Nitin Gadkari On Ethanol Import: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ (Nitin Gadkari) ନିଜର କାର୍ଯ୍ୟ ଶୈଳୀ ପାଇଁ ବହୁତ ପ୍ରସିଦ୍ଧ । ନିତିନ ଗଡକରୀ (Nitin Gadkari) କ୍ରମାଗତ ଭାବରେ ଦେଶରେ ପ୍ରଦୂଷଣ ସ୍ତରକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ଓ ବୈଦ୍ୟୁତିକ କାର (Electric Car) କୁ ପ୍ରୋତ୍ସାହିତ କରୁଛନ୍ତି । ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ଶ୍ରୀଲଙ୍କା (Sri Lanka) ଓ ବାଂଲାଦେଶ (Bangladesh) ଭାରତ (India) ରୁ ଇଥାନଲ ଆମଦାନୀ (Ethanol Import) କରିବାକୁ ଆଗ୍ରହ ଦେଖାଇଛନ୍ତି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ (Union Minister for Road Transport and Highways Minister) ନିତିନ ଗଡକରୀ କହିଛନ୍ତି ଯେ, ସେ ଉଭୟ ଦେଶର (ଶ୍ରୀଲଙ୍କା ଓ ବାଂଲାଦେଶ) ସରକାରଙ୍କ ସହ ଇଥାନଲ (Ethanol) ବିଷୟରେ ଆଲୋଚନା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ବାୟୋ-ଇନ୍ଧନ ଉପରେ CII ସମ୍ମିଳନୀକୁ ସମ୍ବୋଧିତ କରି ନିତିନ ଗଡକରୀ (Nitin Gadkari) କହିଛନ୍ତି ଯେ, ମୁଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଓ ଶ୍ରୀଲଙ୍କାର ମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ପେଟ୍ରୋଲ (Petrol) ରେ ଇଥାନଲ (Ethanol) ମିଶ୍ରଣ (Ethanol Blended Petrol) ପାଇଁ ଭାରତରୁ ଇଥାନଲ ଆମଦାନୀ କରିବାକୁ ଉଭୟ ବାଂଲାଦେଶ ଓ ଶ୍ରୀଲଙ୍କା ବହୁତ ଆଗ୍ରହୀ ଅଛନ୍ତି । ନିତିନ ଗଡକରୀ (Nitin Gadkari) ଏହା ମଧ୍ୟ କହିଛନ୍ତି ଯେ, ୧୫ ଦିନ ମଧ୍ୟରେ ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ (Hardeep Singh Puri) ଙ୍କ ସହ ତାଙ୍କର ଏକ ବୈଠକ ରହିଛି, ଯେଉଁଥିରେ ଦେଶରେ ଇଥାନଲ ପମ୍ପ (Ethanol Pumps) ଆରମ୍ଭ ପାଇଁ ନୀତି ନିର୍ଣ୍ଣୟ କରାଯିବା ଉପରେ ଚର୍ଚ୍ଚା କରାଯିବ ।


କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ (Nitin Gadkari) କହିଛନ୍ତି ଯେ, ଇଥାନଲ (Ethanol) ର ଭବିଷ୍ୟତ ବହୁତ ଭଲ । ଆପଣଙ୍କୁ କହିରଖୁଛୁ ଯେ ଦେଶରେ ଇଥାନଲ ସହିତ ମିଶ୍ରିତ ପେଟ୍ରୋଲ ବିକ୍ରି ଯୋଗୁଁ ତେଲର ମୂଲ୍ୟ ହ୍ରାସ ପାଇବ । ଏହାର ସବୁଠାରୁ ବଡ଼ ଲାଭ ସେମାନଙ୍କୁ ହେବ, ଯେଉଁମାନେ କାର ଓ ବାଇକ୍ ପରି ଘରୋଇ ଯାନ ଚଲାନ୍ତି । ଏହା ସହିତ ଏହାର ବ୍ୟବହାର ଯୋଗୁଁ ପ୍ରଦୂଷଣର ସ୍ତର ମଧ୍ୟ ହ୍ରାସ ହୋଇପାରେ । ନିତିନ ଗଡକରୀ କହିଛନ୍ତି ଯେ, ସରକାର ଅଧିକରୁ ଅଧିକ ଇଥାନଲ କିଣିବାକୁ ଆଗ୍ରହୀ ଓ ବିକଳ୍ପ ଇନ୍ଧନ ବ୍ୟବହାରକୁ ଉତ୍ସାହିତ କରିବାକୁ ମଧ୍ୟ ଆତ୍ମବିଶ୍ୱାସୀ ।


ଅଧିକ ପଢ଼ନ୍ତୁ:-ତୃତୀୟ ଦିନିକିଆରେ ଖେଳିବେ ସୁର୍ଯ୍ୟକୁମାର ଯାଦବ! ଟିମ୍ ଇଣ୍ଡିଆରୁ ଏହି ଫ୍ଲପ୍ ବ୍ୟାଟ୍ସମ୍ୟାନଙ୍କ କଟିବ ପତା


ଅଧିକ ପଢ଼ନ୍ତୁ:-ହଠାତ୍ ବନ୍ଦ କରିବାକୁ ପଡ଼ିଲା ଭାରତ ଯୋଡ଼ୋ ଯାତ୍ରା, ରାହୁଲ ଗାନ୍ଧୀଙ୍କ ସହ ଚାଲୁଥିବା କଂଗ୍ରେସ ସାଂସଦଙ୍କ ଦେହାନ୍ତ


ନିତିନ ଗଡକରୀ (Nitin Gadkari) ଆଗକୁ କହିଛନ୍ତି ଯେ, ସବୁଜ ଇନ୍ଧନ ଯୋଗୁଁ ପ୍ରଦୂଷଣ ସମସ୍ୟାର ମଧ୍ୟ ସମାଧାନ ହେବାକୁ ଯାଉଛି । ଆପଣଙ୍କୁ କହି ରଖୁଛୁ ଯେ, ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବା ପାଇଁ ବୈଦ୍ୟୁତିକ ରାଜପଥ ନିର୍ମାଣ ସହିତ ଅଧିକ ବୈଦ୍ୟୁତିକ କାର ଉପରେ ସବସିଡି ଦିଆଯାଉଛି ।