Utkal University Gets NAAC A+ Grade: ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଛି A + ଗ୍ରେଡ୍ ମାନ୍ୟତା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅଧିନସ୍ଥ ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ ଦ୍ୱାରା ଉତ୍କଳ ବିଶ୍ୱବିଦ୍ୟାଳୟକୁ A+ ଗ୍ରେଡ୍ ପ୍ରଦାନ କରାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର ୨୬ ତାରିଖରୁ ୨୮ ପର୍ଯ୍ୟନ୍ତ ୟୁଜିସି ନାକ୍ ଟିମ୍ ଉତ୍କଳ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟକୁ ନାକ୍ ଟିମ୍ ଦ୍ୱାରା ୩.୨୬ ଅନ୍ତିମ ଗ୍ରେଡ୍ ପଏଣ୍ଟ ପ୍ରଦାନ କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ।


COMMERCIAL BREAK
SCROLL TO CONTINUE READING

ଉତ୍କଳ ବିଶ୍ୱବିଦ୍ୟାଳୟ (Utkal University) ପାଠ୍ୟକ୍ରମ ଦିଗରେ ୩.୫୭, ଶିକ୍ଷାଦାନ-ଶିକ୍ଷା ଏବଂ ମୂଲ୍ୟାଙ୍କନରେ ୩.୩୩, ଅନୁସନ୍ଧାନ, ଉଦ୍ଭାବନ ଏବଂ ବିସ୍ତାରରେ ୩.୧୫, ଭିତ୍ତିଭୂମି ଏବଂ ଶିକ୍ଷଣ ଉତ୍ସରେ ୩.୬୫, ଛାତ୍ର ସମର୍ଥନ ଏବଂ ପ୍ରଗତିରେ ୩.୧୧, ଶାସନ, ନେତୃତ୍ୱ ଏବଂ ପରିଚାଳନାରେ ୨.୬୨ ଏବଂ ଅନୁଷ୍ଠାନିକ ମୂଲ୍ୟବୋଧ ଏବଂ ସର୍ବୋତ୍ତମ ଅଭ୍ୟାସରେ ୩.୩୭ ଗ୍ରେଡ୍ ପଏଣ୍ଟ ପାଇଛି। 


ଆପଣଙ୍କୁ କହିରଖୁଛୁ ଯେ କିଛି ମାସ ପୂର୍ବେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନାକ୍ ଟିମ୍ (UGC NAAC Team) ଦ୍ୱାରା ୩.୧୬ ପଏଣ୍ଟ ସହିତ A ଗ୍ରେଡ୍ ପ୍ରଦାନ କରାଯାଇଥିଲା। ଗତ ୨୦୧୬ ବର୍ଷରେ ନାକ୍ ଦ୍ୱାରା ଏକ ମୂଲ୍ୟାଙ୍କନ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟ  A+ ଗ୍ରେଡ୍ ହାସଲ କରିଥିଲା।


ଶିକ୍ଷାବିତ୍, ବୁଦ୍ଧିଜୀବୀ ଏବଂ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରଙ୍କ ସମେତ ଅନେକ ଲୋକ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ଗ୍ରେଡ୍ ମାନ୍ୟତା ହ୍ରାସ ପାଇବାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଏହା ପରେ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅଧିନସ୍ଥ ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ ସାମ୍ନାର ଏକ ନୂତନ ମୂଲ୍ୟାଙ୍କନ କରିବା ପାଇଁ ଏକ ଆବେଦନ କରିବାକୁ ଯୋଜନା କରିଥିଲା। ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ବ୍ୟତୀତ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନିକଟରେ ନାକ୍ ଦ୍ୱାରା ୩.୫୮ ପଏଣ୍ଟ ସହିତ A ++ ଗ୍ରେଡ୍ ମାନ୍ୟତା ପ୍ରଦାନ କରାଯାଇଛି।