Ancient Idol Found in Haryana: ନିର୍ମାଣ କାର୍ଯ୍ୟ ପାଇଁ ଖନନ କରିବା ସମୟରେ ମାଟି ତଳୁ ମିଳିଛି ପ୍ରାୟ ୪୦୦ ବର୍ଷର ପୁରୁଣା ମୂର୍ତ୍ତି। ହରିୟାଣା ମନେସର ଜିଲ୍ଲା ନିକଟସ୍ଥ ବାଘନକି ଗ୍ରାମରେ ଏକ ନିର୍ମାଣ କାର୍ଯ୍ୟ ପାଇଁ ଖନନ କରାଯିବା ସମୟରେ ପ୍ରାୟ ଚାରି ଶହ ବର୍ଷର ପୁରୁଣା ତିନୋଟି ଧାତବ ମୂର୍ତ୍ତି ମିଳିଛି। ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପୋଲିସ ସେହି ପ୍ରାଚୀନ ମୂର୍ତ୍ତିକୁ ଜବତ କରିବା ସହ ମାଲିକଙ୍କୁ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ କହିଛି। ବର୍ତ୍ତମାନ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସେଠାରେ ଅଧିକ ଖନନ କରିବ। ଯାହା ଦ୍ୱାରା ଜଣାପଡ଼ିବ ଯେ ଉକ୍ତ ସ୍ଥାନରେ ଅଧିକ ପ୍ରତିମୂର୍ତ୍ତି ରହିଛି ନା ନାହିଁ।


COMMERCIAL BREAK
SCROLL TO CONTINUE READING

ଘରର ମୂଳଦୁଆ ଖୋଳିବା ସମୟରେ ମିଳିଥିଲା ମୂର୍ତ୍ତି
ପୋଲିସ କହିବା ଅନୁସାରେ, ଜେସିବି ମେସିନ୍ ସାହାଯ୍ୟରେ ଏକ ଘରର ମୂଳଦୁଆ ଖୋଳିବା ବେଳେ କିଛି ପୁରୁଣା ମୂର୍ତ୍ତି ମିଳିଥିଲା। ଯାହା ପ୍ରାୟ ଚାରି ଶହ ବର୍ଷର ପୁରୁଣା ବୋଲି କୁହାଯାଉଛି। ପୋଲିସ ଆହୁରି କହିଛି ଯେ ପ୍ରଥମେ ସେହି ଘର ମାଲିକ ଯିଏ ମୂଳଦୂଆ ଖୋଳୁଥିଲେ ସେ ସେହି ପୁରୁଣା ମୂର୍ତ୍ତି ସହ ଏହି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ଏପିରିକି ସେ ଜେସିବି ଚାଳକଙ୍କୁ ମଧ୍ୟ ଟଙ୍କା ଦେବା କଥା କହିଥିଲେ। ହେଲେ ଜେସବି ଡ୍ରାଇଭର ଜଣଙ୍କ ୨ ଦିନ ପରେ ବିଳାସପୁର ଥାନାକୁ ମୂଳଦୂଆ ଖୋଳିବା ସମୟରେ ପୁରୁଣା ମୂର୍ତ୍ତି ମିଳିବା ସମ୍ପର୍କରେ ଜଣାଇଥିଲେ। ପୋଲିସ ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଘଟଣା ସମ୍ପର୍କରେ ବୁଧବାର ସର୍ବପ୍ରଥମେ ଖବର ଆସିଥିଲା। 


Also Read: Bihar: ରେଳ ଲାଇନ ଠାରେ ଚାଲିଥିଲା ଖନନ କାର୍ଯ୍ୟ, ୧୫ ଫୁଟ ତଳୁ ମିଳିଲା ପ୍ରଭୁ ବିଷ୍ଣୁଙ୍କ ୪ ଫୁଟ ଉଚ୍ଚ ପ୍ରତିମା


ମାଟି ତଳୁ ମିଳିଥିଲା ଭଗବାନ ବିଷ୍ଣୁ, ଦେବୀ ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି
ଜେସବି ଡ୍ରାଇଭର ଜଣଙ୍କ ଆହୁରି କହିଛନ୍ତି ଯେ ଖନନ କରିବା ସମୟରେ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କ ଏକ ଏକ ମୂର୍ତ୍ତି ଏବଂ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ମିଳିତ ପ୍ରତିମା ଉଦ୍ଧାର ହୋଇଥିଲା। ବିଳାସପୁର ପୋଲିସ ସେହି ମୂର୍ତ୍ତିକୁ ଜବତ କରିବା ସହ ଏହାକୁ ପ୍ରତ୍ନତତ୍ତ୍ୱ ବିଭାଗର ଡେପୁଟି ଡାଇରେକ୍ଟର ବି.ଭଟ୍ଟାଚାର୍ଯ୍ୟ ଏବଂ ଡକ୍ଟର କୁଶ ଢବରଙ୍କୁ ହସ୍ତାନ୍ତର କରିଛି। ପୋଲିସ କହିବା ଅସାରେ ଗ୍ରାମବାସୀ ସେହି ସ୍ଥାନରେ ଏକ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ। ଯେଉଁଥିପାଇଁ ମାଟି ତଳୁ ମିଳିଥିବା ମୂର୍ତ୍ତିକୁ ସେମାନଙ୍କ ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ଚାହୁଁଥିଲେ।


ବର୍ତ୍ତମାନ ଆହୁରି ଅଧିକ ଖୋଳାଯିବ
ହେଲେ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଗ୍ରାମବାସୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗ ଡେପୁଟି ଡାଇରେକ୍ଟର କହିଛନ୍ତି ଯେ ଏହି ମୂର୍ତ୍ତି ହେଉଛି ସରକାରଙ୍କ ସମ୍ପତ୍ତି। ଏହା ଉପରେ କାହାର ବ୍ୟକ୍ତିଗତ ଅଧିକାର ରହିପାରିବ ନାହିଁ। ଆମର ଗବେଷଣାଗାରରେ ଏହି ମୂର୍ତ୍ତି ସମ୍ପର୍କରେ ଅଧ୍ୟୟନ କରାଯିବା ପରେ ଏହା ପ୍ରତ୍ନତତ୍ତ୍ୱ ବିଭାଗର ସଂଗ୍ରହାଳୟରେ ରଖାଯିବ। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଏହି ମୂର୍ତ୍ତି ପ୍ରାୟ ୪୦୦ ବର୍ଷ ପୁରୁଣା ବୋଲି ଜଣାପଡିଛି। ଯେଉଁ ସ୍ଥାନରେ ଏହି ମୂର୍ତ୍ତି ମିଳିଥିଲା ସେଠାରେ ଆହୁରି ଅଧିକ ଖନନ କରାଯିବ।