Odisha News: ଖୁସି ଆଉ ଅନାଥ (Orphan) ରହିବନି । କୁହନ୍ତି ପରା, ଭଗବାନ ବାପା ମାଆ ରୂପରେ ଉପସ୍ଥିତ ରୁହିଥାଆନ୍ତି । ତେବେ ଦିନେ ମାଆ ଓ ବାପା ହରାଇଥିବା ଖୁସିକୁ ଏବେ ମିଳିଛି ନୂଆ ପରିବାର । ଏହି କୋମଳମତି ଶିଶୁ କନ୍ୟାକୁ କୋଳେଇ ନେଇଛନ୍ତି ଫିନଲ୍ୟାଣ୍ତ (Finland) ଦମ୍ପତି । ସୂଚନା ଥାଉ କି, ବଦଳିବ କୁନି ଝିଅ ଖୁସିର ଭାଗ୍ୟ । ଅନାଥ ଘରେ ପାଳିତ ହେଉଥିବା ଏହି ବାପା ମାଆ ଛେଉଣ୍ତ ଝିଅର ନୂଆ ଠିକଣା ହେବ ବିଦେଶ । ବିଦେଶୀ ବାପା ମାଆଙ୍କ କୋଳରୁ ଦୁନିଆ ଦେଖିବ ଏହି କୋମଳମତି ଶିଶୁ । ବିଦେଶୀ ଦମ୍ପତି ସମ୍ବଲପୁର ଜିଲ୍ଲାର (Sambalpur districts) କୁନି ଝିଅ ଖୁସୀକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ବେଳେ ତାଙ୍କୁ ବହୁ ଜଲଦି ଫିନଲ୍ୟାଣ୍ଡ ନେବା ଲାଗି ପ୍ରସ୍ତୁତ ହେଉଛନ୍ତି । ବିଦେଶୀ ମାଆ ଲୌରା ଏଲୋନା ଖୁସୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ସମସ୍ତ ଆଇନଗତ ପ୍ରକ୍ରିୟା ସମ୍ପାଦନ କରିସାରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ବୁଧବାର ଦିନ ଫିନଲ୍ୟାଣ୍ତର ଏହି ମହିଳା କୁନି ଝିଅ ଖୁସିକୁ ଜିଲ୍ଲା ପ୍ରଶାସନଠାରୁ ନିଜ କୋଳକୁ ନେଇଛନ୍ତି । ସମ୍ବଲପୁର କଲେକ୍ଟର ଅନନ୍ୟା ଦାସ (Ananya das sambalpur collector) ଓ ରାଜସ୍ୱ ବିଭାଗୀୟ କମିଶନର (RDC) ସୁରେଶ ଚନ୍ଦ୍ର ଦଲାଇଙ୍କ ଉପସ୍ଥିତିରେ ଶିଶୁ କନ୍ୟାକୁ ତା ପାଳିତ ପିତାମାତା କୋଳାଇ ନେଇଛନ୍ତି । ଶିଶୁ କନ୍ୟା ସମସ୍ତ ବିଷୟରେ ଅନନ୍ୟା ଦାସ ଓ ସୁରେଶ ଚନ୍ଦ୍ର ଦଲାଇ ପାଳିତ ପିତାମାତାଙ୍କ ସହ ଆଲୋଚନା କରିବା ସହ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ ନେଇ କାମନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କଲେକ୍ଟର ଉମାକାନ୍ତ ରାଜ, ଡେପୁଟି କଲେକ୍ଟର ମିତାଲି ମଧୁସ୍ମିତା ଦଲାଇ ଓ ଜିଲ୍ଲା ଶିଶୁ କଲ୍ୟାଣ ଅଧିକାରୀ ସୁଚିସ୍ମିତା ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ଛୋଟ ଶିଶୁକୁ କୋଇଇ ନେବା ପରେ ଲୌରା ବେଶ ଖୁସି ଥିବା ଦେଖିବାକୁ ମିଳିଛି ।


Also Read-Weather Update: ବଙ୍ଗୋପସାଗରରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି


ସେହିପରି ନିକଟରେ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ଗଜପତିର (Gajapati district) ଅନାଥ ଝିଅ (Orphan girl) ବିଜୟଲକ୍ଷ୍ମୀଙ୍କୁ କୋଳେଇ ନେଇଥିଲେ ସ୍ପେନର ଜଣେ ଅବିବାହିତ ମହିଳା । ୨ ବର୍ଷ ତଳେ ଅସହାୟ ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି ଅନାଥ ଝିଅ ବିଜୟଲକ୍ଷ୍ମୀଙ୍କ ମଧ୍ଯ ନୂଆ ଠିକଣା ପାଲଟିବ ବିଦେଶ । କାରଣ ତାଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି ସ୍ପେନର ମାରିଆ ତେରିସା । ଆଉ କିଛି ଦିନ ଭିତରେ ସ୍ପେନର ଏହି ମହିଳା ଝିଅକୁ ନିଜ ଘରକୁ ନେଇ ଯିବେ । ବର୍ତ୍ତମାନ ହସ୍ତାନ୍ତର ପ୍ରକ୍ରିୟା ଚାଲିଥିବା ବେଳେ ବିଜୟଲକ୍ଷ୍ମୀଙ୍କ ଲାଳନ ପାଳନ କରୁଥିବା ମହିଳା ସୁକାନ୍ତି କୋହଭରା କଣ୍ଠରେ କହିଛନ୍ତି ଯେ, ଏହା କଷ୍ଟଦାୟକ ହେଲେ ମଧ୍ୟ ଝିଅର ନୂଆ ଭବିଷ୍ୟତ ପାଇଁ ମୁଁ ଖୁସି ଅଛି । ପ୍ରକାଶଥାଉ କି, ଗତ ୨ ବର୍ଷ ତଳେ ଅସହାୟ ଅବସ୍ଥାରେ ୧୦ ବର୍ଷର ଏହି ଅନାଥ ଶିଶୁଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଥିଲା ।


ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଉଦ୍ଧାର ନାବାଳିକାଙ୍କୁ ଜିଲ୍ଲା ପୋଷ୍ୟ ସନ୍ତାନ କେନ୍ଦ୍ରରେ ରଖିଥିଲେ । ତେବେ ବର୍ତ୍ତମାନ ନାବାଳିକା ବିଜୟଲକ୍ଷ୍ମୀଙ୍କୁ ସ୍ପେନର ଜଣେ ଅବିବାହିତା ମହିଳା ମାରିଆ ତେରିସା ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ଜିଲ୍ଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ୩୦ତମ ଶିଶୁକୁ ଏହି ବିଦେଶୀ ମହିଳାଙ୍କ ହାତକୁ ଟେକିଦେଇଛନ୍ତି ଜିଲ୍ଲାପାଳ (Gajapati collector) ଲିଙ୍ଗରାଜ ପଣ୍ତା । ବିଦେଶ ଯାଇ ସେଠାରେ କୁନି ଝିଅ ବିଜୟଲକ୍ଷ୍ମୀ ନୂତନ ପରିଚୟ ସହ ଉତ୍ତମ ଜୀବନ ଗଢିବେ ବୋଲି ଆଶା ରହିଛି ।