Odisha Flood Update: ଡରାଉଛି ମହାନଦୀ, ମୁଣ୍ଡଳୀରେ ଏତିକି ଫୁଟ ଉପରେ ରହିଛି ଜଳସ୍ତର; ଜଗତସିଂହପୁରରେ ୨୦ ଫୁଟର ଘାଇ
Odisha Flood Update: ଜଳାର୍ଣ୍ଣବ ହୋଇପଡିଛି ସାରା ରାଜ୍ୟ। ତେବେ, ତାଜା ସୂଚନା ମୁତାବକ କଟକର ମୁଣ୍ତୁଳୀରେ ୭ଲକ୍ଷ ୭୨ ହଜାର କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ନରାଜରେ (Naraj water level) ୩ ଲକ୍ଷ ୯୯ ହଜାର ୬୧୨ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ତେବେ, ଆଗକୁ ସ୍ଥିତି ଗମ୍ଭୀର ରହିବ ବୋଲି ଆଶଙ୍କା କରାଯାଉଛି । ପଢନ୍ତୁ ପୂରା ରିପୋର୍ଟ...
Odisha Flood Update: ଲଗାଣ ବର୍ଷା (Heavy rain) ଦେଇଦେଲା ଦୁଃଖ । ଯୁଆଡେ ଦେଖିବ ସିଆଡେ ପାଣି। ଜଳାର୍ଣ୍ଣବ ହୋଇପଡିଛି ରାଜ୍ୟର ବିଭିନ୍ନ ସ୍ଥାନ କେଉଁଠି ଛାତିଏଁ ଉଚ୍ଚର ପାଣି ଚାଲିଛି ତ କେଉଁଠି ଘରେ ପାଣି ପଶି ଥିବାରୁ ଲୋକେ ପରଘରେ ଆଶ୍ରୟ ନେଇଛନ୍ତି । ତେବେ, ତାଜା ସୂଚନା ମୁତାବକ କଟକର ମୁଣ୍ତୁଳୀରେ ( Mundali Water Level) ୭ଲକ୍ଷ ୭୨ ହଜାର କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ନରାଜରେ (Naraj water level) ୩ ଲକ୍ଷ ୯୯ ହଜାର ୬୧୨ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ତେବେ, ଆଗକୁ ସ୍ଥିତି ଗମ୍ଭୀର ରହିବ ବୋଲି ଆଶଙ୍କା କରାଯାଉଛି । ଲଗାଣ ବର୍ଷା ଯୋଗୁଁ କଟକର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି।
କଟକର ବାଙ୍କୀ, ଆଠଗଡର ବିଭିନ୍ନ ପଞ୍ଚାୟତ ଜଳମଗ୍ନ ହୋଇଥିବା ବେଳେ ୫ ଫୁଟ୍ ଉଚ୍ଚର ପାଣି କ୍ଷେତ ଜମିରେ ଜମି ରହିଛି । ଏପରିକି ରାସ୍ତା ଉପରେ ଏବେବେ ୪ ଫୁଟ୍ ଉଚ୍ଚର ପାଣି ଚାଲୁଥିବା ଦେଖିବାକୁ ମିଳିଛି (Odisha Flood)। କେବେଳ ସେତିକି ନୁହେଁ ଲୋକଙ୍କ ଘରେ ପାଣି ପଶି ଯାଇଥିବାରୁ ଚୁଲି ମଧ୍ୟ ଜଳୁନି। ସେପଟେ, ଯାଜପୁରେ ପ୍ରବାହିତ ବୈତରଣୀ ନଦୀରେ ବନ୍ୟା ଜଳ ହ୍ରାସ ପାଇବାରେ ଲାଗିଛି । ସେପଟେ, ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖି ଆଗରେ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହି ସବୁ ଜିଲ୍ଲା ଗୁଡିକ ଉପରେ, ପ୍ରଶସାନ ପକ୍ଷରୁ ଯେ, କୌଣସି ଦୁର୍ଘଟଣା ଏଡାଇବାକୁ କଡା ନଜର ରଖାଯାଇଛି।
Also Read: Shukra Gochar 2023: କର୍କଟ ରାଶିକୁ ଚଳନ କରିବେ ଶୁକ୍ର, ସାବଧାନ୍ ରୁହନ୍ତୁ ଏହି ୪ରାଶିର ଲୋକେ!
ସେପଟେ, ଆଜି ସକାଳୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ତେରମାଣପୁର ଗାଁ ନିକଟରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଘାଇ ଯୋଗୁଁ କେତେକ ଗାଁ ଜଳବନ୍ଦୀ ହୋଇ ଯାଇଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲଗାଣ ବର୍ଷାରେ ଟୁଇନ୍ ସିଟି ଭାସୁଥିବା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ଏପରିକି କେତେକ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । ସେହିପରି ବୌଦ୍ଧ ଜିଲ୍ଲାର ତଳିଆ ଅଂଚଳ ସମେତ ସହରର ତଳିଆ ଅଞ୍ଚଳରେ ଘରଘରେ ବର୍ଷା ପାଣି ପଶିଛି। ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଡ୍ରେନେଜ ବ୍ୟସ୍ଥା ନ ଥିବାରୁ ଏଭଳି ସ୍ଥିତି ଉପୁଜୁଛି ବୋଲି ଅଭିଯୋଗ କରିଛନ୍ତି ଲୋକେ। ବର୍ଷା ପାଣି ନିଷ୍କାସନ ପାଇଁ ଦମକଳ ଗାଡ଼ି ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି ।
ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ରାଜ୍ୟରେ ଚର୍ଚ୍ଚିତ ଜିଲ୍ଲା କେନ୍ଦ୍ରାପଡା ମଧ୍ୟ ବନ୍ୟାରୁ ବାଦ୍ ପଡିନି। ଜିଲ୍ଲାର ମହାକାଳପଡା, ମାର୍ଶାଘାଇ, ଡେରାବିଶ ଓ ଗରଦପୁର ବ୍ଲକର କିଛି ଅଞ୍ଚଳ ଏବେବି ଜଳବନ୍ଦୀ ହୋଇ ରହିଛି । ପରିସ୍ଥିତି ସଙ୍ଗୀନ ଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଆଗକୁ ସ୍ଥିତି ସଙ୍ଗୀନ ରହିପାରେ ବୋଲି କୁହାଯାଉଛି । ତେବେ, ଏନେଇ ପ୍ରଶାସନ ସତର୍କ ଥିବା ଜଣାପଡିଛି । ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି। ସେହିପରି ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଥିବାରୁ ହୀରାକୁଦର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି।