Odisha Police: ଗଞ୍ଜେଇ ଚୋରାଚାଲାଣକୁ ରୋକିବା ପାଇଁ ଜାରି ରହିଛି ଅଭିଯାନ
Odisha Police action against Ganja Trafficking: ଗଞ୍ଜେଇ ଚୋରାଚାଲଣ ବିରୋଧରେ ଅଭିଯାନ ଜାରି ରଖିଛି ଓଡ଼ିଶା ପୋଲିସ।
Odisha Police Massive Drive against Ganja Trafficking: ରାଜ୍ୟରେ ଗଞ୍ଜେଇ ଚୋରାଚାଲାଣକୁ ରୋକିବା ପାଇଁ ଅଭିଯାନ ଜାରି ରଖିଛି ଓଡ଼ିଶା ପୋଲିସ। ଚଳିତ ବର୍ଷ ପ୍ରଥମ ତ୍ରୈମାସରେ ଗଞ୍ଜେଇ ଚୋରାଚାଲାଣରେ ସର୍ବାଧିକ ସଂଖ୍ୟକ ମାମଲା ରୁଜୁ କରିବା ସହ ବହୁ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି। ଚଳିତ ବର୍ଷ ଜାନୁୟାରୀ ୧ ତାରିଖରୁ ୩୧ ମାର୍ଚ୍ଚ ମଧ୍ୟରେ ପାଖାପାଖି ୫୦୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ।
ଚଳିତ ବର୍ଷ ପ୍ରଥମ ତୈମାସରେ ଗଞ୍ଜେଇ ଚୋରାଚାଲାଣ ମାମଲାରେ ପୋଲିସ ପକ୍ଷରୁ ମୋଟ ୪୨୫ କେସ ଦାଏର ହୋଇଛି। ସେହିପରି ୫୨୯ ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି। ସେହିପରି ଏହି ଅବଧି ମଧ୍ୟରେ (ଜାନୁୟାରୀ ୧ ତାରିଖରୁ ୩୧ ମାର୍ଚ୍ଚ) ୪୯,୪୦୦ କିଲୋଗ୍ରାମ (୪୯୪ କ୍ୱିଣ୍ଟାଲ/୪୯.୪ ଟନ୍) ଗଞ୍ଜେଇ ଜବତ କରାଯାଇଛି।
ରାଜ୍ୟରେ ଗଞ୍ଜେଇ ଚୋରାଚାଲାଣ ଘଟଣାରେ ଅନେକ ଆନ୍ତରାଜ୍ୟ କିଙ୍ଗପିନ୍/ମାଷ୍ଟରମାଇଣ୍ଡ ଧରା ପଡ଼ିଛନ୍ତି। ଓଡ଼ିଶା ପୋଲିସ ଗଞ୍ଜେଇ ଚୋରାଚାଲାଣ ଘଟଣାରେ ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର ପ୍ରଭୃତି ରାଜ୍ୟର ଚୋରାଚାଲାଣକାରୀଙ୍କୁ ଗିରଫ କରିଛି।
(ଉପରୋକ୍ତ ତଥ୍ୟ କେବଳ ଓଡିଶା ପୋଲିସ ଦ୍ୱାରା ପ୍ରଦାନ କରାଯାଇଛି। ଏହି ମାମଲାରେ ଓଡିଶା ଅବକାରୀ ବିଭାଗ ତଥ୍ୟ ଅନ୍ତର୍ଭୂକ୍ତ ହୋଇନାହିଁ।)