Passenger Train Service: ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି
Special Train Service Extension: ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ସାନ୍ତ୍ରାଗଛି-ପୁରୀ ଏବଂ ପୁରୀ-ଭଞ୍ଜପୁର-ପୁରୀ ବିଶେଷ ଟ୍ରେନ ଗୁଡିକର ସେବାକୁ ଆଉ ଏକ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି |
Special Train Running Day Increase: ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ସାନ୍ତରାଗାଛି-ପୁରୀ ଏବଂ ପୁରୀ-ଭଞ୍ଜପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ ସେବାକୁ ଆଉ ଏକ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଭଞ୍ଜପୁର-ପୁରୀ-ଭଞ୍ଜପୁର (ବାରିପଦା) ଏବଂ ସାନ୍ତରାଗାଛି-ପୁରୀ-ସାନ୍ତରାଗାଛି ବିଶେଷ ଟ୍ରେନ ଚଳାଚଳ କରିବ।
ସାନ୍ତରାଗାଛି-ପୁରୀ-ସାନ୍ତରାଗାଛି ବିଶେଷ ଟ୍ରେନ
ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତରାଗାଛିରୁ ଏବଂ ପ୍ରତ୍ୟେକ ଶନିବାର ଦିନ ପୁରୀରୁ ଛାଡୁଥିବା ୦୨୮୩୭/୦୨୮୩୮ ସାନ୍ତରାଗାଛି-ପୁରୀ-ସନ୍ତରାଗାଛି ସ୍ୱତନ୍ତ୍ର ଟ୍ରେନ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ।
ଭଞ୍ଜପୁର(ବାରିପଦା)-ପୁରୀ-ଭଞ୍ଜପୁର ବିଶେଷ ଟ୍ରେନ
ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁରରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ପୁରୀ ଛାଡୁଥିବା ୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ- ଭଞ୍ଜପୁର ଦ୍ୱି-ସାପ୍ତାହିକ ସ୍ପେଶାଲ ଟ୍ରେନ ୧ ଅକ୍ଟୋବର 2023 ପର୍ଯ୍ୟନ୍ତ ଚଳାଚଳ କରିବ।
ଉପରୋକ୍ତ ଟ୍ରେନ୍ ପାଇଁ ବିଭିନ୍ନ ସ୍ଥାନରେ (ରେଳ ଷ୍ଟେସନ) ନିର୍ଦ୍ଧାରିତ ରହଣି ଏବଂ ସମୟ ସାରଣୀ ଅପରିବର୍ତ୍ତିତ ରହିବ।
ଟ୍ରେନ୍ ଲାଗି ହୋଇଛି ପରୀକ୍ଷାମୂଳକ ରହଣୀ ବ୍ୟବସ୍ଥା
ଦକ୍ଷିଣ-ପୂର୍ବ ରେଳ ଅନ୍ତର୍ଗତ ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ଗୋଇଲକେରା ଷ୍ଟେସନ ଠାରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଏବଂ ଇସ୍ପାତ ଏକ୍ସପ୍ରେସ ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି।
ହାଓଡ଼ା ଠାରୁ ଛାଡୁଥିବା ୧୨୮୭୧ ହାଓଡ଼ା-ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ ସେପ୍ଟେମ୍ବର ୨ ତାରିଖରୁ ଗୋଇଲକେରା ଠାରେ ପୂର୍ବାହ୍ନ ୧୧:୫୦ ସମୟରେ ପହଞ୍ଚି ୧୧:୫୧ ସମୟରେ ଟିଟିଲାଗଡ଼ ଅଭିମୁଖେ ଯାତ୍ରା କରିବ।
ଟିଟିଲାଗଡ଼ ଠାରୁ ଛାଡୁଥିବା ୧୨୮୭୨ ଟିଟିଲାଗଡ-ହାୱଡ଼ା ଇସ୍ପାତ ଏକ୍ସପ୍ରେସ ୨୦୨୩ ସେପ୍ଟେମ୍ବର ୩ ତାରିଖରୁ ମଧ୍ୟାନ୍ନ ୧୨:୨୧ ସମୟରେ ପହଞ୍ଚି ମଧ୍ୟାନ୍ନ ୧୨:୨୨ ସମୟରେ ହାୱଡ଼ା ଅଭିମୁଖେ ଯାତ୍ରା କରିବ।
୧୮୪୭୭/୧୮୪୭୮ ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଗୋଇଲକେରା ଷ୍ଟେସନ ଠାରେ ସେପ୍ଟେମ୍ବର ୩ ତାରିଖରୁ ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ଯୋଗାଇ ଦେବ। ପୁରୀରେ ଏହି ଟ୍ରେନ୍ ସକାଳ ୦୭:୩୯ ସମୟରେ ପହଞ୍ଚି। ସକାଳ ୦୭:୪୦ ସମୟରେ ଋଷିକେଶ ଅଭିମୁଖେ ଯାତ୍ରା କରିବ। ଋଷିକେଶରୁ ଏହି ଟ୍ରେନ୍ ଅପରାହ୍ନ ୦୪:୧୨ ପହଞ୍ଚି ଅପରାହ୍ନ ୦୪:୧୩ ସମୟରେ ପୁରୀ ଅଭିମୁଖେ ଯାତ୍ରା କରିବ।