Gold News: ନୂଆଦିଲ୍ଲୀ: ବର୍ତ୍ତମାନ ସୋଭେରିନ ଗୋଲ୍ଡ ବଣ୍ଡ (SGB) ସୁନାରେ ବିନିଯୋଗ କରିବାକୁ ମାତ୍ର ଦୁଇ ଦିନ ସୁଯୋଗ ରହିଛି। ଭାରତ ସରକାର ୧୨ ଫେବୃଆରୀ ୨୦୨୪ ସୋମବାର ଠାରୁ ଏହି ଗୋଲ୍ଡ ବଣ୍ଡ ସ୍କିମ୍ ୨୦୨୩-୨୪ ଯୋଜନା ଆରମ୍ଭ କରିଥିଲେ, ଯାହା ଆସନ୍ତାକାଲି ଶୁକ୍ରବାର ପର୍ଯ୍ୟନ୍ତ ବିନିଯୋଗ ପାଇଁ ଖୋଲା ଅଛି। ନିବେଶକମାନେ ଏହି ଯୋଜନାରେ ୧୬ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ବିନିଯୋଗ କରିପାରିବେ। ଏହି ଗୋଲ୍ଡ ବଣ୍ଡ ସ୍କିମ୍ ୨୦୨୩-୨୪ରେ ସରକାର ପ୍ରତି ଗ୍ରାମ ପିଛା ୬୨୬୩ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏଥି ସହିତ ଅଳଙ୍କାର ବଜାରରେ ଗୋଟିଏ ଗ୍ରାମ ସୁନା ମୂଲ୍ୟ ପ୍ରାୟ ୬୩୦୦ଟଙ୍କା ରହିଛି। ଏଭଳି ପରିସ୍ଥିତିରେ, ବଜାର ଦରଠାରୁ କମ୍ ମୂଲ୍ୟରେ ସୁନା କିଣିବାର ଏକ ଭଲ ସୁଯୋଗ ଅଛି।


COMMERCIAL BREAK
SCROLL TO CONTINUE READING

ଏହି ଯୋଜନାରେ ଶସ୍ତାରେ କିଣନ୍ତୁ ସୁନା
ସୋଭେରିନ ଗୋଲ୍ଡ ବଣ୍ଡ ସ୍କିମର ମାଚ୍ୟୁରିଟି ସମୟ ସୀମା ୮ ବର୍ଷ ରହିଛି। ସେହିପରି ୫ ବର୍ଷରେ ଆପଣ ଏହାକୁ ଆଣିପାରିବେ। ଏହି ଯୋଜନାରେ ନିବେଶକଙ୍କୁ ୨.୫୦ ପ୍ରତିଶତ ସୁଧହାର ମିଳିଥାଏ। ଏହାର ପଇଠ ପ୍ରତି ୬ ମାସରେ ଥରେ ହୋଇଥାଏ। ଏହି ଯୋଜନା ଅଧୀନରେ ନିବେଶକମାନେ ୨.୫୦ ପ୍ରତିଶତ ସୁଧ ପାଆନ୍ତି। ଏହାର ଦେୟ ପ୍ରତି ୬ ମାସରେ କରାଯାଇଥାଏ। ଏହି ବଣ୍ଡକୁ ଋଣ ପାଇଁ ମଧ୍ୟ ବନ୍ଧକ ଭାବରେ ବ୍ୟବହାର କରାଯାଇପାରିବ। ଆୟକର ଅଧିନିୟମ ୧୯୬୧ (୪୩ ର ୧୯୬୧) ଅନୁଯାୟୀ SGB ଉପରେ ସୁଧ ଟିକସଯୋଗ୍ୟ। ୨୦୧୫ରେ ସୋଭେରିନ ଗୋଲ୍ଡ ବଣ୍ଡ ଯୋଜନା ଆରମ୍ଭ ହୋଇଥିଲା। ଏହି ସ୍କିମ୍ ବ୍ୟାଙ୍କରୁ କିଣାଯାଇପାରିବ ଯେଉଁଠାରେ ଆପଣଙ୍କର ଏକ ସେଭିଂ ଆକାଉଣ୍ଟ୍ ଅଛି।