଧ୍ୟରେ ଅଜବ ଧରଣର ରୋଗ ଦେଖିବାକୁ ମିଳୁଛି । ଅଜବ ରୋଗରେ ଜୋମ୍ୱି ଭଳି ପାର୍ଶ୍ୱ ପ୍ରତିକ୍ରିୟା (zombie like side effect) ଦେଖିବାକୁ ମିଳୁଛି । ଏହି ରୋଗରେ ବେକ ବଙ୍କା (distorted necks) ହୋଇଯିବା ସହ ଅସ୍ୱାଭାବିକ ଆଚରଣ ଦେଖାଉଛି ପାରା । ଏଭଳି ରୋଗାକ୍ରାନ୍ତ ପାରାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି । ଯାହାକୁ ନେଇ ଜର୍ସି ସୋସାଇଟି ଫର ପ୍ରିଭେନସନ୍ ଅଫ୍ କ୍ରୁଲେଟି ଅଫ୍ ଆନିମଲ୍ସ (The Jersey Society for Prevention of the Cruelty of Animals)ପକ୍ଷରୁ ଫଟୋ ଜାରି କରାଯାଇ ସତର୍କ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଜର୍ସିରେ ଥିବା ଏକ ପଶୁପକ୍ଷୀ ଆଶ୍ରୟ ସ୍ଥଳୀ(Animals’ Shelter)କୁ ଗତ କିଛିଦିନ ହେବ ଆସୁଥିବା ପାରାମାନଙ୍କ କ୍ଷେତ୍ରରେ ଏହି ନ୍ୟୁରୋଲୋଜିକାଲ ଲକ୍ଷଣ(ବେକ ମୋଡ଼ିହେବା,ଅସ୍ୱାଭାବିକ ଲକ୍ଷଣ) ରହିଥିବା ନେଇ ଆଶ୍ରୟ ସ୍ଥଳୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏପରିକି ଅନେକ ପାରା ବୁଲିବା କିମ୍ୱା ଠିଆ ହେବାକୁ ଅସମର୍ଥ ବୋଲି ଜର୍ସିର ସେଣ୍ଟ ହେଲିରେ ଅବସ୍ଥିତ ଆଶ୍ରୟ ସ୍ଥଳୀ କର୍ତ୍ତୃପକ୍ଷ କହିଛନ୍ତି।


ଏହି ରୋଗ ପାରାମିକ୍ସୋଭାଇରସ୍ ବା ନ୍ୟୁ କାସେଲ୍ସ ଡିଜିଜ (PPMV or Newcastle's Disease)ଭାବରେ ଜଣାଶୁଣା । ନ୍ୟୁ କାସେଲ୍ସ ଡିଜିଜ ଏକ ଭୂତାଣୁ ଜନିତ ରୋଗ ହୋଇଥିବା ବେଳେ ପାରା, କପୋତ ଏବଂ କୁକୁଡ଼ାକୁ ସଂକ୍ରମିତ କରିପାରେ ।


ପାରାମିକ୍ସୋଭାଇରସ୍ ସଂକ୍ରମିତ ପକ୍ଷୀଙ୍କ ମଳ ସବୁଜ ଦେଖାଯାଉଥିବା ବେଳେ ତରଳ ଥିବା ଉଦ୍ଧାରକାରୀ ଟିମ୍ ପକ୍ଷରୁ କୁହାଯାଇଛି । ଯାହାକୁ ସଂକ୍ରମିତ ପକ୍ଷୀର ଲକ୍ଷଣ ଭାବରେ ଗ୍ରହଣ କରାଯାଇପାରେ । ଏହାସହ ଉଡ଼ିବା ବେଳେ ସନ୍ତୁଳନ ରକ୍ଷା କରିବାରେ ବିଫଳ କାରଣରୁ ଡେଣାରେ ଆଘାତ ମଧ୍ୟ ଲାଗିଥାଏ । ଅନ୍ୟପଟେ ବର୍ଷା ଓ ଶୀତ ଦିନରେ ଏହି ରୋଗ ଅଧିକ ବ୍ୟାପୁଥିବା କଥା ଉଦ୍ଧାରକାରୀ ଟିମ୍ କହିଛି ।


ପକ୍ଷୀମାନଙ୍କୁ ରୋଗରୁ ବର୍ତ୍ତିବାକୁ ହେଲେ ଟିକାକରଣ କରିବାକୁ ପଡ଼ିବ । ଟିକାକରଣ ନେଇ ବ୍ରିଟେନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାସହ କୌଣସି ପକ୍ଷୀଙ୍କ ଠାରେ ପାରାମିକ୍ସୋଭାଇରସ୍ ଥିବା ସନ୍ଦେହ ହେଲେ ହେଲ୍ପଲାଇନକୁ କଲ କରି ଜଣାଇବାକୁ ପରାମର୍ଶ ଦିଆଯାଇଛି । ଗ୍ରାମାଞ୍ଚଳ ପାଇଁ 03000200301 ନମ୍ୱର ଜାରି କରାଯାଇଥିବା ବେଳେ ୱେଲ୍ସ ପାଇଁ 03003038268 ନମ୍ୱର ଓ ସ୍କଟଲାଣ୍ଡ ପାଇଁ ଲୋକାଲ ଫିଲ୍ଡ ସର୍ଭିସ ଅଫିସ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ସୌଭାଗ୍ୟବଶତଃ ପାରାମିକ୍ସୋଭାଇରସ୍ ମନୁଷ୍ୟକୁ ବ୍ୟାପୁନାହିଁ । ତେଣୁ ପକ୍ଷୀ ଧରୁଥିବା ଲୋକଙ୍କୁ ସାବଧାନତା ଅବଲମ୍ୱନ କରିବାକୁ କୁହାଯାଇଛି ।


ଏହା ବି ପଢ଼ନ୍ତୁ: November Changes: ୧ ନଭେମ୍ବରରୁ ହେବାକୁ ଯାଉଛି ଏହି ୫ଟି ବଡ ପରିବର୍ତ୍ତନ, ଆପଣଙ୍କ ପକେଟ ହେବ ଅଧିକ ଖାଲି!


ଏହା ବି ପଢ଼ନ୍ତୁ: LAC ରେ ଗାଲୱାନ୍ ପରି ଆକ୍ରମଣ କରିବାକୁ ଆଉ ସାହସ କରିବ ନାହିଁ ଚୀନ୍, ଭାରତ ନେଲା ବଡ଼ ନିଷ୍ପତ୍ତି


ଏହା ବି ପଢ଼ନ୍ତୁ: Health Tips: ଖବରକାଗଜରେ ଖାଦ୍ୟ ରଖି ଖାଉଥିଲେ ହୋଇଯାଆନ୍ତୁ ସତର୍କ, ହୋଇପାରେ ଏହି ବିପଜ୍ଜନକ ରୋଗ