4 senior officials of the state have been appointed IAS: ରାଜ୍ୟ ସରକାରଙ୍କ ପାଖରେ କାମ କରୁଥିବା ୪ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଆଇଏଏସ୍‍ ପାହ୍ୟା ପ୍ରଦାନ କରାଯାଇଛି। ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବେ ସେମାନଙ୍କ କାର୍ଯ୍ୟ ଏବଂ ନିଷ୍ଠାକୁ ଅନୁଶୀଳନ କରି ରାଜ୍ୟ ସରକାର ତାଙ୍କୁ ପଦୋନ୍ନତି ଦେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ଏହାକୁ ଅନୁଧ୍ୟାନ କରିବା ପରେ ଆବଶ୍ୟକ ପଦୋନ୍ନତି ଦେଇଛନ୍ତି। ଏହି ୪ ଅଧିକାରୀ ହେଉଛନ୍ତି ସ୍ମିତା ରାଉତ, ମଧୁସ୍ମିତା ସାମଲ, ସଞ୍ଜୟ କୁମାର ବିଶ୍ୱାଳ ଏବଂ ସାଗରିକା ହୋତା। ଏହି ସମସ୍ତ ୪ ଅଧିକାରୀଙ୍କୁ ଓଡ଼ିଶା କ୍ୟାଡର ପ୍ରଦାନ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ସରକାରଙ୍କ ଆଇନ ପରାମର୍ଶଦାତା ଜଗନ୍ନାଥ ରଥଙ୍କୁ ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଏ ସମ୍ପର୍କରେ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ଆଇନଜୀବୀ 
ରଥଙ୍କ ନିଯୁକ୍ତି ପରେ ରାଜ୍ୟ ସୂଚନା କମିଶନରେ ଆୟୁକ୍ତଙ୍କ ସଂଖ୍ୟା ୩ ହୋଇଛି। ଏବେ ବାଳକୃଷ୍ଣ ମହାପାତ୍ର ଏବଂ ସୁଶାନ୍ତ କୁମାର ମହାନ୍ତି କମିଶନର ଭାବେ କାର୍ଯ୍ୟ କରୁଥିବାବେଳେ ଜଳଦ କୁମାର ତ୍ରିପାଠୀ ମୁଖ୍ୟସୂଚନା କମିଶନର ଭାବେ କାର୍ଯ୍ୟରତ ଅଛନ୍ତି। ଜଗନ୍ନାଥ ରଥଙ୍କ ଆଇନଜୀବୀ ଭାବେ ୨୫ ବର୍ଷର ଅଭିଜ୍ଞତା ରହିଛି। ସେ ରାଜ୍ୟ ସରକାରଙ୍କ ଆଇନ ପରାମର୍ଶଦାତା ଭାବେ ଶ୍ରୀମନ୍ଦିର ଏବଂ ରାଜସ୍ୱ ପାର୍ସଦରେ କାମ କରୁଛନ୍ତି।