Swiggy One Lite Membership: ଅନଲାଇନ ଫୁଡ ଡେଲିଭରୀ ପାଇଁ ଅନେକ ଗୁଡିଏ ଆପ୍ (Food delivery app) ଆପଣ ବ୍ୟବହାର କରୁଥିବେ । ସେମଧ୍ୟରେ କେଉଁଠି ଶସ୍ତାରେ ଭଲ ଖାଦ୍ୟ ମିଳୁଛି ସେନେଇ ସର୍ଚ୍ଚ ମଧ୍ୟ କରୁଥିବେ । ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଗୁଡିକ ମଧ୍ୟ ଆକର୍ଷଣୀୟ ଅଫର (Attractive offer) ଦେଇଥାନ୍ତି । ସ୍ୱିଗି ମଧ୍ୟ ଗ୍ରାହକଙ୍କୁ ଉପହାର ଦେବା ସହିତ ଏକ ଶସ୍ତା ସଦସ୍ୟତା ଯୋଜନା ଆରମ୍ଭ କରିଛି । ଯେଉଁଥିରେ ତିନି ମାସ ପାଇଁ ଆପଣ ଭରଫୁର ଫାଇଦା ଉଠାଇ ପାରିବେ ମାତ୍ର ୯୯ ଟଙ୍କା ମୂଲ୍ୟରେ । ୯୯ ଟଙ୍କା ରିଚାର୍ଜ କରି ଗ୍ରାହକମାନେ ୱାନ ଲାଇଟ୍ ସଦସ୍ୟତାର ଲାଭ ଉଠାଇପାରିବେ । ଫ୍ରି ଡେଲିଭରୀ (free delivery), ସ୍ପେଶାଲ ଅଫର ଏବଂ ରିହାତି ପରି ଅନେକ ସୁବିଧା ଉପଲବ୍ଧ ହେଉଛି ।


COMMERCIAL BREAK
SCROLL TO CONTINUE READING

୩ ମାସ ପାଇଁ ଅନେକ ସୁବିଧା
ଯଦି ଆପଣ ୩ ମାସ ପାଇଁ ସ୍ୱିଗି ୱାନ୍ ଲାଇଟ୍ ମେମ୍ୱରସିପ୍ ପ୍ୟାକେଜ୍ ରିଚାର୍ଜ କରୁଛନ୍ତି ତେବେ ଆପଣ ୧୪୯ ଟଙ୍କାରୁ ଅଧିକ ଖାଦ୍ୟ ଅର୍ଡର ଉପରେ ୧୦ ଟି ଫ୍ରି ଡେଲିଭରୀ ପାଇବେ । ସ୍ୱିଗି ଇନଷ୍ଟାମାର୍ଟ (Swiggy Instamart) ଯେକୌଣସି ଜିନିଷ ଆପଣ ଅର୍ଡର କରିବେ ଆପଣଙ୍କୁ ତାହା ଉପରେ ଅଧିକ ଡେଲିଭରୀ ଫି ଦେବାକୁ ପଡିବ ନାହିଁ । ଫ୍ରି ଡେଲିଭରୀ ସହିତ ୨୦,୦୦୦ ରୁ ଅଧିକ ରେଷ୍ଟୁରାଣ୍ଟରେ ନିୟମିତ ଅଫର ଅନୁଯାୟୀ ଆପଣଙ୍କୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ରିହାତି ମିଳିବ । କମ୍ପାନୀ କହିଛି ଯେ, ୱାନ ଲାଇଟ୍ ମେମ୍ୱରସିପଙ୍କୁ ୬୦ ରୁ ଅଧିକ ମୂଲ୍ୟର ଅର୍ଡର ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମଧ୍ୟ ମିଳିବ ।


କମ୍ପାନୀ ପକ୍ଷରୁ ନିଆରା ଅଫର
କମ୍ପାନୀର ରେଭିନ୍ୟୁ ଓ ଗ୍ରୋଥ (Revenue and Growth)ର ଭାଇସ ପ୍ରେସିଡେଣ୍ଟ୍ ଅନୁରାଗ ପାନଗାନାମୁଲା ସୂଚନା ଦେଇ କହିଛନ୍ତି ଯେ, ସ୍ୱିଗିକୁ ଆଗକୁ ବଢାଇବା ପାଇଁ ଆମେ ସବୁବେଳେ ନୂଆ ଉପାୟ ସନ୍ଧାନରେ ଥାଉ । ଏଥିସହିତ ଗ୍ରାହକ କିପରି ଲାଭରେ ରହିବେ ସେଥିପ୍ରତି ଆମେ ଧ୍ୟାନ ଦେଇଥାଉ। ସ୍ୱିଗିରୁ ନିୟମିତ ଭାବରେ ଅର୍ଡର କରୁଥିବା ଗ୍ରାହକମାନେ ଏହା ଦ୍ୱାରା ଲାଭବାନ ହେବେ ।


ସ୍ୱିଗି ୱାନ ଲାଇଟ୍ ମେମ୍ୱରସିପ୍ ନୂଆ ଶସ୍ତା ଯୋଜନା
ସ୍ୱିଗି ୱାନ୍ ଲାଇଟ୍ ମେମ୍ୱରସିପ ହେଉଛି ନୂଆ ଏବଂ ସୁଲଭ ଯୋଜନା । ଏହା ଦେଶର ଏକମାତ୍ର ମେମ୍ୱରସିପ କାର୍ଯ୍ୟକ୍ରମ ଯାହା ଖାଦ୍ୟ, ଖାଦ୍ୟ ସାମଗ୍ରୀ ଏବଂ ପିକ୍ ଅପ୍ ଏବଂ ଡ୍ରପ୍ ସେବା ଉପରେ ଗ୍ରାହକଙ୍କୁ ଲାଭ ପ୍ରଦାନ କରିଥାଏ । ମାତ୍ର ୯୯ଟଙ୍କା ରିଚାର୍ଜ କରି ୩ ମାସ ପର୍ଯ୍ୟନ୍ତ ଆପଣ ଅନେକ ପ୍ରକାରର ସୁବିଧା ପାଇପାରିବେ । ଅନ୍ୟପଟେ ଗ୍ରାହକଙ୍କୁ ମଧ୍ୟ ଏହି ଅଫର ଖୁସି ପ୍ରଦାନ କରିଛି । ଯେଉଁମାନେ ଅନଲାଇନରୁ ଅଧିକାଂଶ ସମୟରେ ଖାଦ୍ୟ ଜିନିଷ ଅର୍ଡର କରନ୍ତି ସେମାନେ ଏହି ପ୍ଲାନ ନେବା ଆରମ୍ଭ କରିଦେଇଛନ୍ତି । ଏହି ପ୍ଲାନ୍ ଗ୍ରାହକଙ୍କୁ ଲାଭ ଦେଉଛି ବୋଲି ଅନେକ ଗ୍ରାହକ ମତ ପ୍ରକାଶ କରିଛନ୍ତି । ଅନେକ ଗ୍ରାହକ ଏକଥା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଅଧିକ ମାତ୍ରାରେ ଅନଲାଇନରୁ ଖାଦ୍ୟ ଅର୍ଡର କରନ୍ତି ସେମାନେ ଏହି ପ୍ଲାନ୍ ରିଚାର୍ଜ କରିବା ଉଚିତ । ଯାହାଦ୍ୱାରା ୩ ମାସ ପର୍ଯ୍ୟନ୍ତ ଆପଣ ଅନେକ ପ୍ରକାରର ଲାଭ ପାଇପାରିବେ ।


Also Read- ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ ଦେବ ଭାରତ, କଂଗ୍ରେସର ପ୍ରସ୍ତାବ ବିରୁଦ୍ଧରେ ମୋଦୀଙ୍କ ବାର୍ତ୍ତା


Also Read- Jawan OTT Release Date: ଅପେକ୍ଷାର ହେଲା ଅନ୍ତ, OTTରେ ରିଲିଜ୍ ହେବ 'ଜୱାନ'