Cold Wave Alert in North India: ହାଡଭଙ୍ଗା ହାଡ଼ ଶୀତରେ କମ୍ପିଉଠୁଛି ଉତ୍ତର ଭାରତ। ଶୀତ ଲହରୀ କାରଣରୁ ସ୍ଥିତି ଏପରି ହୋଇଛି ଯେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ହ୍ରାସ ପାଇବା ରେକର୍ଡ ଭାଙ୍ଗିଛି। ପାଣିପାଗ ବିଭାଗ ଅନୁଯାୟୀ ଆଉ କିଛି ଦିନ ଜାରି ରହିବ ଶୀତ ଲହରୀ। ପ୍ରବଳ ଶୀତ ଏବଂ ଥଣ୍ଡା କାରଣରୁ ସାଧାରଣ ଜନଜୀବନ ଆସ୍ତବ୍ୟସ୍ତ ହୋଇପଡ଼ିଛି। କୁହୁଡି ଏବଂ ଥଣ୍ଡା କାରଣରୁ ଲୋକଙ୍କୁ ଘରେ ରହିବାକୁ ପଡୁଛି। ଶୀତ ଲହରୀ କାରଣରୁ ଦିଲ୍ଲୀରେ ହ୍ରାସ ପାଇଥିବା ତାପମାତ୍ରା ରେକର୍ଡ କରିଛି। ଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ଠାରେ ତାପମାତ୍ରା ୩.୮ ରେକର୍ଡ କରାଯାଇଛି। ଅତ୍ୟଧିକ ଥଣ୍ଡା ଏବଂ କୁହୁଡି ପ୍ରଭାବରୁ ଦିଲ୍ଲୀ ବାସିନ୍ଦାଙ୍କୁ ଏବେ କୌଣସି ପ୍ରକାରର ନିସ୍ତାର ମିଳିବାର ସମ୍ଭାବନା ନାହିଁ। ଆଗାମୀ ୨ ଦିନ ପାଇଁ ପାଣିପାଗ ବିଭାଗ ଦ୍ୱାରା କରାଯାଇଥିବା ପୂର୍ବାନୁମାନ ଉତ୍ତର ଭାରତରେ ଜାରି ରହିଥିବା ଶୀତ ଲହରୀର ସ୍ଥିତି ସ୍ପଷ୍ଟ କିରଦେଇଛି।


COMMERCIAL BREAK
SCROLL TO CONTINUE READING

ଶୀତ ଲହରୀ କାରଣରୁ ଆହୁରି କମ୍ପିଉଠିବ ଦିଲ୍ଲୀ
ପାଣିପାଗ ବିଭାଗ ଅନୁଯାୟୀ ଜାନୁଆରୀ ୧୨ ତାରିଖ ଶନିବାର ଦିଲ୍ଲୀରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ରହିବ। ଯେତେବେଳେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ସେଲସିୟସ ରହିବ। ଦିଲ୍ଲୀର ସର୍ବାଧିକ ତାପମାତ୍ରା ୧୯ ଡିଗ୍ରୀ ସେଲସିୟସ ରହିବା ନେଇ ଆଶା କରାଯାଉଛି। ମଧ୍ୟାନ୍ନ ପରେ ଆକାଶରେ ଆଂଶିକ ବାଦଲ ଛାଇ ଯାଇପାରେ। ଏହି ଅବଧିରେ ପବନର ବେଗ ଘଣ୍ଟା ପ୍ରତି ୪ କିଲୋମିଟର ରହିବାର ସମ୍ଭାବନା ରହିଛି।


ଖରା ସତ୍ତ୍ୱେ ଶୀତ ଲହରୀରୁ ମିଳିଲା ନାହିଁ ମୁକ୍ତି
ଆପଣଙ୍କୁ କହିରଖୁଛୁ ଯେ ଗୁରୁବାର ଖରା ପଡ଼ିବା ସତ୍ତ୍ୱେ ଶୀତ ଲହରୀରୁ ମୁକ୍ତି ମିଳିଲା ନାହିଁ। ସକାଳ ସମୟରେ କୁହୁଡି ଏବଂ ଥଣ୍ଡା କାରଣରୁ ଜନଜୀବନ ପ୍ରଭାବିତ ହୋଇଥିଲା। ଏହି ସମୟରେ ଦିଲ୍ଲୀ ସର୍ବାନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲିସିୟସ ରହିଥିବାର ରେକର୍ଡ କରାଯାଇଥିଲା। ଟ୍ରେନ୍ ଚଳାଚଳ ଉପରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ କୁହୁଡ଼ିର ପ୍ରଭାବ ମଧ୍ୟ ଦେଖାଯାଉଥିଲା। ରେଳବାଇ କହିବା ଅନୁସାରେ କୁହୁଡ଼ି କାରଣରୁ ଦୃଶ୍ୟମାନତା ହ୍ରାସ ପାଇବା ଫଳରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ପ୍ରାୟ ୨୦-୨୫ ଟ୍ରେନ୍ ପ୍ରଭାବିତ ହୋଇଥିଲା।


କିପରି ରହିବ ସ୍ଥିତି?
ଘରୋଇ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ରିପୋର୍ଟ ଅନୁଯାୟୀ, ଦକ୍ଷିଣ ତାମିଲନାଡୁ ଏବଂ ଲକ୍ଷ୍ମଦ୍ୱୀପର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ଧରଣର ବର୍ଷା ହୋଇପାରେ। ସକାଳେ ଉତ୍ତର ରାଜସ୍ଥାନର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ମେଘାଳୟ, ଆସାମ, ତ୍ରିପୁରା, ମିଜୋରାମ, ଜାମୁ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ମଧ୍ୟ ପ୍ରଦେଶ, ଓଡିଶା, ବିହାର, ସିକ୍କିମ ଏବଂ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନର କେତେକ ସ୍ଥାନରେ ଶୀତ ଲହରୀ ଜାରି ରହିବ।