Old Pension Scheme: ସାରା ଦେଶରେ ପୁରୁଣା ପେନସନ୍ ଯୋଜନା (Old Pension Scheme) ଲାଗୁ କରିବାର ଦାବି ରହିଛି । ନୂତନ ପେନସନ ଯୋଜନା (New Pension Scheme) ପରିବର୍ତ୍ତେ ଅନେକ ରାଜ୍ୟରେ ପୁରୁଣା ପେନସନ୍ (OPS) ଲାଗୁ କରିବାର ଦାବି କରାଯାଉଛି । ଏଥି ସହିତ ଅନେକ ରାଜ୍ୟ ନୂତନ ପେନସନ ଯୋଜନାକୁ ବାତିଲ କରି ପୁରୁଣା ପେନସନ୍ ସ୍କିମ୍ (OPS) ଲାଗୁ କରିଛନ୍ତି । ଏହି ସମୟରେ କେନ୍ଦ୍ର ସରକାର ପୁରୁଣା ପେନସନ ଯୋଜନାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି । ଆପଣଙ୍କୁ କହିରଖୁଛୁ ଯେ, ସମଗ୍ର ଦେଶର ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ରର ମୋଦି ସରକାର (Modi Govt) ନୂତନ ପେନସନ୍ ବ୍ୟବସ୍ଥାରେ ଅନେକ ରିହାତି ପ୍ରଦାନ କରିବାକୁ ଚିନ୍ତା କରିପାରନ୍ତି । କେନ୍ଦ୍ର ସରକାର (Central Government) ପେନସନ ବ୍ୟବସ୍ଥା (Pension System) ରେ ସଂସ୍କାର ଆଣିବାକୁ ବିଚାର କରୁଛନ୍ତି ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହିରଖୁଛୁ ଯେ, କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ହିମାଚଳ ପ୍ରଦେଶ ବ୍ୟତୀତ ଆମ୍ ଆଦମୀ ପାର୍ଟିର ସରକାର ଥିବା ପଞ୍ଜାବରେ ମଧ୍ୟ ପୁରୁଣା ପେନସନ ଯୋଜନା (Old Pension Scheme) କୁ ଲାଗୁ କରାଯାଇଛି । ଏସବୁ ରାଜ୍ୟରେ ନୂତନ ପେନସନ ବ୍ୟବସ୍ଥା (New Pension Scheme) ବନ୍ଦ କରି ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ ହୋଇସାରିଛି । ସରକାରୀ କର୍ମଚାରୀମାନେ ଦାବି କରୁଛନ୍ତି ଯେ, ସରକାରୀ କୋଷ ଉପରେ କୌଣସି ବୋଝ ନପକାଇ ସରକାର ବର୍ତ୍ତମାନର ପେନ୍‌ସନ୍‌ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଯାହାଫଳରେ କର୍ମଚାରୀମାନଙ୍କୁ କୌଣସି ପ୍ରକାରର କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । 


ଏହା ସହିତ ସେମାନଙ୍କ ପେନସନର କୌଣସି କ୍ଷତି ହେବା ଉଚିତ୍ ନୁହେଁ । ବର୍ତ୍ତମାନ ନୂତନ ପେନସନ ସ୍କିମ୍ ଅନୁଯାୟୀ, ଜଣେ ବ୍ୟକ୍ତି ଅବସର ସମୟରେ ନିଜର କାର୍ଯ୍ୟ ବର୍ଷରେ ଜମା ହୋଇଥିବା ରାଶିର ୬୦ ପ୍ରତିଶତ ପ୍ରତ୍ୟାହାର କରିବାକୁ ଅନୁମତି ପାଇଛନ୍ତି, ଯାହା ସମ୍ପୂର୍ଣ୍ଣ ଟିକସମୁକ୍ତ ଅଟେ । ଅବଶିଷ୍ଟ ୪୦ ପ୍ରତିଶତ ଏନ୍ୟୁଟିରେ ନିବେଶ କରାଯାଇଥାଏ । କର୍ମଚାରୀମାନେ ଦାବି କରିଛନ୍ତି ଯେ, ସରକାର ନୂଆ ପେନସନରେ ଏପରି ପରିବର୍ତ୍ତନ କରିବା ଉଚିତ ଯେ ଅବସର ସମୟରେ କର୍ମଚାରୀମାନଙ୍କୁ ମୋଟା ଅଙ୍କର ଅର୍ଥ ରିଟର୍ଣ୍ଣ ମିଳୁ । ଅଧିକାରୀ କହିଛନ୍ତି ଯେ ଏହି ମଡେଲଟି ଓପିଏସର ବିପରୀତ ଓ ଏହା ହେଉଛି ଏକମାତ୍ର ସମସ୍ୟା ।


ଅଧିକ ପଢ଼ନ୍ତୁ:-ତୃତୀୟ ଟେଷ୍ଟରୁ ବାହାର ହେଲେ ଏହି ୪ ବଡ଼ ମ୍ୟାଚ୍ ୱିନର ଖେଳାଳି, ବର୍ତ୍ତମାନ ଟିମ୍ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କରିବା ବି ହେଲା କଷ୍ଟକର


ଅଧିକ ପଢ଼ନ୍ତୁ:-ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ରେକର୍ଡ ଦରରୁ ୩୯୦୦ ଶସ୍ତା ମିଳୁଛି ସୁନା, ଜାଣନ୍ତୁ ଆଜିର ନୂଆ ରେଟ୍


ଅଧିକ ପଢ଼ନ୍ତୁ:-LIC ପଲିସି ଉପରେ ଋଣ ନେବା ଅତି ସହଜ, ଜାଣନ୍ତୁ ଅନଲାଇନ୍ ଓ ଅଫଲାଇନରେ ଅପ୍ଲାଇ କରିବାର ପ୍ରକ୍ରିୟା


 


ଆପଣଙ୍କୁ କହି ରଖୁଛୁ ଯେ, ନୂତନ ଓ ପୁରୁଣା ପେନ୍ସନ୍ ସ୍କିମ୍ ମଧ୍ୟରେ ବିରାଟ ପାର୍ଥକ୍ୟ ଅଛି । ଯେଉଁ କାରଣରୁ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀମାନେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ କରିବାକୁ ଦାବି କରୁଛନ୍ତି । ଓପିଏସରେ ଅବସର ସମୟରେ କର୍ମଚାରୀମାନେ ପେନ୍‌ସନ୍‌ ପରି ଅଧା ବେତନ ପାଇଥା’ନ୍ତି । ସେପଟେ ନୂତନ ପେନସନ୍ ଯୋଜନାରେ କର୍ମଚାରୀଙ୍କ ବେସିକ ବେତନ+ଡିଏର ୧୦ ପ୍ରତିଶତ କଟାଯାଇଥାଏ । ପୁରୁଣା ପେନସନ ଯୋଜନା ବିଷୟରେ ବିଶେଷ କଥା ହେଉଛି କର୍ମଚାରୀଙ୍କ ବେତନରୁ କୌଣସି ଟଙ୍କା କଟାଯାଇ ନାହିଁ । ଏହା ବ୍ୟତୀତ ନୂତନ ପେନସନରେ ୬ ମାସ ପରେ ଡିଏ ପାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହା ବ୍ୟତୀତ ପୁରୁଣା ପେନସନରେ ପେମେଣ୍ଟ ସରକାରଙ୍କ କୋଷ ମାଧ୍ୟମରେ କରାଯାଇଥାଏ । ଅନ୍ୟପଟେ ନୂତନ ପେନସନରେ ନିଶ୍ଚିତ ପେନସନର କୌଣସି ଗ୍ୟାରେଣ୍ଟି ନାହିଁ । ପୁରୁଣା ପେନସନ୍ ଯୋଜନା ବିଷୟରେ କହିବାକୁ ଗଲେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାର ସଦସ୍ୟ ପେନସନ୍ ପାଆନ୍ତି ।