Pakistan Cake Shop Strange Work: ପାକିସ୍ତାନରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଂକଟ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।  ହେଲେ ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟକୁ ନେଇ ପାକିସ୍ତାନୀ ନାଗରିକ ଏହାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା କରୁଛନ୍ତି। ଯାହା ସୋସିଆଲ ମିଡିଆ ଦୁନିଆରେ ଖୁବ ଭାଇରାଲ ହେଉଛି। ବେଳେବେଳେ ସେଠାକାର ପ୍ରଫେସର ଏବଂ ଆଉ କେତେ  ବେଳେ ସେଠାକାର କ୍ରିକେଟ୍ ପ୍ରଶଂସକ ସେମାନଙ୍କର ଅଜବ ପ୍ରତିକ୍ରିୟା ଯୋଗୁଁ ଇଣ୍ଟରନେଟ ଦୁନିଆରେ ଭାଇରାଲ ହୋଇଥାନ୍ତି। ନିକଟରେ ଗୋଟିଏ ପାକିସ୍ତାନୀ ବେକେରୀ ମଧ୍ୟ ଏପରି କାର୍ଯ୍ୟ କରିଥିଲା। ଏହି ବେକରୀ ଦ୍ୱାରା ପ୍ରସ୍ତୁତ କେକ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 


COMMERCIAL BREAK
SCROLL TO CONTINUE READING

ଜାଭେଦ୍ ଶାମି ନାମକ ଜଣେ ଟ୍ୱିଟର ୟୁଜର ହେଉଛନ୍ତି ପାକିସ୍ତାନର ବାସିନ୍ଦା। ଯିଏ ନିକଟରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ କେକ୍ ନଜର ଆସୁଛି। ଯାହାକୁ ସେ ଅର୍ଡର ଦେଇଥିଲେ। ଭାରତରେ ଅନ ଲାଇନ ଫଉଡ ଡେଲଭର ଆପ୍ ସ୍ୱିଗି, ଜୋମାଟୋ ସହିତ ଖାଦ୍ୟ ଅର୍ଡର କରିବା ଅତି ସହଜ ହୋଇଯାଇଛି। ସେହିଭଳି ଅନ୍ୟ ଦେଶରେ ମଧ୍ୟ ସମାନ ବ୍ୟବସ୍ଥା ରହିଛି। ଏହି କ୍ରମରେ  ଜାଭେଦ୍ ଶାମି ଏକ କେକ ଅର୍ଡର କରିଥିଲେ। ସେ ଅନୁଭବ କଲେ ଯେ ତାଙ୍କ ଅର୍ଡର ନିରାପଦରେ ଆସି ଘରେ ପହଞ୍ଚିଯିବ। ହେଲେ ଏହାର ବିପରୀତ ଘଟଣା ତାଙ୍କ ସହ ଘଟିଯାଇଥିଲା। ଏହି ଟ୍ୱିଟର ୟୁଜର ଜଣଙ୍କ  ଲାହୋରସ୍ଥିତ ଏକ ବେକେରୀ ପାଖରୁ କେକ ଅର୍ଡର କରିଥିଲେ। 


ଏକ କେକ୍ ଫଟୋ ସେୟାର କରି ଜାଭେଦ୍ ଶାମି କହିଛନ୍ତି, "ମୁଁ  ଲେୟର୍ସ ପାଖରୁ ଏକ କେକ୍ ଅର୍ଡର କରିଥିଲି। ମୁଁ ସେମାନଙ୍କୁ ୨୦୦୦ ଟଙ୍କାର ଖୁଚୁରା ଆଣିବାକୁ ଅନୁରୋଧ କରିଥିଲି। କେକ୍ ଅର୍ଡର କରିବା ସମ୍ପର୍କରେ ସମସ୍ତ କଥାବାର୍ତ୍ତା ସେମାନଙ୍କ ସହ ଉର୍ଦ୍ଦୁରେ ହୋଇଥିଲା। ହେଲେ ଦେଖନ୍ତୁ ସେମାନେ ମୋତେ କ'ଣ ଦେଇଛନ୍ତି। " ଯଦି କେକ୍ କଥା କୁହାଯାଏ, ତାହେଲେ ଏହା ହେଉଛି ଏକ ଚକୋଲେଟ୍ କେକ୍। ଯାହା ଉପରେ ଏହା ଇଂରାଜୀ ଭାଷାରେ ଲେଖା ହୋଇଛି ଯେ, "ବ୍ରିଙ୍ଗ ଚେଞ୍ଜ୍ ଅଫ ୨୦୦୦" ଅର୍ଥାତ ୨୦୦୦ ଟଙ୍କାର ଖୁଚୁରା ନେଇଆସନ୍ତୁ (Bring Change of 2000)।  ବେକେରୀ କର୍ମଚାରୀ ଏହି କଥାକୁ କେକ ଉପରେ ଲେଖି ଦେଇଥିଲେ। ଯାହାକୁ ଜାଭେଦ୍ ଶାମି ସେମାନଙ୍କୁ କହିଥିଲେ।


ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ଏ ପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଭ୍ୟୁ ମିଳି ସାରିଥିବା ବେଳେ ଅନେକ ଲୋକ ଏହା ଉପରେ ନିଜର ମତାମତ ଦେଇଛନ୍ତି। ଜଣେ ସୋସିଆଲ ମିଡି଼ଆ ୟୁଜର ପଚାରିଥିଲେ ଯେ ଜାଭେଦ ଶାମି ଖୁଚୁରା ପାଇଛନ୍ତି। ଏହା ଉପରେ ଜବାବ ଦେଇ ଜାଭେଦ୍ ଶାମି କହିଛନ୍ତି  ଯେ ସେ ଖୁଚୁରା ପାଇନାହାଁନ୍ତି। ଏହା ସହିତ ଜଣେ ମହିଳା କହିଥିଲେ ଯେ ଥରେ ସେ ଲେଖିଥିଲେ "ଉଇ ଲଭ ପାକିସ୍ତାନ" (We Love Pakistan)। ହେଲେ କେକ ଉପରେ ଲେଖାଯାଇଥିଲା "ହ୍ୱିଲ୍ସ ଅଫ୍ ପାକିସ୍ଥାନ" (Wheels of Pakistan)। ଅନ୍ୟ ଜଣେ ପାକିସ୍ତାନୀ ମହିଳା ଏକ ମଜାଳିଆ ଫଟୋ ସେୟାର କରି ଲେଖିଛନ୍ତି ଯେ ସେ ବେକେରୀ ଉଦ୍ଦେଶ୍ୟରେ କହିଥିଲେ ଯେ କେକ୍ ଉପରେ "ହାପି ୱାନ୍ ମନ୍ଥ" (Happy One Month) ସ୍ପଷ୍ଟ ଭାବରେ ଲେଖାଯିବା ଦରକାର। ହେଲେ ବେକରୀ ପକ୍ଷରୁ ତାଙ୍କ ଦ୍ୱାରା ଇଂରାଜୀ ଭାଷାରେ କୁହାଯାଉଥିବା କଥା କେକ୍ ଉପରେ ଲେଖି ଦିଆଯାଇଥିଲା। ଯାହା ହେଉଛି "ହାପି ୱାନ୍ ମନ୍ଥ-ନିଟଲୀ" (Happy 1 Month-Neatly)।