BJD Leader VK Pandian: ଭୁବନେଶ୍ୱର: ବିଜୁ ଜନତା ଦଳର ଅଭିଜ୍ଞ ପୁରୁଖା ତଥା ନୂଆା ପିଢ଼ିର ନେତାଙ୍କୁ ପାଠ ପଢ଼ାଇଛନ୍ତି ୫ଟି ଅଧ୍ୟକ୍ଷ ତଥା ନୂଆ କରି ଦଳରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ। ଆସନ୍ତା ନିର୍ବାଚନ ଲାଗି ପ୍ରସ୍ତୁତ ରହିବା ଏବଂ ପୂର୍ବାପେକ୍ଷା ଅଧିକ ଭୋଟ୍‍ ବ୍ୟବଧାନରେ ଦଳକୁ ଜିତାଇବାକୁ ସେ ଦଳୀୟ ନେତାଙ୍କୁ ତାଗିଦ କରିଛନ୍ତି। ଯେଉଁ ପ୍ରାର୍ଥୀ ପୂର୍ବ ରେକର୍ଡକୁ ଭାଙ୍ଗି ଅଧିକ ଭୋଟ ବ୍ୟବଧାନରେ ଜିତିବେ ତାଙ୍କୁ ସେ  ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇବେ ଏବଂ ତାଙ୍କ ପ୍ରତିଶୃତିକୁ ପୂରଣ କରିବାକୁ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଶୁକ୍ରବାର କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଏକ ସଭାରେ ବିଜେଡ଼ି ନେତା ଭିକେ ପାଣ୍ଡିଆନ ଦଳୀୟ ନେତା ତଥା କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଥିଲା। ଏହି ସମୟରେ ସେ କହିଥିଲେ, କଟକ ଜିଲ୍ଲାରେ ବିଜେଡି ସ୍ଥିତି ମଜବୁତ ରହିଛି। ଜିଲ୍ଲାର ସବୁ ନିର୍ବାଚନମଣ୍ଡଳିରେ ବିଜେଡି ଜିତିକି ଆସିବ। ଗତ ୨୦୧୪ ଏବଂ ୨୦୧୯ ନିର୍ବାଚନରେ କେଉଁ ନିର୍ବାଚନମଣ୍ଡଳୀରେ କେତେ ଭୋଟ ବ୍ୟବଧାନରେ ବିଜେଡି଼ ପ୍ରାର୍ଥୀ ଜିତିଛନ୍ତି ତାହା ଜଣାଅଛି। ଏବେ ୨୦୨୪ ନିର୍ବାଚନରେ ରେକର୍ଡ ମାର୍ଜିନ ବ୍ୟବଧାନରେ ଜିତି ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେବାକୁ ୫ଟି ଅଧ୍ୟକ୍ଷ  ଶ୍ରୀ ପାଣ୍ଡିଆନ ଦେଇଛନ୍ତି। ଯେଉଁ ପ୍ରାର୍ଥୀ ବୁଥ ଠାରେ ପୂର୍ବ ମାର୍ଜିନ ଠାରୁ ଅଧିକ ଭୋଟ୍ ଅର୍ଥାତ ୫୦ ପ୍ରତିଶତରୁ ଅଧିକ ଭୋଟ କରିକି ଦେଖାଇବେ ସେମାନଙ୍କୁ ନବୀନ ନିବାସ ଡକାଯାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ କରାଯିବ। ସେମାନଙ୍କ କାମ ମଧ୍ୟ ଜୋରଦାର ହେବ।


ଭିକେ ପାଣ୍ଡିଆନ୍‍ଙ୍କ ଏହି ତାଗିଦକୁ ଦଳର ପୁରୁଖା ନେତା ସ୍ୱାଗତ କରିଥିବା ବେଳେ ବିରୋଧିଙ୍କୁ କିନ୍ତୁ ହଜମ ହୋଇପାରି ନାହିଁ। ସେ ଏହାକୁ ବିଜୁ ଜନତା ଦଳର ଆସ୍ଥା ହରାଇବା ସ୍ଥିତି ବୋଲି ବୟାନ କରିଛନ୍ତି। ଆଜି ଯାଏ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ତାଙ୍କ ଦଳର ନେତା, ବିଧାୟକ ତଥା ସାଂସଦଙ୍କୁ ଚିହ୍ନି ନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି। କିନ୍ତୁ ଦଳୀୟ ନେତା ନବୀନଙ୍କ ପାଖରେ ପହଞ୍ଚିବା ଲାଗି ପାଣ୍ଡିଆନ ମାଧ୍ୟମ ବୋଲି କହିଛନ୍ତି।