Abadha Yojana Review: ଅବଢା ଯୋଜନା ଉପରେ ସମୀକ୍ଷା କଲା ଶ୍ରୀମନ୍ଦିର ପ୍ରଶାସନ
Srimandir Managing Committee: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଗଷ୍ଟ ଅବଢା ଯୋଜନା ଉପର ହୋଇଛି ସମୀକ୍ଷା। ଏନେଇ ାୟୋଜିତ ହୋଇଥିବା ବୈଠକରେ ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
Srimandir Abadha Jojana: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଗଷ୍ଟ ୨୨ ତାରିଖ ମଙ୍ଗଳବାର ଅବଢା ଯୋଜନା ଉପର ସମୀକ୍ଷା କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଅବଢ଼ା ଯୋଜନା ସମୀକ୍ଷା ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବ୍ୟବହାର ଉପଯୋଗୀ ହେବ। ଏମାରମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟ ନିକଟରେ ଦୁଇଟି ଅଭ୍ଯର୍ଥନା କକ୍ଷ କାର୍ଯ୍ଯକ୍ଷମ ହେବ। ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲାଯିବା ନେଇ ମଧ୍ୟ ହୋଇଛି ଆଲୋଚନା।
ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ (Srimandir) ଯାତ୍ରୀ ପରିକ୍ରମା ପ୍ରକଳ୍ପରେ (Tourist Circuit Project Puri) ଭକ୍ତଙ୍କ ପାଇଁ ୯ ପ୍ରବେଶ ପଥ (Entrance Gate of Srimandir) ରହିବ। ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ (Srimandir Administrative Office) ପାର୍ଶ୍ବରେ ଏବଂ ଏମାର ମଠ ନିକଟରେ ଦୁଇଟି ସ୍ଥାନରେ ୩ ହଜାର ଭକ୍ତଙ୍କ ପାଇଁ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ (Shri Jagannath Reception Room Puri)। ରଘୁନନ୍ଦନ ଲାଇବ୍ରେରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଅତ୍ଯାଧୁନିକ ପ୍ରଣାଳୀରେ ନିର୍ମାଣ ହେବ ଏହି ଶହେ ବର୍ଷର ଲାଇବ୍ରେରୀ। ଗୋପାଳତୀର୍ଥ ମଠ ଏବଂ ନାରାୟଣୀ ମନ୍ଦିରର ପୁନଃରଦ୍ଧାର କରାଯିବ। ଶ୍ରୀମନ୍ଦିର ଭିତରେ ଏବଂ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏକ ଏଜେନ୍ସି ସହ ଆଲୋଚନା କରାଯାଇଛି।
ଷ୍ଟାଫ କ୍ୱାର୍ଟର (Srimandir Staff Quarters) ମାର୍କେଣ୍ଡଶ୍ୱର ସାହିରେ ହେବ। ସେହିପରି ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି। ଯାତ୍ରୀ ପରିକ୍ରମା ପ୍ରକଳ୍ପ ଦ୍ବାରା ପ୍ରଭାବିତ ହୋଇଥିବା ୧୮ ମଠ ଏବଂ ଦୁଇଟି ମନ୍ଦିରର ମଧ୍ୟ ବିକାଶ କରାଯିବ। ବୈଠକରେ ଶ୍ରୀମନ୍ଦିର ସେବାୟତଙ୍କ (Sevayat of Srimandir) ପାଇଁ ଆବାସ ଯୋଜନା, ଜେଟିପି ପୋଲିସ କର୍ମଚାରୀଙ୍କ (Jagannath Temple Police Staff) ପାଇଁ ବାରାକ୍ ନିର୍ମାଣ କରାଯିବ। ସେପଟେ ବଡ ଓଡ଼ିଆ ମଠ ଜମି ବିକ୍ରି ପାଇଁ ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ (Srimandir Management Committee Meeting) ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ସେପଟେ ଶ୍ରୀମନ୍ଦିରରେ ଦିବ୍ଯାଙ୍ଗ ଭକ୍ତଙ୍କ ଦର୍ଶନ ବ୍ଯବସ୍ଥା ଉପରେ ହୋଇଛି ବିସ୍ତୃତ ଆଲୋଚନା। ଅକ୍ଟୋବର ସୁଦ୍ଧା ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଦିବ୍ୟାଙ୍କ ଭକ୍ତଙ୍କ ଲାଗି ପୂର୍ବ ପରି ରାମ୍ପ ଅଥବା ପୀଠୁ କିମ୍ବା ଅନ୍ୟ କଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ନେଇ ତର୍ଜମା କରାଯାଉଛି। କିଛିବର୍ଷ ତଳେ ଉତ୍ତର ଦ୍ୱାରରୁ ରାମ୍ପ କରାଯାଇଥିଲା। ଏନେଇ ହ୍ୱିଲ ଚେୟାରର ବ୍ଯବସ୍ଥା ହୋଇଥିଲା। ମାତ୍ର ଭିତର ବେଢାରେ ମହାପ୍ରଭୁ ବେଢା ପରିକ୍ରମା କରିଥାନ୍ତି। ଏଣୁ ହ୍ୱିଲ ଚେୟାର ଯିବା ପରମ୍ପରା ବିରୋଧୀ ବୋଲି ହୃଦବୋଧ କରି ବନ୍ଦ କରାଯାଇଥିଲା। ମାତ୍ର ଏଥର ଦିବ୍ଯାଙ୍ଗ ଭକ୍ତଙ୍କ ପାଇଁ ବ୍ଯବସ୍ଥା କରାଯିବ। ପଥରରେ ରାମ୍ପ ପ୍ରସ୍ତୁତ କରାଯାଇ ଦିବ୍ଯାଙ୍ଗ ଦର୍ଶନ ଆରମ୍ଭ କରାଯିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ଯ। ଯଦିଓ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ମାତ୍ର ଏହାର ବାସ୍ତବତା ଉପରେ ଉଠିଛି ପ୍ରଶ୍ନ।