Humane Sagar Family Dispute: ଅଡୁଆରେ ଓଲିଉଡ କଣ୍ଠଶିଳ୍ପୀ ହ୍ୟମାନ ସାଗର । ପତ୍ନୀ ଶ୍ରେୟା ମିଶ୍ର ତାଙ୍କ ନାଁରେ ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି । ଏନେଇ ଶ୍ରେୟା ବୁଧବାର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କ ବିରୋଧରେ ସ୍ତ୍ରୀ ଶ୍ରେୟା ମିଶ୍ର ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ଆପୋସ ବୁଝାମଣା ଲାଗି ଗୁରୁବାର ସେ ହାଜର ହୋଇଥିବା ଜଣାପଡ଼ିଛି। ଏହାସହ ତାଙ୍କ ସାଙ୍ଗରେ ରହିଥିଲେ ତାଙ୍କ ଆଇନଜୀବୀ ସତ୍ୟରଞ୍ଜନ ମୂଳିଆ। ଆଜି କାଉନସିଲିଂରେ ମହିଳା ଥାନାରେ ଅଧିକାରୀ ଓ ଜୋନ-୨ ଏସସିପି ଉପସ୍ଥିତ ରହିଥିବା ଜଣାଯାଇଛି।


COMMERCIAL BREAK
SCROLL TO CONTINUE READING

ପତ୍ନୀ ଶ୍ରେୟା ମିଶ୍ରଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲେ ଗାୟକ ହ୍ୟୁମାନ ସାଗର ବୋଲି ଶ୍ରେୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି   କେବଳ ସେତିକୁ ନୁହେଁ, ପରକୀୟା ପ୍ରୀତି ମଧ୍ୟ ରଖିଥିଲେ ହ୍ୟୁମାନ। ଝିଅ ଜନ୍ମ ହେବାରୁ ଖୁସି ନ ଥିଲେ ହ୍ୟୁମାନ। ହ୍ୟୁମାନ ଯୌତୁକ ଦାବି କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଓ ଦ୍ଵିତୀୟ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ଶ୍ରେୟା ମିଶ୍ରଙ୍କ ପରିବାର ପକ୍ଷରୁ ହ୍ୟୁମାନଙ୍କୁ ଦିଆଯାଇଥିଲା। ଏପରିରକି ପତ୍ନୀ ଶ୍ରେୟାଙ୍କୁ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ଶ୍ରେୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର। ଅନେକ ଥର ଶ୍ରେୟାଙ୍କୁ ଜୀବନରୁ  ମାରି ଦେବାକୁ ଉଦ୍ୟମ କରିଛନ୍ତି ହ୍ୟୁମାନ। 


Also Read: DCW Chief: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷଙ୍କୁ କାର ସହ ଘୋଷାରୀ ନେଲା ମଦ୍ୟପ, ଆଉ ତାପରେ...


ଓଡ଼ିଶାରେ ଘରେ ଘରେ ପରିଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କ ରୋମାଣ୍ଟିକ ଗୀତରେ ମତୁଆଲା ହୋଇ ଉଠନ୍ତି ଓଡିଆ ଶ୍ରୋତା । ହେଲେ ଏହି କଣ୍ଠଶିଳ୍ପୀ ଏବେ ବିବାଦ ଘେରରେ ଫସିଛନ୍ତି।  ବଲାଙ୍ଗୀରର ଏହି କଣ୍ଠଶିଳ୍ପୀ ଏବେ କଟକ ସେକ୍ଟର ୬ରେ ରହୁଥିବା ଖବର ରହିଛି। ଗତ କିଛି ମାସ ହେବ ସେ ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ । ସେହିପରି ପାରିବାରିକ ଅଶାନ୍ତି ଯୋଗୁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଥିଲେ । 


ଆଉ ଗତକାଲି ଡିସିପିଙ୍କ ଅଫିସକୁ (Cuttack DCP Office) ଯାଇ ଏନେଇ ସେ ଅଭିଯୋଗ କରିଛନ୍ତି । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅନେକ ସମୟରେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ଥାଆନ୍ତି ହ୍ୟୁମାନ ସାଗର । ଅନେକ ତାଙ୍କ ରୋମାଣ୍ଟିକ ଭଏସରେ ଫିଦା ହୋଇଥାନ୍ତି । ହେଲେ ଗତ କିଛି ମାସ ତଳେ ଗୀତକୁ ନେଇ ଖୁବ ଟ୍ରୋଲ ହୋଇଥିଲେ ହ୍ୟୁମାନ ସାଗର । ‘ଝିଅ ନୁହେଁ ତୁ କୋରୋନା ଭାଇରସ୍‌’ଏହି ଗୀତକୁ ନେଇ ସୋସିଆଲ ମିଡିଆରେ (Social Media) ଚର୍ଚ୍ଚା ଜୋର୍‌ ଧରିଥିଲା। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏହି ଗୀତକୁ ଗାଇ ସେତେବେଳେ ଟ୍ରୋଲର ଶିକାର ହୋଇଥିଲେ । ଏହି ଗୀତରେ କୋରୋନା ଭାଇରସକୁ ଝିଅ ସହ ତୁଳନା କରାଯାଇଥିଲା।