Odisha News: ଆରମ୍ଭ ହୋଇଛି ପାର୍ବଣ ଋତୁ। ଚଳିତ ବର୍ଷ ଅକ୍ଟୋବର (October 2023) ମାସରେ ସରକାରୀ କର୍ମଚାରୀଙ୍କ (Government Employee) ତିନୋଟି ଛୁଟି ମାଡ଼ ଖାଉଛି । ଦ୍ବିତୀୟ ଓ ଚତୁର୍ଥ ଶନିବାର ଏବଂ ଦ୍ବିତୀୟ ରବିବାର ପଡୁଥିବା ଏହି ଛୁଟି  ଦିବସ ଗୁ଼ଡିକ ମାଡ ଖାଉଯାଉଥିବା ବେଳେ ଗାନ୍ଧୀ ଜୟନ୍ତୀ ଓ ଦଶହରା ଛୁଟିକୁ ମିଶାଇ ମୋଟ୍ ୪ ଦିନ ଛୁଟି ମିଳିବ । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ସରକାରୀ ଛୁଟି ଥିବା ବେଳେ ୨୧ ତାରିଖ ମହାସପ୍ତମୀ, ୨୩ ତାରିଖ ମହାନବମୀ  ଓ ୨୪ ତାରିଖ ବିଜୟ ଦଶମୀ  ଛୁଟି ରହିଛି । ସେହିପରି, ମହାଳୟା, ମହାଷ୍ଟମୀ ଓ କୁମାର ପୂର୍ଣ୍ଣିମା ଛୁଟି ମାଡ ଖାଉଛି ।  ମହାଳୟା ୧୪ ତାରିଖ ଦ୍ବିତୀୟ ଶନିବାର ପଡୁଥିବା ବେଳେ ମହାଷ୍ଟମୀ ୨୨ ତାରିଖ ରବିବାର ପଡୁଛି। ଏବଂ କୁମାର ପୂର୍ଣ୍ଣିମା  ୨୮ ତାରିଖରେ  ଚତୁର୍ଥ ଶନିବାର ପଡୁଛି । ଯଦି ଏହି ପର୍ବ ଗୁ଼ଡିକ  ଛୁଟି ଦିନରେ ପଡି ନ ଥାଆନ୍ତା। ତେବେ,ସରକାରୀ କର୍ମଚାରୀଙ୍କୁ ଆଉ ଅଧିକ ତିନି ଦିନ ଛୁଟି ମିଳି ଥାଆନ୍ତା। 


COMMERCIAL BREAK
SCROLL TO CONTINUE READING

ଆଜିଠୁ ଅକ୍ଟୋବର ମାସ ଆରମ୍ଭ ହୋଇଛି। ଏହି ସମୟରେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି । ଅକ୍ଟୋବର ମାସରେ, ବ୍ୟାଙ୍କଗୁଡିକ ଗୋଟିଏ କିମ୍ବା ଦୁଇ ଦିନ ନୁହେଁ ବରଂ ସମୁଦାୟ ୧୬ ଦିନ ବନ୍ଦ ରହିବ । ଏଗୁଡିକରେ ସପ୍ତାହିକ ଛୁଟି ମଧ୍ୟ ସାମିଲ ରହିଛି । ଏପରି ପରିସ୍ଥିତିରେ, ଯଦି ଆପଣଙ୍କୁ ଆସନ୍ତା ମାସରେ ଶାଖାକୁ ଯାଇ କୌଣସି ବ୍ୟାଙ୍କ କାର୍ଯ୍ୟ କରିବାକୁ ଥାଏ, ତେବେ ଏହା ପୂର୍ବରୁ ନିଶ୍ଚିତ ଭାବରେ ଆରବିଆଇ ଛୁଟି କ୍ୟାଲେଣ୍ଡର ଯାଞ୍ଚ କରନ୍ତୁ । ଅକ୍ଟୋବରରେ ଗାନ୍ଧୀ ଜୟନ୍ତୀ, ମହାଳୟା, ଦୁର୍ଗା ପୂଜା, ନବବ୍ରତୀ, ଦଶହରା, ଲକ୍ଷ୍ମୀ ପୂଜା, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କଗୁଡିକ ୧୬ ଦିନ ବନ୍ଦ ରହିବାକୁ ଯାଉଛି ।



ତେବେ ଆସନ୍ତୁ ଜାଣିବା ଅକ୍ଟୋବର ମାସ ପାଇଁ ଆରବିଆଇ ଦ୍ୱାରା ପ୍ରକାଶିତ ଛୁଟିଦିନର ପୀରା ତାଲିକା (Bank Holidays in October 2023)


୨ ଅକ୍ଟୋବର ୨୦୨୩ (ସୋମବାର) - ଗାନ୍ଧୀ ଜୟନ୍ତୀ 
୧୪ ଅକ୍ଟୋବର ୨୦୨୩ (ଶନିବାର) - ମହାଳୟା-କୋଲକାତାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୧୮ ଅକ୍ଟୋବର ୨୦୨୩ (ବୁଧବାର) - କଟି ବିହୁ - ଆସାମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୧ ଅକ୍ଟୋବର ୨୦୨୩ (ଶନିବାର) - ଦୁର୍ଗା ପୂଜା (ମହା ସପ୍ତମି) - ପଶ୍ଚିମବଙ୍ଗ, ତ୍ରିପୁରା, ଆସାମ ଓ ମଣିପୁରରେ ବ୍ୟାଙ୍କଗୁଡିକ ବନ୍ଦ ।
୨୩ ଅକ୍ଟୋବର ୨୦୨୩ (ସୋମବାର) - ମହାନବମୀ, ଆୟୁଧ୍ୟ ପୂଜା, ଦୁର୍ଗା ପୂଜା - ବିହାର, ଝାଡଖଣ୍ଡ, ଆସାମ, ତ୍ରିପୁରା, କର୍ଣ୍ଣାଟକ, ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ କେରଳରେ ବ୍ୟାଙ୍କ ବନ୍ଦ ରହିବ ।
୨୪ ଅକ୍ଟୋବର ୨୦୨୩ (ମଙ୍ଗଳବାର) - ଦଶହରା ଯଥା ବିଜୟଦଶମୀ, ଦୁର୍ଗା ପୂଜା - ଆନ୍ଧ୍ରପ୍ରଦେଶ, ମଣିପୁର ବ୍ୟତୀତ ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ >
୨୫ ଅକ୍ଟୋବର ୨୦୨୩ (ବୁଧବାର) - ଦୁର୍ଗା ପୂଜା  - ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୬ ଅକ୍ଟୋବର ୨୦୨୩ (ଗୁରୁବାର) - ଦୁର୍ଗା ପୂଜା / ମିଶ୍ରଣ ଦିବସ - ଜାମ୍ମୁ କାଶ୍ମୀର ଏବଂ ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ ।
୨୭ ଅକ୍ଟୋବର ୨୦୨୩ (ଶୁକ୍ରବାର) - ଦୁର୍ଗା ପୂଜା - ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୮ ଅକ୍ଟୋବର ୨୦୨୩ (ଶନିବାର) - ଲକ୍ଷ୍ମୀ ପୂଜା - ପଶ୍ଚିମବଙ୍ଗରେ ବ୍ୟାଙ୍କଗୁଡିକ ବନ୍ଦ ରହିବାକୁ ଯାଉଛି ।
୩୧ ଅକ୍ଟୋବର ୨୦୨୩ (ମଙ୍ଗଳବାର) - ସର୍ଦ୍ଦାର ଭାଲାଭଭାଇ ପଟେଲ ଜୟନ୍ତୀ - ଗୁଜୁରାଟରେ ବ୍ୟାଙ୍କ ବନ୍ଦ ରହିବ ।