Odisha News In Odia : ନକଲି ଠକ ଡାକ୍ତର ରମେଶ ସ୍ବାଇଁ ଠକେଇ (Polygamist Ramesh Swain) ଓ ଗିରଫ ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)(ED) ।  ଇଡ଼ି ଆର୍ଥିକ କାରବାରର ଖୋଳତାଡ଼ କରିବ। ଏ-ନେଇ ଇଡି(Enforcement Directorate) ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏ-ହି ଘଟଣାକୁ ନେଇ ପୂର୍ବରୁ ଇଡି କମିସନରେଟ ପୋଲିସକୁ (Commissionerate Police)ତଥ୍ୟ ମାଗିଥିଲା। କମିସନରେଟ ପୋଲିସ ପକ୍ଷରୁ ରମେଶ ସ୍ୱାଇଁଙ୍କର ସବୁ ତଥ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟକୁ (ED)ହସ୍ତାନ୍ତର କରାଯାଇଛି। ନୂଆ ମାମଲା ରୁଜୁ କରାଯାଇ ଇଡି ପକ୍ଷରୁ ଅନେକ ତଥ୍ୟ ପୋଲିସକୁ ମଗାଯିବ। ବିଶେଷକରି ଏମବିବିଏସ ଛାତ୍ରଙ୍କୁ ୨ କୋଟିର ଚୁନା ଲଗାଇବା,ବ୍ୟାଙ୍କରୁ ଆଣିଥିବା ଋଣ, ମିଛ ବାହାଘର କରି ୨୭ଜଣ ପତ୍ନୀଙ୍କ ଠାରୁ ଆତ୍ମସାତ କରିଥିବା କୋଟି କୋଟି ଟଙ୍କାର ଠକେଇର (Cheating)ଇଡି ଖୋଳତାଡ଼ କରିବ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ,ରମେଶ ସ୍ବାଇଁ ଜଣେ ନକଲି ଡାକ୍ତର (Polygamist Ramesh Swain) । ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ୨୭ ଜଣ ଯୁବତୀଙ୍କୁ ବିବାହ କରିଛି ଏହି ରଙ୍ଗିଲା। ଆଉ ସେମାନଙ୍କଠୁ ବହୁ ଧନ ସମ୍ପତ୍ତି ଠକେଇ କରି ଆଣିଛି ।  ବହୁ ଚର୍ଚ୍ଚିତ ରାଜଧାନୀ ଭୁବନେଶ୍ବରରେ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ଗିରଫ ଘଟଣାରେ କମିସନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଅଧିକ ତଦନ୍ତ କରିଥିଲା। ଟିମ୍‌ରେ ମହିଳା ଥାନା, ସାଇବର ସେଲ, ଆଣ୍ଟି ଫ୍ରର୍ଡ ସେଲକୁ ନେଇ ଏହି ଟିମ୍‌ ଗଠିତ ହୋଇଥିଲା। ଠକ ଡାକ୍ତର ରମେଶ ସ୍ବାଇଁ ସମ୍ପର୍କରେ ପୋଲିସକୁ ଅନେକ ତଥ୍ୟ ମିଳିଥିଲା। ଉଲ୍ଲେଖଯୋଗ୍ୟ,କେନ୍ଦ୍ରାପଡା ଜିଲ୍ଲା ସିଂଘାଲୋ ଗାଁରୁ ଏହି ଠକ ଡାକ୍ତରକୁ ମହିଳା ଥାନା ପୋଲିସ ଗତବର୍ଷ ଫେବୃଆରୀ ୧୪ ତାରିଖରେ ଶନି ମନ୍ଦିରରୁ ଗିରଫ କରିଥିଲା।



Also Read : Khordha News: ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ବନ୍ଦ ! ହନ୍ତସନ୍ତ ରୋଗୀ


Also Read : Sambalpur News: ସ୍ବାମୀ କଲା ସ୍ତ୍ରୀର ଅଶ୍ଲୀଳ ଫଟୋ ଭାଇରାଲ, ଆଉ ତା'ପରେ...


ଚାକିର ଦେବା ନାଁରେ ଲକ୍ଷାଧିକ ଠକେଇ କରିଛି : ଗୌହାଟୀର ଜଣେ ଡାକ୍ତର,ଓଡିଶାର ଜଣେ ଉଚ୍ଚ ଶିକ୍ଷିତା ,ଛତିଶଗଡ଼ର ଚାଟାର୍ଡ ଆକାଉଣ୍ଟଟାଣ୍ଟଙ୍କ ସମେତ ଆହୁରି ଅନେକଙ୍କୁ ବିବାହ କରିଛି ଏହି ନକଲି ଡାକ୍ତର ଜଣକ।  ଏହା ସହିତ ଚାକିର ଦେବା ନାଁରେ ଲକ୍ଷାଧିକ ଠକେଇ କରିଛି। 


ଦଶମ ପରେ ଗାଁ ଛାଡିଥିଲା: ଦଶମ ପଢିବା ପରେ ରମେଶ ଗାଁରୁ ଚାଲି ଯାଇଥିଲେ।  ରମେଶଙ୍କ ବାପା କ୍ଷେତ୍ରବାସୀ ସ୍ବାଇଁ ବଞ୍ଚିଥିବା ବେଳେ  ୧୯୭୯ ମସିହାରେ ପାଖ ଗାଁ ଛକନାରେ ବିବାହ କରାଇଥିଲେ।  ତାଙ୍କର ଦୁଇ ପୁଅ ଗୋଟିଏ ଝିଅ ଅଛନ୍ତି । ସେମାନେ ବି ରମେଶଙ୍କ ଠାରୁ ଅଲଗା ହୋଇ ବାହାରେ ରହୁଛନ୍ତି । ନିଜ ଗାଁକୁ କେବେ ଆସନ୍ତି ନାହିଁ ।


୧୯୮୫ ମସିହାରେ ନିଖୋଜ ହୋଇଥିଲେ: ରମେଶ କଟକ ଜିଲ୍ଲା ତରାସ ବଜାରରେ ପ୍ରଥମେ ୧୯୮୨ ମସିହାରେ ପାଥୋଲୋଜି କେନ୍ଦ୍ର ଖୋଲି ଥିଲେ।  ସେଠାରେ ବ୍ୟବସାୟ ନଚାଲିବାରୁ କେନ୍ଦ୍ରାପଡାରେ ଖୋଲି ଥିଲେ।  ସେଠାରେ ବି ସମାନ ଅବସ୍ଥା ହେଲା । ତେଣୁ ୧୯୮୫ ମସିହାରେ ସେ କେଉଁ ଆଡେ ଚାଲିଗଲେ।  ପରେ ସ୍ଥାନୀୟ ଲୋକ ଜାଣିବାକୁ ପାଇଲେ ଯେ, ସେ କାମାକ୍ଷା ନଗରରେ ନିଜର ଆସ୍ଥାନ ଜମାଇଛନ୍ତି।


ପ୍ରଥମ ପତ୍ନୀ ଓ ପୁଅଝିଅ ଜାଣିବା ପରେ ଦୁରେଇଗଲେ : ଏହାପରେ ନିଜକୁ ଡାକ୍ତର କହି ପାରାଦୀପର ଏକ ଡାକ୍ତର କମଳା ସ୍ବାଇଁଙ୍କୁ ବିବାହ କରିଥିଲେ। ଏ ଖବର ତାଙ୍କର ପ୍ରଥମ ପତ୍ନୀ ଓ ପୁଅଝିଅ ଜାଣିବା ପରେ ତାଙ୍କ ଠାରୁ ଦୁରେଇଗଲେ। ରମେଶ ମଝିରେ ମଝିରେ  ଗାଁକୁ ଆସନ୍ତି ବୁଲି କରି ଚାଲି ଯାଆନ୍ତି।


ତେବେ, ଏ-ହି ଠକ ଡାକ୍ତର ରମେଶ ସ୍ବାଇଁର ଘର କେନ୍ଦ୍ରାପଡା ଜିଲ୍ଲା ଡେରାବିଷ ବ୍ଲକ ଅନ୍ତର୍ଗତ ସିଂଘାଳ ଗାଁରେ। ଘରେ ସାବତ ମା ଓ ଦୁଇ ଭାଇ ଏବଂ ତାଙ୍କ ପରିବାର ରୁହନ୍ତି।  ଭାଇ ମାନେ ବିଲବାଡି କାମ କରନ୍ତି। ଆଗରେ ଚାଳ ଘର ଓ ପଛରେ ଥିବା ଇନ୍ଦିରା ଆବାସ ଘରେ ରମେଶଙ୍କ ଭାଇଙ୍କର ପରିବାର ଲୋକେ ରୁହନ୍ତି ।