Black Tiger Safari Similipal Odisha: ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରୁ ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଶିମିଳିପାଳ ଠାରେ କଳାବାଘ ସଫାରୀ ନିର୍ମାଣ ହେବ। ଯାହା ଦର୍ଶକଙ୍କ ଲାଗି ଏହା ଏକ ଭିନ୍ନ ଆକର୍ଷଣ ହେବ। ଭାରତ ବର୍ଷର ପ୍ରଥମ କଳାବାଘ ସଫାରୀ ଭାବେ ଏହା ପର୍ଯ୍ୟଟକଙ୍କୁ ଆକର୍ଷଣ କରିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ସୋଶାଲ ମିଡିଆ ହ୍ୟାଣ୍ଡଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ  ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁଶାନ୍ତ ନନ୍ଦଙ୍କ କହିବା ଅନୁସାରେ ଶିମିଳିପାଳ ଠାରେ ଏପରି ଏକ ଭିନ୍ନ ସଫାରୀ ଲାଗି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଅନୁମତି ଦେଇଛନ୍ତି। ଏଥିପାଇଁ ଜାତୀୟ ରାଜପଥ-୧୮ ନିକଟରେ ୨୦୦ ହେକ୍ଟର ଜମି ଚିହ୍ନଟ କରାଯାଇଛି। ଏହା ଶିମିଳିପାଳ ଜାତୀୟ ଉଦ୍ୟାନ ଠାରୁ ୧୫ କିଲୋମିଟର ଦୂର। ଏଥିରେ ଦୁଇଟି କଳା ବାଘ ରହିବେ। ଏଥିପାଇଁ ୧୦୦ ହେକ୍ଟର ଜମିରେ ଆବଶ୍ୟକ ବ୍ୟବସ୍ଥା କରାଯିବ। ଅନ୍ୟ ୧୦୦ ହେକ୍ଟର ଜମିରେ ପର୍ଯ୍ୟଟକ ତଥା ଆଗନ୍ତୁକଙ୍କ ଲାଗି ଆନୁଷଙ୍ଗୀକ ବ୍ୟବସ୍ଥା କରାଯିବ। 



ଦେଶରେ ମେଲାନିଷ୍ଟିକ ବାଘ କେବଳ ଓଡ଼ିଶାରେ ଦେଖିବାକୁ ମିଳିଛନ୍ତି। ଏହା ଏକ ବିରଳ କିସମର ମହାବଳ ବାଘ। ଏହାକୁ କିଛିଦିନ ତଳେ ଏହାକୁ ଶିମିଳିପାଳ ଠାରେ ଠାବ କରାଯାଇଥିଲା। ସେଠାରେ ଲଗାଯାଇଥିାବ କ୍ୟାମେରା ମାଧ୍ୟମରେ ଟ୍ରାପ୍‍ କରାଯିବ ପରେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଉତ୍ସୁକତା ବଢ଼ିଥିଲା। ପରେ ଜଙ୍ଗଲ ବିଭାଗ ପକ୍ଷରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣଙ୍କ ସହ ଯୋଗାଯୋଗ କରାଯାଇ ଏହାର ବିକାଶ ପାଇଁ ପଦକ୍ଷେପ ନିଆଯାଇଥିଲା। ଆଜି ଏହା ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡଲ ମାଧ୍ୟମରେ ଜଣାପଡ଼ିଛି। 


ସୂଚନା ଅନୁସାରେ ଅକ୍ଟୋବର ମାସରେ ଏହି ବ୍ୟାଘ୍ର ପ୍ରକଳ୍ପ ଖୋଲିବ। ଅର୍ଥାତ୍‍ ଆସନ୍ତା ଶୀତ ଋତୁରେ ଶିମିଳିପାଳ ଜାତୀୟ ଉଦ୍ୟାନରେ ନୂଆ ଅତିଥିଙ୍କ ପାଇଁ ଅଧିକ ଆକର୍ଷଣୀୟ ହେବ। ଏବେ ରାଜଧାନୀ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ଠାରେ ବାଘ ତଥା ସିଂହ ସଫାରୀ ରହିଛି। ସେଠାରେ ମଧ୍ୟ କଳା ବାଘ ସଫାରୀ ଆରମ୍ଭ କରାଯାଇ ପାରିଥାନ୍ତା। ହେଲେ ଶିମିଳିପାଳ ନିକଟରେ ଏପରି ବ୍ୟବସ୍ଥା କରାଗଲେ ବ୍ୟାଘ୍ର ସଂରକ୍ଷଣ ଉପରେ ଥିବା ଧ୍ୟାନ ବିଚ୍ୟୁତ ହୋଇପାରେ ବୋଲି ଆଶଙ୍କା ରହିଛି। ଏବେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣଙ୍କ ସମ୍ମତି ମିଳିଥିଲେ ମଧ୍ୟ ଆଗକୁ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣଙ୍କ ଅନୁମତି ପାଇବାର ଆବଶ୍ୟକତା ରହିଛି।