Matric Exam: ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର ।ଫେବ୍ରୁଆରୀ ୨୦(February 20) ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ବୋର୍ଡ ପରୀକ୍ଷା(Matric Board Exam)। ଏ ନେଇ ତାରିଖ ଘୋଷଣା କରିଛି ଓଡ଼ିଶା ବୋର୍ଡ ମାଧ୍ୟମିକ ପରିଷଦ(BSE)। ୨୦୨୪ ଫେବ୍ରୁଆରୀ ୨୦ ତାରିଖରୁ ପରୀକ୍ଷା ଆରମ୍ଭ ହେବା ନେଇ ଘୋଷଣା କରିଛି ବୋର୍ଡ। ଫେବ୍ରୁଆରୀ ୨୦ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ସୂଚନା ଦେଇଛି ବୋର୍ଡ।


COMMERCIAL BREAK
SCROLL TO CONTINUE READING

ମାଟ୍ରିକ୍‌ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ(State Open School)  ପରୀକ୍ଷା ବି ହେବା ନେଇ ବୋର୍ଡ ତରଫରୁ ସୂଚନା ଦିଆଯାଇଛି । ଅନ୍ୟପଟେ ପରୀକ୍ଷା ପରେ ଖାତା ଦେଖିବା ତାରିଖ ମଧ୍ୟ ଘୋଷଣା କରିଛି ବୋର୍ଡ । ମାର୍ଚ୍ଚ ୧୨ରୁ ଖାତା ଦେଖା ଆରମ୍ଭ ହେବା ନେଇ ସୂଚନା ଦିଆଯାଇଛି । ଅତିକମ୍‌ରେ ଖାତାଦେଖା ୧୨ ଦିନ ଧରି ଚାଲିବାର ବ୍ୟବସ୍ଥା ରହିଛି । ପରୀକ୍ଷା ସଂପର୍କୀତ ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ ବୋଲି କହିଛି ବୋର୍ଡ ।


ସୂଚନା ଅନୁସାରେ ଆଗାମୀ ମାଟ୍ରିକ୍‌ ପରୀକ୍ଷାର ଢାଞ୍ଚା ପରିବର୍ତ୍ତନ କରାଯିବା ନେଇ ପୂର୍ବରୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା । ପୂର୍ବ ପରି ପ୍ରତି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ ବୋଲି କୁହାଯାଇଥିଲା ।ଏ ନେଇ ପ୍ରେସମିଟ ଜରିଆରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ମଧ୍ୟ ଦେଇଥିଲେ । ପୂର୍ବରୁ ଚାଲିଆସିଥିବା ୨ଟି ସମ୍ମେଟିଭ ପରୀକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି। ଏବେ କେବଳ ଦଶମ ଶ୍ରେଣୀରେ ଗୋଟିଏ ବାର୍ଷିକ ପରୀକ୍ଷା ହିଁ ହେବ । ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ୱାର୍ଟରରେ ହେବ ନେଇ କୁଆଯାଇଛି।


ସେପଟେ ସୂଚନା ଆଧାରରେ ନବମ ଶ୍ରେଣୀ ପାଇଁ ବାର୍ଷିକ ପରୀକ୍ଷା ହେବ, ଏନେଇ ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ। କୋରୋନା ମହାମାରିକୁ ଆଖି ଆଗରେ ରଖି ସମେଟିଭ ବ୍ୟବସ୍ଥା ହୋଇଥିବା ବେଳେ କରୋନା ପରେ ପୁଣି ପୁରୁଣା ପରୀକ୍ଷା ପଦ୍ଧତିରେ ପରୀକ୍ଷା କରିବା ଲାଗି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।


Also Read: Maternity Leave: ସରକାରୀ ମହିଳା କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କଲେ ସରକାର! ବଢ଼ିଲା ମାତୃତ୍ଵ ଛୁଟିର ଅବଧି


Droupadi Murmu Odisha Visit: ଓଡିଶାରେ 'ମ୍ୟାଡାମ୍‌ ପ୍ରେସିଡେଣ୍ଟ', ଜାଣନ୍ତୁ ଆଜି କ'ଣ ରହିଛି କାର୍ଯ୍ୟସୂଚୀ?