Pakistan Old Man Marriage: ୧୧୦ ବର୍ଷୀୟ ବୃଦ୍ଧ କେଲେ ଚତୁର୍ଥ ବିବାହ, ପରିବାରରେ ଅଛନ୍ତି ୮୪ ସଦସ୍ୟ
Pakistan Old Man Marriage: ଅବଦୁଲ ହାନାନଙ୍କ ପରିବାରରେ ସମୁଦାୟ ୮୪ ଜଣ ସଦସ୍ୟ ଅଛନ୍ତି । ତାଙ୍କର ୧୨ ସନ୍ତାନ ଅଛନ୍ତି । ୧୨ ପିଲାଙ୍କ ମଧ୍ୟରୁ ୬ ପୁଅ ଓ 6 ଝିଅ ଅଛନ୍ତି ।
Pakistan Old Man Marriage: ପ୍ରେମ ବୟସ ଦେଖେ ନାହିଁ । ଏହା ହେଉଛି ଦୁଇଟି ଆତ୍ମାର ମିଳନ । ଏହି କଥା ପାକିସ୍ତାନର ଏକ ଦମ୍ପତିଙ୍କ ଉପରେ ସମ୍ପୂର୍ଣ୍ଣ ଫିଟ୍ । ଖୌବର ପାଖ୍ଟନଖୱା ପ୍ରଦେଶରେ ୧୧୦ ବର୍ଷୀୟ ଅବଦୁଲ ହାନାନ ଜଣେ ୫୫ ବର୍ଷାୟା ମହିଳାଙ୍କୁ ବିବାହ କରିଛନ୍ତି । ଏହା ହେଉଛି ତାଙ୍କର ଚତୁର୍ଥ ବିବାହ । ମନସେହରା ସହରରେ ଆୟୋଜିତ ଏହି ଅନନ୍ୟ ବିବାହର ସାକ୍ଷୀ ତାଙ୍କର ତିନି ପଢ଼ି ରହିଥିଲେ ।
ଏକା ଏକା ଲାଗୁଥିଲା ଜୀବନ
ଅବଦୁଲ ହାନାନଙ୍କୁ ତାଙ୍କ ବୟସର ଚତୁର୍ଥ ପର୍ଯ୍ୟାୟରେ କାହିଁକି ବିବାହ କରିବାକୁ ପଡିଲା? ସେ ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ । ଅବଦୁଲ କହିଛନ୍ତି ଯେ ସେ ୯୫ ବର୍ଷ ବୟସରେ ତୃତୀୟ ଥର ବିବାହ କରିଥିଲେ । କିନ୍ତୁ କିଛି ଦିନ ପରେ ବିବାହ ଭାଙ୍ଗିଗଲା । ଏହା ପରେ ତାଙ୍କ ଜୀବନରେ ଏକାନ୍ତପଣ ରହିଥିଲା । ଏକାନ୍ତପଣକୁ ଦୂର କରିବା ପାଇଁ ସେ ନିଜ ପରିବାରର ଆଦେଶରେ ଚତୁର୍ଥ ଥର ବିବାହ କରିଛନ୍ତି ।
ପରିବାରର ଅଛନ୍ତି ୮୪ ସଦସ୍ୟ
ଅବଦୁଲ ହାନାନଙ୍କ ପରିବାରରେ ସମୁଦାୟ ୮୪ ଜଣ ସଦସ୍ୟ ଅଛନ୍ତି । ତାଙ୍କର ୧୨ ସନ୍ତାନ ଅଛନ୍ତି । ୧୨ ପିଲାଙ୍କ ମଧ୍ୟରୁ ୬ ପୁଅ ଓ ୬ ଝିଅ ଅଛନ୍ତି । ତାଙ୍କ ବଡ ପୁଅ ତାଙ୍କ ନବ ବିବାହିତ ପତ୍ନୀଙ୍କ ଠାରୁ ୧୫ ବର୍ଷ ବଡ । ତାଙ୍କୁ ୭୦ ବର୍ଷ ବୟସ । ଏହା ବ୍ୟତୀତ ହାନାନଙ୍କ ଭାଇମାନଙ୍କର ପୁଅ ଓ ଝିଅ ମଧ୍ୟ ଅଛନ୍ତି ।
ଅବଦୁଲ ହାନାନଙ୍କ ବିବାହ ମନସେରା ଜିଲ୍ଲାର ଏକ ମସଜିଦରେ ହୋଇଥିଲା । କାରୀ ମହମ୍ମଦ ଅର୍ଶଦଙ୍କ ବିବାହ କରାଇଥିଲେ । ଅବଦୁଲ ହାନାନ ଏକ ମେହେର ୫ ହଜାର ଟଙ୍କା ଦେଇଥିଲେ । ହାନାନଙ୍କ ନୂତନ କନିଆଁ ଆଲାଇ ବ୍ୟାଟଗ୍ରାମର ବାସିନ୍ଦା । ଏହି ବିବାହରେ ତାଙ୍କର ପୂରା ପରିବାର ଉପସ୍ଥିତ ଥିଲା ।
୧୦ ଦିନ ପୂର୍ବରୁ ୯୦ ବର୍ଷ ବୟସରେ ବିବାହ କରିଥିଲେ ଜାକରିଆ
ବିବାହ ବୟସ ଗଡିଯିବା ପରେ ବିବାହ କରିବା ଏହା ପ୍ରଥମ ଘଟଣା ନୁହେଁ । ୧୦ ଦିନ ପୂର୍ବରୁ, ଏହି ଅଞ୍ଚଳର ଜାକରିଆ ବାବା ନାମକ ଜଣେ ବ୍ୟକ୍ତି ୯୦ ବର୍ଷ ବୟସରେ ବିବାହ କରିଥିଲେ । ୨୦୧୧ ରେ ଜାକରିଆର ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ଏହି ୯୦ ବର୍ଷ ବୟସ୍କାଙ୍କର ୧୨ଟି ସନ୍ତାନ ଅଛନ୍ତି । ଯେଉଁଥିରେ ସାତ ପୁଅ ଓ ୫ ଝିଅ ଅଛନ୍ତି ।
ଏହା ବି ଦେଖନ୍ତୁ: Chandrayaan-3 ସଫଳତା ପରେ ଏପରି ରିଆକ୍ସନ କିଛି ଦେଲେ ପାକିସ୍ତାନୀ, କହିଲେ- ଆମେ ପୂର୍ବରୁ ଚନ୍ଦ୍ରରେ ଅଛୁ, ଦେଖନ୍ତୁ ଭିଡିଓ
ଏହା ବି ଦେଖନ୍ତୁ: ISRO Chief Viral Video: ଚନ୍ଦ୍ରଯାନ-୩ ର ସଫଳତା ପରେ ISRO ମୁଖ୍ୟ ନିଜ ଟିମ୍ ସହ କଲେ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଭାଇରାଲ