1.ଆଜି  ମହରମ:  Birth anniversary of Prophet Mohammad: ଇସ୍‍ଲାମ୍‍ ଧର୍ମର ପ୍ରବର୍ତ୍ତକ ପ୍ରଫେଟ୍‍ ମହମ୍ମଦଙ୍କ ଆଜି ଜନ୍ମଦିନ। ଏହାକୁ ମହରମ୍‍ ଭାବେ ପାଳନ କରାଯାଏ। ଆଜିର ଦିନଟି ଇସ୍‍ଲାମ୍‍ କ୍ୟାଲେଣ୍ଡରର ପ୍ରଥମ ଦିନ ଭାବେ ଗ୍ରହଣ କରାଯାଏ ଅର୍ଥାତ୍‍ ଆଜି ଠାରୁ ଆରମ୍ଭ ହୋଇଛି ଇସ୍‍ଲାମ୍‍ କ୍ୟାଲେଣ୍ଡର। ଏହାକୁ ଏକ ପବିତ୍ର ମାସ ଭାବେ ଗ୍ରହଣ କରାଯାଏ। ବିଭିନ୍ନ ଉପାୟରେ ଏହାକୁ ଇସ୍‍ଲାମ୍‍ ଧର୍ମାବଲମ୍ବୀ ପାଳନ କରନ୍ତି। କେହି କେହି ଉପାସ ବି ରଖନ୍ତି। ଏହି ଅବସରରେ ରାଜ୍ୟର ସମସ୍ତ ସରକାରୀ ଅନୁଷ୍ଠାନକୁ ଆଜି ଛୁଟି ଘୋଷଣା କରାଯାଇଛି।


COMMERCIAL BREAK
SCROLL TO CONTINUE READING

2. ବିଶ୍ୱ ଜଳାତଙ୍କ ଦିବସ (World Rabies Day): ଆଜି ୧୭ତମ ବିଶ୍ୱର ଜଳାତଙ୍କ ଦିବସ।  ଜଳାତଙ୍କ ଏକ ମରଣାନ୍ତକ ରୋଗ, ଏହାର ଦୂରାରୋଗ୍ୟ।  କୁକୁର, ବିଲେଇ ଭଳି ଗୃହପାଳିତ ପ୍ରାଣୀ ତଥା ଅନ୍ୟ ପ୍ରାଣୀଙ୍କୁ କାମୁଡ଼ିବା ଯୋଗୁ ଏହି ରୋଗ ହୋଇଥାଏ। ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି। ଏବର୍ଷ ୧୭ତମ ବିଶ୍ୱ ଜଳାତଙ୍କ ରୋଗ ପାଳନ କରାଯାଉଛି ଯାହାର ସଚେତନତା ବିଷୟବସ୍ତୁ ରହିଛି : ‘ସଭିଙ୍କ ପାଇଁ ଜଣେ, ଗୋଟିଏ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ’। ତୃଣମୂଳସ୍ତରରେ ଜଳାତଙ୍କ ରୋଗର ଟିକା ଉପଲବ୍ଧ କରାଇବା, ସେମାନଙ୍କୁ ଜଳାତଙ୍କ ରୋଗ ବିଷୟରେ ସଚେତନ କରିବା ହେଉଛି ଏହାର ଲକ୍ଷ୍ୟ। 



3. ଭାରତର ପଦକ ସଂଖ୍ୟା ୨୨ ( Asian Games) ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତର ପଦକ ଯାତ୍ରା ଅବ୍ୟାହତ ରହିଛି। ଏଯାଏ ଭାରତ ୫ଟି ସ୍ବର୍ଣ୍ଣ ପଦକ ସହ ୭ଟି ରୌପ୍ୟ ଏବଂ ୧୦ଟି ବ୍ରୋଞ୍ଜ ପଦକ ହାସଲ କରିଛି। ଆଜି ପିଭି ସିନ୍ଧୁଙ୍କ ବିଜୟ ଯାତ୍ରା ଆରମ୍ଭ ହୋଇଛି। ସେ ମଙ୍ଗାଲିଆ ବିରୁଦ୍ଧରେ ପ୍ରଥମ ମ୍ୟାଚ୍‍ ଜିତିଛନ୍ତି। ଆଜି ଭାରତ ପକ୍ଷରୁ ରୋଶିବିନା ଦେବୀ ୬୦ କିଲୋ ଉସୁ କ୍ରୀଡ଼ାରେ ରୌପ୍ୟ ଅର୍ଜନ କରିଛନ୍ତି।


4.ଚନ୍ଦ୍ରବାବୁ ନାଇଡ଼ୁ ମାମାଲରୁ ଓହରିଲେ ଜଜ୍‍ ( SC Judge Recuses in Naidu’s Case): ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବାବୁ ନାଇଡ଼ୁଙ୍କ ମାମାଲାର ଶୁଣାଣି କରୁଥିବା ସୁପ୍ରିମ କୋର୍ଟ ଜଜ୍‍ ବିଚାର ପ୍ରକ୍ରିୟାରୁ ନିଜକୁ ବାରଣ କରିଛନ୍ତି। ଏନେଇ ସେ ପ୍ରଧାନ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଚନ୍ଦ୍ରବାବୁ ନାଇଡ଼ୁ ଦକ୍ଷତା ବିକାଶ ନାଁରେ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଏବେ ଜେଲ୍‍ ଦଣ୍ଡ ଭୋଗୁଛନ୍ତି। 



5. ଆଜି ୩ ନୂଆ ହିନ୍ଦି ସିନେମା (3 new movies to Release today): ଆଜି ତିନୋଟି ହିନ୍ଦି ଫିଲ୍ମ ମୁକ୍ତିଲାଭ କରିବ। ଏଥିରେ ରହିଛି ନାନା ପାଟେକରଙ୍କ ଅଭିନୀତ ଫିଲ୍ମ ‘ଭାକ୍ସିନ୍‍ ଓ୍ୱାର’, କମେଡ଼ି ଡ୍ରାମା ‘ଫୁକ୍ରେ-୩’ ଏବଂ ରୋମାଣ୍ଟିକ୍‍ ଫିଲ୍ମ ‘ପ୍ୟାର ହେ ତୋ ହେ’ (Pyaar Hai Toh Hai. 28 Sep 2023) । ସାରା ଦେଶରେ ଏହି ସିନେମା ଆଜି ମୁକ୍ତିଲାଭ କରୁଛି। ଏହାକୁ ନେଇ ବିଭିନ୍ନ ମଲ୍ଟିପ୍ଲେକ୍ସ ଓ  ହଲରେ ଟିକେଟ୍ ଅଗ୍ରୀମ ବୁକିଂ ହୋଇଛି। 


6. ୧୦ରୁ ବସ୍‍ ଧର୍ମଘଟ (Bus strike): ରାଜ୍ୟ ସରକାରଙ୍କ ଫ୍ଲାଗ୍‍ଶିପ୍‍ ପରିବହନ ଯୋଜନା ‘ଲକ୍ଷ୍ମୀ’ ବସ୍‍ ଚଳାଚଳ ବିରୁଦ୍ଧରେ ଘରୋଇ ବସ୍‍ ମାଲିକ ସଂଘ ଆପତ୍ତି ଦର୍ଶାଇଛନ୍ତି। ‘ଲକ୍ଷ୍ମୀ’ ଦ୍ୱାରା ସେମାନଙ୍କ ବ୍ୟବସାୟ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ କରିବା ସହ ଯୋଜନାର ପରିଚାଳନାରେ ସେମାନଙ୍କୁ ସାମିଲ୍‍ କରିବା ପାଇଁ ଦାବି କରିଛନ୍ତି। ଏନେଇ ସରକାର କୌଣସି ପଦକ୍ଷେପ ନ ନେଲେ ୨ ତାରିଖରୁ ମାଲକାନଗିରିରେ ଧର୍ମଘଟ ସହ ୧୦ ତାରିଖରୁ ଘରୋଇ ବସ୍‍ ଚଳାଚଳ ବନ୍ଦ କରିବାକୁ ଧମକ ଦେଇଛନ୍ତି। 


7.ଏନ୍‍ଆଇଏ ଚଢ଼ଉ ( NIA raids 53 locations): ଗ୍ୟାଙ୍ଗଷ୍ଟର-ଅତଙ୍କୀ ସମ୍ପର୍କରେ ଜାତୀୟ ତଦନ୍ତ ଏଜେନ୍ସୀ ( ଏନ୍‍ଆଇଏ) ଦେଶର ୫୩ଟି ସ୍ଥାନରେ ଚଢ଼ଉ କରିଛି। ଏହା ୬ଟି ରାଜ୍ୟକୁ ବ୍ୟାପିଛି। ଚଢ଼ଉ ସମୟରେ ବିଭିନ୍ ସ୍ଥାନରୁ ବନ୍ଧୁକ, ଗୁଳି, ଡିଜିଟାଲ୍‍ ଉପକରଣ ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଥିବା କୁହାଯାଇଛି। ଯେଉଁ ରାଜ୍ୟଗୁଡ଼ିକରେ ଏନ୍‍ଆଇଏ ପକ୍ଷରୁ ଚଢ଼ଉ କରାଯାଇଛି ସେଗୁଡ଼ିକ ହେଲା: ଦିଲ୍ଲୀ, ପଞ୍ଜାବ, ହରୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡଠ, ରାଜସ୍ଥାନ ଏବଂ ଚଣ୍ଡିଗଡ଼। ମୁଖ୍ୟତଃ ଖଲିସ୍ତାନୀ ଆତଙ୍କୀ ସମ୍ପର୍କରେ ଏହି ଚଢ଼ଉ କରାଯାଇଛି। 


8.ବୁଢ଼ା ହେଉଛି ଭାରତ(UNFPA Report): ଖୁବ୍‍ ଶୀଘ୍ର ଭାରତର ଜନସଂଖ୍ୟାରେ ଅଧିକ ସଂଖ୍ୟାରେ ବୃଦ୍ଧବୃଦ୍ଧା ଦେଖିବାକୁ ମିଳିବେ। ପିଲାଙ୍କ ତୁଳନାରେ ଏହି ସଂଖ୍ୟା ଅଧିକ ରହିବ। ୨୦୩୬ ସୁଦ୍ଧା ସମୁଦାୟ ଜନସଂଖ୍ୟାର ୧୫ ପ୍ରତିଶତ ଏବଂ ୨୦୫୦ ବେଳକୁ ୨୦.୮ ପ୍ରତିଶତ ବୃଦ୍ଧ ବୃଦ୍ଧା ରହିବେ ବୋଲି ଜାତିସଂଘ ଜନସଂଖ୍ୟା ପାଣ୍ଠି ଏକ ରିପୋର୍ଟରେ କହିଛନ୍ତି। ୧୫ବର୍ଷରୁ କମ୍‍ ଜନସଂଖ୍ୟା ହ୍ରାସ ତଥା ଜନସଂଖ୍ୟା ନିୟନ୍ତ୍ରଣରେ ଭାରତ ନେଇଥିବା ପଦକ୍ଷେପ ହେତୁ ଏପରି ପରିସ୍ଥିତି ସୃଷ୍ଟି ହୋଇପାରେ ବାଲି ଆଶଙ୍କା କରାଯାଇଛି। 



9.ଶିକ୍ଷକ ନାହାନ୍ତି ତ ବନ୍ଦ କରିଦିଅ (Vacancy in colleges) : ରାଜ୍ୟରେ ଖାଲିପଡ଼ିଥିବା ଶିକ୍ଷକ ପଦବୀକୁ ପୂରଣ କରନ୍ତୁ ନହେଲେ ହେଉଥିବା ସରକାର କଲେଜ୍‍  ଗୁଡ଼ିକୁ ବନ୍ଦ କରି ଦିଅନ୍ତୁ ବୋଲି ଉଦ୍‍ବେଗ ପ୍ରକାଶ କରିଛନ୍ତି ବିଧାୟକ । ବିଧାନସଭାରେ ଉଚ୍ଚଶିକ୍ଷା ସମ୍ବନ୍ଧରେ ଆଲୋଚନା ବେଳେ ଉଭୟ ବିରୋଧୀ ଦଳର ବିଧାୟକମାନେ ଖାଲିପଡ଼ିଥିବା ଶିକ୍ଷକ ପଦବୀ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ରାଜ୍ୟରେ ମୋଟ ୪୮ଟି ସରକାରୀ ଡିଗ୍ରୀ କଲେଜ, ୧୬ଟି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଏବଂ ୨୯୮ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ରହିଛି। ସରକାରୀ କଲେଜରେ ମୋଟ ୨୩୭୩ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ସେଥିରୁ ୩୮୫ ପଦବୀ ଖାଲି ପଡ଼ିଛି। ସେହିପରି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ମୋଟ ୭୧୧୦ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ସେଥିରୁ ୧୦୬୫ ପଦବୀ ଖାଲି ପଡିଛି। ୧୦୬୫ ଅଧ୍ୟାପକ ପଦବୀ ପୂରଣ ପାଇଁ ସରକାର ଏସ୍‌ଏସ୍‌ବି ଦ୍ୱାରା ବିଜ୍ଞାପନ ପ୍ରକାଶ କରିଛନ୍ତି ବୋଲି ଗୃହକୁ ମନ୍ତ୍ରୀ ସୂଚନା ଦେଇଛନ୍ତି। 


10. ଭଙ୍ଗା ହେବ ନ୍ୟାସନାଲ୍‍ ମ୍ୟୁଜିୟମ (National Museum to be vacated): ଦିଲ୍ଲୀର ଜନପଥଠାରେ ଥିବା ନ୍ୟାସନାଲ୍‍ ମ୍ୟୁଜିୟମ୍‍ ଭଙ୍ଗା ହେବ। ମାର୍ଚ୍ଚ ୨୦୨୪କୁ ଏଥିପାଇଁ ସ୍ଥିର କରାଯାଇଛି। ଏନେଇ କୋଠାକୁ ଖାଲି କରିବା ଲାଗି ସଂସ୍କୃତି ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫ ବେଳକୁ ନୂଆ ମ୍ୟୁଜିୟ ନର୍ଥ ଏବଂ ସାଉଥ୍‍ ବ୍ଲକ ରେ ଖୋଲାଯିବ। ଏହି ସମୟ ମଧ୍ୟରେ ପାଠକ ତଥା ଗବେଷକଙ୍କୁ ମ୍ୟୁଜିୟମ୍‍ ଭିତରକୁ ଯିବା ପାଇଁ ଅନୁମତି ରହିବ ନାହିଁ। ନୂଆ ମ୍ୟୁଜିୟମ୍‍ର ନାଁ ରହିଛି ‘ଯୁଗେ ଯୁଗେ ଭାରତ’।