Online Shopping App: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ  ଆମ ପାଇଁ ଅନଲାଇନ୍ ସପିଂ ଏକ ଆବଶ୍ୟକତା ପାଲଟିଯାଇଛି। ଆଜିର ସମୟରେ ଆମେ ଏତେ ବ୍ୟସ୍ତ ହୋଇଗଲେଣି ଯେ ଆମେ ଅଧିକାଂଶ ସାମଗ୍ରୀ ଅନ୍ ଲାଇନ ସପିଂ ମାଧ୍ୟମରେ କିଣିବାରେ ଲାଗିଛୁ। କାରଣ ଅନ୍ ଲାଇନ ସପିଂ ପାଇଁ ଅନେକ ୱେବସାଇଟ୍ ରହିଛି। ଯାହା ବିଭିନ୍ନ ଉତ୍ପାଦ କ୍ରୟ କରିବା ପାଇଁ ଅନେକ ପ୍ରକାରର ଅଫର୍ ପ୍ରଦାନ କରିଥାଏ। ମାତ୍ର ଅନ୍ ଲାଇନ ଅର୍ଡର କରାଯାଇଥିବା ପ୍ରଡକ୍ଟ ଡେଲିଭରି ହେବାର ବିଫଳତାର କାହାଣୀ ମଧ୍ୟ ଆମକୁ ବହୁତ ଥର ଶୁଣିବାକୁ ମିଳିଥାଏ। ଆପଣ କେବେ ନାଁ କେବେ ଏପରି ସମସ୍ୟାର ସାମ୍ନା କରିଥିବେ। ଯେତେବେଳେ ଆପଣ ଅର୍ଡର କରିଥିବା କୌଣସି ପ୍ରଡକ୍ଟ ଡେଲିଭରି ନ ହୋଇପାରିବା କାରଣରୁ ଆପଣଙ୍କୁ ଏହା ମିଳିନଥାଏ। 


COMMERCIAL BREAK
SCROLL TO CONTINUE READING

ସଦ୍ୟ ଐଶ୍ୱର୍ଯ୍ୟା ଖଜୁରିଆ (Aishwarya Khajuria) ନାମକ ଜଣେ ମହିଳା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ (aishwarya Khajuria Instagram Account) ମାଧ୍ୟମରେ ଏକ ଭିଡ଼ିଓ ସେୟାର (Aishwarya Khajuria Video) କରିଛନ୍ତି। ଯେଉଁଥିରେ ସେ ସପିଂ ୱେବସାଇଟ୍ ମୀଶୋ (Shopping Website Meesho) ମାଧ୍ୟମରେ ସେ କୌଣସି ଏକ ଉତ୍ପାଦ ଅନ୍ ଲାଇନ୍ ଯୋଗେ ଅର୍ଡର କରିଥିବାର ଦେଖାଯାଇଛି। ଯେଉଁ ଲୋକ ଅନ ଲାଇନ ସପିଂ ୱେବସାଇଟ୍ ମୀଶୋ ମାଧ୍ୟମରେ କୌଣସି ପ୍ରଡକ୍ଟ ଅର୍ଡର କରିଛନ୍ତି ସେମାନେ ଜାଣିଛନ୍ତି ଯେ ଉତ୍ପାଦ କେତେ ଶସ୍ତା ହୋଇଥାଏ।


ଐଶ୍ୱର୍ଯ୍ୟା ଖଜୁରିଆ ଅନ ଲାଇନ୍ ସପିଂ ସାଇଟ ମାଧ୍ୟମରେ ଏକ ବଟରଫ୍ଲାଏ ବ୍ରେସଲେଟ୍ ଅର୍ଡର କରିଥିଲେ। ହେଲେ ତାଙ୍କୁ ସେ ଅର୍ଡ଼ର କରିଥିବା ପ୍ରଡକ୍ଟ (Online Product Order) ବଦଳରେ ଏକ ବାକ୍ସ କ୍ରିମ୍ (Cream Box) ମିଳିଥିଲା। ଏପରି ଅଜବ ଘଟଣାର ମଜାଳିଆ ବିବରଣୀ ତାଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓ ମାଧ୍ୟମରେ ଦିଆଯାଇଛି। ଏହି ଭିଡ଼ିଓ ଦେଖିବା ପରେ ହସିବା ବନ୍ଦ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇଯିବ। ଏହି ଭିଡିଓ ସେୟାର ହେବା ପରେ ୩୬ ହଜାରରୁ ଅଧିକ ଲାଇକ୍ ପାଇସାରିଛି। ସେ ପାଇଥିବା ଅନନ୍ୟ ଦ୍ରବ୍ୟ ଦେଖି ଲୋକେ ହସିବା ବନ୍ଦ କରି ପାରିଲେ ନାହିଁ। ଅନେକ ଲୋକ ଏପରି ଘଟଣାର ସାମ୍ନା କରିଥାନ୍ତି। ଯେତେବେଳେ ତାଙ୍କ ସହିତ ସମାନ ଘଟଣା ଧଟିଥାଏ। କେବେ ଆପଣ  ଅନଲାଇନ୍ ଅର୍ଡର କରିବା ସମୟରେ ଏଭଳି ଘଟଣାର ସାମ୍ନା କରିଛନ୍ତି? ଆପଣ ଆପଣଙ୍କର ମତାମତ ଦିଅନ୍ତୁ।