Flight Ticket: ଦିପାବଳୀ ଏବଂ ଛଟ୍ ପୂଜା(Chhat puja) ଅବସରରେ ଲୋକମାନେ ନିଜ ନିଜ ଗାଁ ଓ ସହରକୁ ଯିବାକୁ ଅନେକ ମାସ ପୂର୍ବରୁ ଟ୍ରେନ୍ ଏବଂ ବିମାନ ଟିକେଟ ବୁକିଂ ଆରମ୍ଭ କରିଥାନ୍ତି। ଅବଶ୍ୟ, ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ ଅନେକ ଲୋକ ଶେଷ ମୁହୂର୍ତ୍ତରେ ଟ୍ରେନ୍ ଏବଂ ଫ୍ଲାଇଟ୍ ଟିକେଟ୍(Flight ticket) ବୁକ୍ କରନ୍ତି ଏବଂ ସେତେବେଳକୁ ଟିକେଟ୍ ବୁକ୍ ହୋଇସାରିଥାଏ ଏବଂ ଯଦି ବି ଟିକେଟ୍ ମିଳିଥାଏ ।ତେବେ ତାହା ଦ୍ୱିଗୁଣିତ ମୂଲ୍ୟରେ କରିବାକୁ ପଡ଼ିଥାଏ। ଏଭଳି ପରିସ୍ଥିତିରେ ଅନେକ ଲୋକ ହଇରାଣ ହରକତର ସାମ୍ନା କରିଥାନ୍ତି ଏବଂ ଅନେକ ଥର ନିଜ ଘରକୁ ଯିବାକୁ ମଧ୍ୟ ସକ୍ଷମ ହୋଇ ନଥାନ୍ତି ।ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ୱେବସାଇଟ୍ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଆପଣଙ୍କୁ ଅତି ଶସ୍ତା ମୂଲ୍ୟରେ ଘରୋଇ ବିମାନ ଟିକେଟ ପାଇପାରିବ।


COMMERCIAL BREAK
SCROLL TO CONTINUE READING

ବିମାନ ଟିକେଟ ବୁକିଂ କରିବାର ପ୍ରକ୍ରିୟା କ’ଣ?


ଶସ୍ତା ବିମାନ ଟିକେଟ ବୁକ୍ କରିବାକୁ ଆପଣଙ୍କୁ ପ୍ରଥମେ ସ୍କାଏ ସ୍କାନର୍ ନାମକ ଏକ ୱେବସାଇଟକୁ ଯିବାକୁ ପଡିବ। ଆପଣ ଏହି ୱେବସାଇଟରେ ପହଞ୍ଚିବା ମାତ୍ରେ ଆପଣଙ୍କୁ ପ୍ରଥମେ ଆପଣଙ୍କ ଗନ୍ତବ୍ୟ ସ୍ଥଳ ବାଛିବା ପାଇଁ ବିକଳ୍ପ ଦିଆଯାଇଥାଏ ଏବଂ ଆପଣଙ୍କୁ ବୋର୍ଡିଂ ପଏଣ୍ଟ ବାଛିବା ପାଇଁ ମଧ୍ୟ ବିକଳ୍ପ ଦିଆଯାଏ। ତେବେ ଆପଣ ଏହି ଦୁଇଟି ବିକଳ୍ପ ପାଇବା ମାତ୍ରେ ନିଜର ଯିବା ଓ ଆସିବା  ତାରିଖ ବାଛିବାକୁ ପଡିବ ଏବଂ ଆପଣ ଏକାକୀ ଯାତ୍ରା କରୁଛନ୍ତି  ନା ଆପଣଙ୍କ ସହିତ ଅନ୍ୟ କେହି ଅଛନ୍ତି ତାହା ମଧ୍ୟ ଭରିବାକୁ ପଡ଼ିବ। ଏହି ସୂଚନା ବାଛିବା ମାତ୍ରେ କମ୍ ଦାମରେ ଉପଲବ୍ଧ ଥିବା ବିମାନର ଏକ ତାଲିକା ଆସିଯିବ। ଏଥିରୁ ଆପଣ ନିଜ ମନ ପସନ୍ଦର ବିମାନ ଚୟନ କରିପାରିବେ।


ଏହି ୱେବସାଇଟ୍ ଜରିଆରେ ଆପଣ ଅନ୍ୟ ସାଇଟ୍ ଅପେକ୍ଷା ବହୁତ କମ୍ ମୂଲ୍ୟରେ ବିମାନ ଟିକେଟ ବୁକ୍ କରିପାରିବେ। ଏହି ୱେବସାଇଟରେ କୌଣସି ପ୍ରକାରର ଠକେଇ ନାହିଁ, ତେଣୁ ଆପଣ ନିଶ୍ଚିତ ହୋଇପାରିବେ ଯେ ଆପଣ ଆପଣଙ୍କର ପ୍ରିୟ ବିମାନ ଚୟନ କରିପାରିବେ ଏବଂ ବୁକିଂ ପ୍ରକ୍ରିୟା ସଂପୂର୍ଣ୍ଣ କରିପାରିବେ ଏବଂ ଯାତ୍ରା ଉପଭୋଗ କରିପାରିବେ । ଅଧିକାଂଶ ଲୋକ ଏହି ୱେବସାଇଟ୍ ବିଷୟରେ ଅବଗତ ନୁହଁନ୍ତି, ତେଣୁ ବର୍ତ୍ତମାନ ଆପଣଙ୍କୁ ମହଙ୍ଗା ବିମାନ ଟିକେଟ ବୁକ୍ କରିବାକୁ ଆଉ ପଡିବ ନାହିଁ।


Also Read: LICର ଏହି ସ୍କିମରେ ଥରୁଟିଏ କରନ୍ତୁ ନିବେଶ, ଟଙ୍କା ରଖିବା ପରେ ମିଳିବ ବଡ଼ ଲାଭ