Instream Storage Structure Odisha: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏହି ପ୍ରକଳ୍ପ ଦୁଇଟି ହେଉଛି ଇବ୍‌ ନଦୀରେ ଭଷ୍ମା ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଏବଂ ସପେଇ ନଦୀରେ ଫୁଲବାରୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ଭଷ୍ମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୬୨.୫୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଫୁଲବାରୀ ପ୍ରକଳ୍ପ ପାଇଁ ୧୨୩.୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି।


ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଥିଲେ। ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପକ୍ଷରୁ ମିଳିଥିବା ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।


ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ସୁନ୍ଦରଗଡ ଜିଲ୍ଲା ପାଞ୍ଚଟି ବ୍ଲକ୍‌ର ଲୋକ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ କାର୍ଯ୍ୟକାରୀ ହେବାକୁ ଯାଉଥିବା ପ୍ରକଳ୍ପ। ଭଷ୍ମା ପ୍ରକଳ୍ପ ଦ୍ବାରା ଟାଙ୍ଗରାପଲି, ସୁନ୍ଦରଗଡ, ଝାରସୁଗୁଡା ବ୍ଲକ୍‌ରେ ଜନସାଧାରଣ ଉପକୃତ ହେବେ।  ଅନ୍ୟପଟେ ଫୁଲବାରୀ ପ୍ରକଳ୍ପ ଦ୍ବାରା ବଡଗାଁ ଏବଂ ବାମରା ବ୍ଲକ୍‌ର ଜନସାଧାରଣଙ୍କୁ ଲାଭ ମିଳିବ।