Jajpur Bus Accident: ଚାହୁଁ ଚାହୁଁ ଘଟିଗଲା ବଡ ଦୁର୍ଘଟଣା (Bus Accident)।  ଯାଜପୁର ରୋଡ କୋରେଇ ଥାନା ଜହ୍ନା ଛକରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌ (Jajpur Bus Accident)। ଏହି ଦୁର୍ଘଟଣାରେ ୪୨ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଦୁଇ ଶିଶୁ ଓ ୮ ଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। କଟକରୁ କରଞ୍ଜିଆ ଅଭିମୁଖେ ଯାଉଥିବା ବେଳେ ବସଟି ରାସ୍ତା ତଳକୁ ଓଲଟି ବିଲ ଭିତରେ ପଡିଥିଲା(bus overturns in Jajpur road) । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ, ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର୍ ଥିବା ଜଣାପଡିଛି । 


COMMERCIAL BREAK
SCROLL TO CONTINUE READING

Also Read: Jatra Actress Rani Panda: ଗରିବଙ୍କ ଦୁଃଖସୁଖର ସାଥୀ ରାଣୀ ପଣ୍ତା, ଜାଣନ୍ତୁ ଅଭିନେତ୍ରୀଙ୍କ ବିଷୟରେ କିଛି ଖାସ୍ କଥା


Also Read: Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ! ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି


ସୂଚନା ଅନୁସାରେ,  କଟକରୁ କରଞ୍ଜିଆ ଅଭିମୁଖେ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ଯାତ୍ରୀ ବସ୍ ଯାତ୍ରା ଆରମ୍ଭ କରିଥିଲା। ଯାତ୍ରୀବାହୀ ବସଟି ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ପହଞ୍ଚିଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ  ରାସ୍ତା କଡ ଖସି ପଡିଥିବା ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି। ବସ୍‌ରେ ପ୍ରାୟ ୪୦ରୁ ଅଧିକ ଜଣ ଯାତ୍ରୀ ଥିଲେ। ରାସ୍ତା କଡ଼କୁ ବସ୍‌ଟି ଖସି ପଡ଼ିବା  ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।  ପରେ ସ୍ଥାନୀୟ ଲୋକେ ବସ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଏକଠି ହୋଇଥିଲେ।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ମଧ୍ୟରୁ ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା। ତେବେ, ତେବେ ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ସେପଟେ ଖବର ପାଇ କଳିଙ୍ଗନଗର ଏଡିଏମ୍‌  ଘଟଣାସ୍ଥଳରେ ପହଞ୍ଚି ଥିଲେ।  ଏହି ରାସ୍ତା ନୂଆ କରି ନିର୍ମାଣ ହୋଇଥିଲେ ହେଁ ଅଣଓସାରିଆ ହେବା ସାଙ୍ଗକୁ ରାସ୍ତା ମଝିରେ କଂକ୍ରିଟ ଡିଭାଇଡର କରାଯିବା ଦୁର୍ଘଟଣାର କାରଣ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ରାସ୍ତା ପାର୍ଶ୍ୱରୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ଲୋକଙ୍କ ଭିଡ଼ ଜମିବାରୁ କିଛି ଘଣ୍ଟା ପାଇଁ ଏହି ରାସ୍ତା ଦେଇ ଯାତାୟତ ମଧ୍ୟ ପ୍ରଭାବିତ ହୋଇଥିଲା। 


ନିକଟରେ ଏଭଳି ଆଉ ଏକ ବସ୍ ଦୁର୍ଘଟଣା ଘଟିଥିଲା ।  ବାଲେଶ୍ବର (Balasore) ଜିଲ୍ଲା ଜଳେଶ୍ବର  ୬୦ ନମ୍ବର  ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ଏହି ଦୁର୍ଘଟଣା (Accident) ଘଟିଛି । ଏଥିରେ ୪୦ ରୁ (40 injured) ଅଧିକ ଯାତ୍ରୀ ଆହତ ହୋଇଛନ୍ତି।  ସେଥିମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । ସୂଚନା ଅନୁସାରେ, ଏକ ଘରୋଇ ବସଟି ଗୁରୁବାର ବିଳମ୍ବିତ ରାତିରେ ୪୦ରୁ (40 injured) ଅଧିକ ଯାତ୍ରୀଙ୍କୁ ନେଇ  ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା। ବାଲେଶ୍ବର ଜିଲ୍ଲା ଜଳେଶ୍ବର  ୬୦ ନମ୍ବର  ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ପହଞ୍ଚିବା ସମୟରେ ହଠାତ୍ ବସଟି ଭାରସାମ୍ୟ ହରାଇ ଥିଲା। ଫଳରେ ରାସ୍ତା କଡକୁ ଓଲଟି ପଡିଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଯୋଗାଯୋଗ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ମଧ୍ୟରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା। ତେବେ, ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।