Zomato Delivery Boy Death: ଗତକାଲି ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ନୋଏଡା ସହରରେ ଏକ ଅନିୟନ୍ତ୍ରିତ କାର ଜଣେ ଜୋମାଟୋ ଡେଲିଭରି ବୟକୁ ଧକ୍କା ଦେଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେହି ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏନେଇ କୁହାଯାଉଛି ଯେ କାର ଆହ୍ଲାବାଦ ହାଇକୋର୍ଟ ନାମରେ ପଞ୍ଜୀକୃତ ହୋଇଛି। ଏହି ଗାଡିରେ ଜିଲ୍ଲା ବୋଲି ଲେଖାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏନେଇ ମିଳିଥିବା ଗତକାଲି ରାତି ସମୟ ପ୍ରାୟ ୧.୩୦ ମିନିଟ ସମୟରେ ନୋଏଡା ସେକ୍ଟର-୧୧୩ ଥାନା ଅଞ୍ଚଳରେ ଗୋଟିଏ କାର ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଆହତ ଯୁବକଙ୍କ ନାଁ ହେଉଛି ପରବିନ୍ଦର କୁମାର। ଯାହାଙ୍କ ବୟସ ହେଉଛି ୨୭ ବର୍ଷ। ଆହତ ଯୁବକ ଜୋମାଟୋ କମ୍ପାନୀରେ ଏକ ଡେଲିଭରି ବାୟ ଭାବେ କାମ କରୁଥିଲେ। ଚିକିତ୍ସାଧିନ ଅବସ୍ଥାରେ ଆହତ ଯୁବକ ପରବିନ୍ଦରଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଏଭଳି କାଣ୍ଡ ଭିଆଇଥିବା କାର ଚାଳକ କାର ଛାଡି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। 


ଜୋମାଟୋ ଡେଲିଭରି ବୟଙ୍କୁ ଧକ୍କା ଦେଇଥିବା କାର ହାଇକୋର୍ଟ ନାମରେ ପଞ୍ଜୀକୃତ ହୋଇଛି। ଯାହାର ପଞ୍ଜୀକରଣ ସଂଖ୍ୟା ହେଉଛି UP-70 AG-3009। ନୋଏଡା ଜୋନ୍ ଏଡିସିପି ଆଶୁତୋଷ ଦ୍ୱିବେଦୀ କହିଛନ୍ତି ଯେ ଗତକାଲି ବିଳମ୍ବିତ ରାତିରେ PRB 3381 ମାଧ୍ୟମରେ ସୂଚନା ମିଳିଥିଲା ​​ଯେ ଗାଡି ନମ୍ବର UP 70 AG 3009 ଟୟୋଟା କରୋଲା ରଙ୍ଗର ଧଳା କାର ଚାରମୂର୍ତ୍ତି ଚୌକ ଠାରୁ ପୃଥୁଳା ଗୋଲେଇ ୟୁ-ଟର୍ନ ନିକଟରେ UP 13 BJ 6248 ହିରୋ CT 100 ବାଇକ ସହ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ ବାଇକ ଆରୋହୀଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। 


ବାଇକ ଆରୋହୀଙ୍କ ପରିଚୟ ମିଳିସାରିଛି। ସେ ହେଉଛନ୍ତି ପରବିନ୍ଦର କୁମାର ପିତା ନାହର ସିଂହ, ଗ୍ରାମ-ବୁଢାନା, ଥାନା-ଜାହାଙ୍ଗୀରବାଦ, ଜିଲ୍ଲା-ବୁଲନ୍ଦଶହର। ଯିଏ ଆକବରପୁର ବହାରାମପୁର ବସନ୍ତ କଲୋନୀ ଥାନା ବିଜୟ ନଗର ଗଜିଆବାଦ ଠାରେ ଜୋମାଟୋ ଡେଲିଭରି ବୟ ଭାବେ କାମ କରୁଥିଲେ। 


ପରମିନ୍ଦର ତାଙ୍କ ବାଇକ ଯୋଗେ ଚାର ମୂର୍ତ୍ତି ଚୌକ ଠାରୁ ପୃଥଳା ଗୋଲ ଚକ୍କର ଅଭିମୁଖେ ଯିବା ବେଳେ ସେଠାରେ ରହିଥିବା ୟୁ-ଟର୍ଣ୍ଣ ନିକଟରେ ଟୟୋଟା କରୋଲା ରଙ୍ଗର ଧଳା ରଙ୍ଗର କାର ତାଙ୍କୁ ଧକ୍କା ଦେଇଥିଲା। ଏହି  ଘଟଣାରେ ଗୁରୁତର ଆହତ ହୋଇଥିବା ପରମିନ୍ଦରଙ୍କୁ ଗ୍ରେଟର ନୋଏଡାସ୍ଥି ଯଥାର୍ଥ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଶବ ବ୍ୟବଚ୍ଛେଦ କରିବା ସହ ଏବଂ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ପୋଲିସ ଏହି ଦୁର୍ଘଟଣା ଘଟାଇଥିବା କାର ଜବତ କରିଛି।