Odisha Prison and Custodial Death Reports: ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ କେତେ ହୋଇଛି କାରଗାର ଜନିତ ମୃତ୍ୟୁ ବିଧାନସଭାରେ ତାହାର ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ମନ୍ତ୍ରୀ କହିଛନ୍ତି ଯେ ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ୫୪୬ କାରାଗାର ମୃତ୍ୟୁ ହୋଇଛି। ସେହିପରି ହେପାଜତରେ ରହିଥିବା ସମୟରେ ୫୧ କଏଦୀ ପ୍ରାଣ ହରାଇଛନ୍ତି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଉପରୋକ୍ତ ଉତ୍ତର ରଖିଛନ୍ତି ମନ୍ତ୍ରୀ।


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ମୋଟ ୫୪୬ ଜେଲ ଏବଂ ୫୧ ଜଣ ହେପାଜତ ମୃତ୍ୟୁ ହୋଇଥିବାର ରେକର୍ଡ କରାଯାଇଛି ବୋଲି କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ୫୪୬ କଏଦୀଙ୍କ ମଧ୍ୟରୁ ୩୪୬ ଜଣଙ୍କ ବିଚାର ଚାଲିଥିଲା। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗତ ୨୦୨୦ ବର୍ଷରେ ସର୍ବାଧିକ ୭୮ କଏଦୀଙ୍କ ମୃତ୍ୟୁ ହୋଇଛି। ସେହିଭଳି ୨୦୧୫ ବର୍ଷରେ ସର୍ବାଧିକ ୮ ଜଣ ଅଭିଯୁକ୍ତ ପୋଲିସ ହେପାଜତରେ ରହିଥିବା ସମୟରେ ମୃତ୍ୟୁ ହୋଇଛି। 


ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ରାଜ୍ୟରେ ୧ ଲକ୍ଷ ୫୭ ହଜାର ୪୩୨ ବାଂଲାଦେଶୀ ଶରଣାର୍ଥୀ ବସବାସ କରୁଛନ୍ତି। ଏକ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୪ ହଜାର ୨୩୩ ବାଂଲାଦେଶୀ ଶରଣାର୍ଥୀ ଅଛନ୍ତି। ଏହା ପରେ ନବରଙ୍ଗପୁର ଜିଲ୍ଲାରେ ୪୬ ହଜାର ୮୪୮ ଏବଂ ଖୋର୍ଦ୍ଧା ଜିଲ୍ଲାରେ ୪୬୫୩ ବାଂଲାଦେଶୀ ଶରଣାର୍ଥୀ ରହିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ୩୭୪୦ ବାଂଲାଦେଶୀ ଶରଣାର୍ଥୀ କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାରେ ବେଆଇନ ଭାବେ ବସବସ କରୁଛନ୍ତି।