Oyo Founder wife Geetansha Sood: ଓୟୋ ରୁମର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ(OYO Founder Ritesh Agarwal) ପିତାଙ୍କ ଗୁରୁଗ୍ରାମସ୍ଥିତ ଏକ ବିଲଡିଂରୁ ଖସିପଡି଼ ଶୁକ୍ରବାର ପ୍ରାଣ ହରାଇଛନ୍ତି । ରିତେଶଙ୍କ ବିବାହର ଦୁଇ ଦିନ ପରେ ଏପିର ଦୁଃଖଦ ଘଟଣା ଘଟିଛି । ଦୁଇ ଦିନ ପୂର୍ବେ ନୂଆଦିଲ୍ଲୀର ଏକ ୫ ତାରକା ହୋଟେଲରେ ରିତେଶ ଓ ଗୀତାଂଶାଙ୍କ ବିବାହ ହୋଇଥିଲା। ଏହି ବିବାହରେ ଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତି ସାମିଲେ ହୋଇଥିଲେ। ପେଟିଏମ୍(Paytm) ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା, ଲେନ୍ସକାର୍ଟ ପ୍ରତିଷ୍ଠାତା(Lenskart) ପୀୟୁଷ ବନସଲ, ସଫ୍‌ଟବ୍ୟାଙ୍କ(SOFTBANK) କର୍ପୋରେସନର ବୋର୍ଡ଼ ନିର୍ଦ୍ଦେଶକ ମାସାୟୋସିଙ୍କ ପୁ୍ଅଙ୍କ ସମେତ ଦେଶର ସର୍ବବୃହତ ଷ୍ଟାର୍ଟଅପ୍ କମ୍ପାନୀର ପ୍ରତିଷ୍ଠାତାମାନେ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ତେବେ ରିତେଶ ଅଗ୍ରୱାଲଙ୍କ ଏହି ବିବାହ ଇଣ୍ଟନେଟରେ ବେଶ ଭାଇରାଲ ହେବାର ଲାଗିଛି । ତେବେ କ’ଣ ଆପଣ ଜାଣନ୍ତି ରିତେଶ ଅଗ୍ରୱାଲଙ୍କ ବିବାହ କରିଥିବା ଗୀତାଂଶା ସୁଦ କିଏ?


COMMERCIAL BREAK
SCROLL TO CONTINUE READING

ଗୀତାଂଶା  ସୁଦ(Geetansha Sood) ଏବେ ଦେଶର କୋଟିପଟି ଯୁବ ଉଦ୍ୟୋଗୀ ରିତେଶ ଅଗ୍ରୱାଲଙ୍କ ପତ୍ନୀ ଅଟନ୍ତି । ଗୀତାଂଶା ଲକ୍ଷ୍ନୌ ବାସିନ୍ଦା ଅଟନ୍ତି । ସେ ଫର୍ମେସନ୍ ବେଞ୍ଚର୍ସ ଲିମିଟେଡ଼ ନାମକ ଏକ କମ୍ପାନୀ ଚଳାନ୍ତି । ଏହି କମ୍ପାନୀ ୨୦୨୨ ମସିହା ଅଗଷ୍ଟ ୨୨ ତାରିଖରେ କାନପୁରରେ ରେଜିଷ୍ଟ୍ରାର ଅଫ କମ୍ପାନୀରେ ପଞ୍ଜୀକୃତ ହୋଇଥିଲା। ସେ ୧ ଲକ୍ଷ ଟଙ୍କା ବିନିଯୋଗ କରି ଏହି କମ୍ପାନୀ ଆରମ୍ଭ କରିଥିଲେ । ଗୀତାଂଶାଙ୍କ ବ୍ୟତୀତ ଏହି କମ୍ପାନୀରେ ଅନ୍ୟ ଦୁଇ ଜଣ ନିର୍ଦ୍ଦେଶକ ମଧ୍ଯ ଅଛନ୍ତି । ତେବେ ନିଜ ପତ୍ନୀଙ୍କୁ ନେଇ ରିତେଶ ଅନ୍ୟ କୌଣସି ସୂଚନା ଗଣମାଧ୍ଯମ ଆଗରରେ ସେୟାର କରିନାହାଁନ୍ତି । ଦେଶର କୋଟିପଟି ଯୁବ ଉଦ୍ୟୋଗୀ ତଥା ଓୟୋ ରୁମର ମାଲିକ ରିତେଶ ଅଗ୍ରୱାଲଙ୍କ କାହାଣୀ ବେଶ ରୋମାଞ୍ଚକର ଅଟେ । ଓୟୋ(OYO) ଏଭଳି ଏକ କମ୍ପାନୀ ଅଟେ ଯାହା ଦେଶର ପ୍ରାୟ ୮୦୦ଟି ସ୍ଥାନରେ ଲୋକଙ୍କ ସେବା ଯୋଗାଉଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏତେ ବଡ଼ ସାମ୍ରାଜ୍ୟ ନିର୍ମାଣ କରିଥିବା ରିତେଶ ୧୧ ବର୍ଷ ପୂର୍ବେ ଇଞ୍ଜିନିୟରିଂ କଲେଜରୁ ଡ୍ରପ ଆଉଟ୍ ହୋଇଥଲେ। ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ରିତେଶ ରାୟଗଡ଼ା ଜିଲ୍ଲାରୁ ସ୍କୁଲ ଅଧ୍ୟୟନ ସାରିଥିବା ପରେ ରାଜସ୍ଥାନର କୋଟାଠାରେ ଆଇଆଇଟିରେ(IIT) ଜେଇଇ( JEE) ପାଇଁ ପ୍ରସ୍ତୁତ ହୋଇଥିଲେ । ୨୦୧୧ ମସିହାରେ ସେ ଇଞ୍ଜିନିୟରିଂ କଲେଜ ଛାଡ଼ିବା ପରେ ଓରାଭେଲ ଷ୍ଟେ ନାମକ ଏକ କମ୍ପାନୀ ଆରମ୍ଭ କରିଥିଲେ । ଯାହା କମ ଖର୍ଚ୍ଚରେ ଲୋକଙ୍କୁ ହୋଟେଲ ସେବା ଯୋଗାଉଥିଲା । ୨୦୧୨ ମସିହାରେ ରିତେଶଙ୍କ ଜୀବନର ଟର୍ଣ୍ଣି ପଏଣ୍ଟ ଥିଲା । କାରଣ ଏହି ବର୍ଷ ତାଙ୍କ କମ୍ପାନୀଙ୍କୁ ତ୍ବରାନିତ କାର୍ଯ୍ୟକ୍ରମ ଅଧୀନରେ ୩୦ ଲକ୍ଷ ଟଙ୍କା ଅନୁଦାନ ପାଇଥିଲା । ସେହିବର୍ଷ ତାଙ୍କ କମ୍ପାନୀ ସମ୍ମାନଜନକ ଥିଏଲ ଫେଲୋସିପ୍ ଠାରୁ ୧ ମିଲିୟନ୍ ଡଲାରର ଏକ ବୃହତ ଅନୁଦାନ ମଧ୍ଯ ପାଇଥିଲା, ଯେଉଁଥିରୁ ସେ ଓୟୋ କମ୍ପାନୀର ମୂଳଦୁଆ ପକାଇଥିଲେ ରିତେଶ ।


ପରେ ମାତ୍ର ୧୯ ବର୍ଷରେ ସେ ବଜେଟ ହୋଟେଲ ରୁମ୍ ର ଅନଲାଇନ ଏଗ୍ରିଗେଟର ଓୟୋ ରୁମ ପ୍ରତିଷ୍ଠା କରିଥିଲେ । ୨୦୨୦ ମସିହାରେ ତାଙ୍କ ସମ୍ପତ୍ତିର ପରିମାଣ ପାଖାପାଖି $1.1 ବିଲିୟନ୍ (7253 କୋଟି ଟଙ୍କା) ହେବ ବୋଲି ହୁରୁନ୍ ରିଚ୍ ଲିଷ୍ଟ୍ ୨୦୨୦ ଅନୁସାରେ ଆକଳନ କରାଯାଇଥିଲା। ସେହିବର୍ଷ ଫେବୃୟାରୀ ସୁଦ୍ଧା ସେ ବିଶ୍ୱର ସର୍ବକନିଷ୍ଠ ସ୍ୱୟଂ-ନିର୍ମିତ କୋଟିପତି ହୋଇପାରିଥିଲେ ।


Also Read-Bank Holidays: ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରି ନିଅନ୍ତୁ ଜରୁରୀ କାର୍ଯ୍ୟ