Mysterious Sound: ପ୍ରଚଣ୍ତ ଶବ୍ଦରେ(Mysterious Sound) ଥରିଲା ଓଡ଼ିଶାର ଏହି ୪ ଜିଲ୍ଲା (4 district)। କାନ ଫଟେଇବା ଭଳି ଭୟଙ୍କର ଶବ୍ଦ । ଲୋକଙ୍କ ଛାତି ଥରି ଉଠିଥିଲା । ପ୍ରଚଣ୍ଡ ଶବ୍ଦରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲା ଥରି ଉଠିଛି । ଏତେ ଜୋରରେ ଶବ୍ଦ ହେଲା ଯେ ଘରର କାଚ ମଧ୍ୟ ସବୁ ଧଡ଼ଧଡ଼ ହୋଇ ଥରି ଉଠିଛି। ରାଜ୍ୟର ଚାରି ଜିଲ୍ଲାର ଲୋକ ଶଦ୍ଦ ଶୁଣି ଭୟଭୀତ ହୋଇ ପଡ଼ିଛନ୍ତି ।ଭଦ୍ରକ ସହର ଧାମନଗର,ବାସୁଦେବପୁରରେ ଏହି ପ୍ରଚଣ୍ଡ ଶବ୍ଦ ଶୁଭିଛି । ଆଜି ୧୧.୩୨ମିନିଟରେ ଏହି ଶବ୍ଦ ଶୁଣିବାକୁ ମିଳିଥିବା କୁହାଯାଉଛି । କିଛି ସେକେଣ୍ଡ ପାଇଁ ଏହି ଶବ୍ଦ ଶୁଣାଯାଇଥିଲା । ସେହିଭଳି ବାଲେଶ୍ୱର ସହରର ଆଖପାଖ ଅଞ୍ଚଳରେ ମଧ୍ୟ ଏହି ପ୍ରଚଣ୍ଡ ଶବ୍ଦ ଶୁଭିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଓ କୋଇଡ଼ା ଓ କେନ୍ଦୁଝରର କିଛି ଅଞ୍ଚଳରେ ମଧ୍ୟ ପ୍ରଚଣ୍ଡ ଶବ୍ଦ ଶୁଭିଲା । ପ୍ରଚଣ୍ଡ ଶବ୍ଦ ଶୁଣି ଭୟରେ ଲୋକ ଘର ବାହାରକୁ ପଳାଇ ଆସିଥିଲେ(people panic) ।  ତେବେ ଏହି ଶବ୍ଦ ହେବାର କାରଣ ଜଣାପଡ଼ି ନାହିଁ ।


COMMERCIAL BREAK
SCROLL TO CONTINUE READING

ସୂଚନାମୁତାବକ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏହି ଭଳି ଘଟଣା ହୋଇଛି । ବାରମ୍ବର ଏଭଳି ଘଟଣା ଘଟୁଥିବା ଲୋକ କହୁଥିବା ବେଳେ ଏହାକୁ ନେଇ କୌଣସି ଯାଞ୍ଚ କରାଯାଉ ନାହିଁ । ଏହା ପୂର୍ବରୁ, ଗତ ମାସ ୨୭ ତାରିଖରେ ମଧ୍ୟ ବାରିପଦା ଓ ବାଲେଶ୍ୱରରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା ।  ଯାହାଫଳରେ ଲୋକମାନେ ଭୟଭିତହୋଇ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଏହା ପୂର୍ବରୁ ଭଦ୍ରକ, ଯାଜପୁର ଓ କେନ୍ଦୁଝର ଅଞ୍ଚଳ ମଧ୍ୟ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା । ବଡ଼ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ସମଗ୍ର ଅଞ୍ଚଳ ଥରିଉଠିଥିଲା । ଏହା ଫଳରେ ଭୟରେ ଘର ଭିତରୁ ଲୋକମାନେ ବାହାରକୁ ଚାଲିଆସିଥିଲେ ।


ଏହାବି ପଢନ୍ତୁ :  Deepika Padukone: OSCARS 2023ରେ ଦୀପିକାଙ୍କ କିଲର ଲୁକ୍, ବାକ୍ଲ ଗାଉନରେ ଦେଖାଇଲେ ଗ୍ଲାମରସ୍ ଅନ୍ଦାଜ୍


ଏହାବି ପଢନ୍ତୁ :  Road Accident: ବାରିପଦା-ବେତନଟୀ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍‌, ୨୫ରୁ ଅଧିକ ଆହତ


ତେବେ ଏହି ଶବ୍ଦ ପ୍ରକୃତରେ କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଲୋକମାନେ ମଧ୍ୟ ଏହି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ । ତେବେ ସେଠାରେ ଅନେକ ବଡ଼ ବଡ଼ ଷ୍ଟିଲ କମ୍ପାନୀଗୁଡ଼ିକ ଅଛି । ସେଥିରୁ ମଧ୍ୟ କିଛି ବିସ୍ଫୋରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏଥି ସହିତ ବାଲେଶ୍ବର କ୍ଷେପଣାସ୍ତ୍ର ଘାଟିରୁ କୌଣସି ପରୀକ୍ଷା କରାଯାଇଛି କି ନାହିଁ ତାହାକୁ ନେଇ ମଧ୍ୟ ଆଶଂଙ୍କା ପ୍ରକାଶ ପାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏହା ଏବେ ସନ୍ଦେହ ଘେରକୁ ଆସିଛି ।


ଏହାବି ପଢନ୍ତୁ : Cuttack News: ଜିମରେ ଯୁବତୀଙ୍କୁ ଦୁଷ୍କର୍ମ, ଅଶ୍ଲୀଳ ଫଟୋ ରଖି ବର୍ଷସାରା କରୁଥିଲେ ବ୍ଲାକମେଲ୍