ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ହୋଇଥିବା ସଂସଦରେ ସୁରକ୍ଷା ଉଲ୍ଲଂଘନ ମାମଲାରେ ତୁରନ୍ତ ୬ଜଣଯାକ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବାକୁ ଓ୍ୱାରେଣ୍ଟ ଜାରି ହୋଇଛି। ଦିଲ୍ଲୀ ପଟିଆଲା କୋର୍ଟ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ କାରି କରିଛନ୍ତି। ପୁଲିସବଳ ଅଭାବ ହେତୁ ୬ଜଣଙ୍କୁ କୋର୍ଟରେ ହାଜର କରାଯାଇପାରୁ ନାହିଁ। ଏବେ ଏହି ୬ଜଣଯାକ ଅଭିଯୁକ୍ତ ଜେଲ୍‍ ଭିତରେ ଅଛନ୍ତି। ସେମାନଙ୍କୁ କୋର୍ଟରେ ଏକସଙ୍ଗ ହାଜର କରିବା ଲାଗି କୋର୍ଟଙ୍କ ଓ୍ୱାରେଣ୍ଟ ଦାବି କରି ଦିଲ୍ଲୀ ପୁଲିସ ଦାବି କରିଥିଲା। ବିଚାରପତି ସୁଧାଂଶୁ କୌଶିକ  ଏ ବାବଦରେ ନିର୍ଦ୍ଦେଶ ଜାରି କରି ଜାନୁୟାରୀ ୩୧ ତାରିଖଦିନ ସମସ୍ତଙ୍କୁ କୋର୍ଟରେ ଉପସ୍ଥାପନ କରିବାକୁ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଜାନୁୟାରୀ ୧୩ ତାରିଖ ଦିନ କୋର୍ଟ ଏହି ଅଭିଯୁକ୍ତଙ୍କୁ ଶନିବାର ଯାଏ ଜେଲ ପଠାଇଥିଲେ। ଆଜି ହି ମାମଲାର ଶୁଣାଣି ପରେ ବିଚାରପତି ଏପରି ଏକ ଆଦେଶ ଜାରି କରିଛନ୍ତି। ଡିସେମ୍ବର ୧୩ ତାରିଖ ଦିନ, ୨୦୦୧ ମସିହାରେ ସଂସଦରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ସେଥିରେ ସହୀଦଙ୍କୁ ମନେ ପକାଇଥିଲା ସଂସଦ। ଏହାର କିଛି ସମୟ ପରେ ଦୁଇଜଣ ସୁରକ୍ଷା ବ୍ୟବସ୍ଥାକୁ ଉଲ୍ଲଂଘନ କରି ଲୋକସଭା ଭିତରେ ପଶି ଦର୍ଶକ ଗ୍ୟାଲେରୀରୁ ଗୃହ ମଧ୍ୟକୁ କୁଦା କାରିଥିଲେ। ଏହାପରେ ଜୋତାରେ ଆଣିଥିବା ସ୍ମୋକ୍‍ ଡିବାକୁ ଖୋଲି ବିରୋଧ ପ୍ରଦର୍ଶନ କରିଥିଲେ। ଏହାପରେ ଦିଲ୍ଲୀପୁଲିସ ମାମଲା ରୁଜୁ କରି ଏଥିରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଥିଲେ। ଗିରଫ ହୋଇଥିବା ଏହି ଛଅଜଣ ହେଉଛନ୍ତି, ନୀଲମ ଆଜାଦ, ମନୋରଞ୍ଜନ ଡି, ସାଗର ଶର୍ମା, ଲଲିତ ଝା, ଅମୋଲ ସିଣ୍ଡେ ଏବଂ ମହେଶ କୁମାଓ୍ୱତ। ଏହି ସମସ୍ତ ଅଭିଯୁକ୍ତଙ୍କ ପଲିଗ୍ରାଫ ଏବଂ ନାର୍କୋଟିକ୍ସ ଯାଞ୍ଚ ପାଇଁ କୋର୍ଟରେ ପୁଲିସ ଆବେଦନ କରିଛି। ଅପରପକ୍ଷେ ନୀଲମ ଆଜାଦ୍‍ ପଲିଗ୍ରାଫି ଯାଞ୍ଚ ପାଇଁ ମନା କରିଛନ୍ତି।


Also Read- ଭାରତୀୟ ସେନାବାହିନୀରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ


Also Read- ବିକାଶର ଆଲୋକ ଦେଖିଲା ବଣମୂଳକ, ଶିମିଳିପାଳର ୪୨ ଗାଁ’ରେ ପହଞ୍ଚିଲା ବିଜୁଳି