G20 Summit 2023 Declaration: ସେପ୍ଟମ୍ବର ୯ ତାରିଖ ଶନିବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନ ଠାରେ ଅବସ୍ଥିତ ଭାରତ ମଣ୍ଡପମ୍ ଠାରେ ଆୟୋଜିତ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ଏହି ସମ୍ମିଳନୀ ସେପ୍ଟେମ୍ବର ୧୦ ତାରିଖ ରବିବାର ଶେଷ ହେବ। ଚଳିତ ବର୍ଷ ଆୟୋଜିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିଛନ୍ତି ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରାଧ୍ୟକ୍ଷ। ସଦସ୍ୟ ରାଷ୍ଟ୍ର ହେବା ପର ଠାରୁ ଭାରତ ପ୍ରଥମ ଥର ପାଇଁ ଜି-୨୦ ସମ୍ମିଳନୀ ଆୟୋଜନ କରୁଛି।


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ ଭାଷଣରୁ ଆରମ୍ଭ ହୋଇଥିଲା ୨୦୨୩ ଜି-୨୦ ଶିଖର ସମ୍ମଳନୀ। ଏହି ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କୋଭିଡ-୧୯ ପରେ ଅଭାବ ହେତୁ ବିଶ୍ୱରେ ଏକ ବିରାଟ ସଙ୍କଟ ଆସିଛି। ଯେତେବେଳେ ଆମେ କୋରୋନା ମହାମାରୀକୁ ପରାସ୍ତ କରିପାରିବା, ସେତେବେଳେ ପାରସ୍ପରିକ ବିଶ୍ୱାସ ଦ୍ୱାରା ଏଭଳି ସଙ୍କଟକୁ ଦୂର କରିପାରିବା। ଆମେ ବିଜୟ ହାସଲ କରିପାରିବା। ଆମ ସମସ୍ତଙ୍କ ଏକାଠି ହୋଇ ଆଗକୁ ବଢିବାର ଏହା ହେଉଛି ସମୟ। "ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରାର୍ଥନା" ମନ୍ତ୍ର ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ହୋଇପାରେ।


ଜି-୨୦ ଶିଖର ସମ୍ମିଳନୀରେ ନିଆଯାଇଥିବା ୭ ବଡ଼ ନିଷ୍ପତ୍ତି
ସେପ୍ଟମ୍ବର ୯ ତାରିଖ ଶନିବାର ଠାରୁ ଆରମ୍ଭ ହୋଇଥିବା ୨ ଦିନିଆ ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଦିନରେ ନୂଆଦିଲ୍ଲୀ ଘୋଷଣାନାମାକୁ ଅନୁମୋଦନ କରାଯାଇଥିଲା। ଏହି ଘୋଷଣାକୁ ୧୦୦ ପ୍ରତିଶତ ଅନୁମୋଦନ ମିଳିଛି। ତା ଏହି ଅବଧି ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା। ତାହା ହେଉଛି ଆଫ୍ରିକୀୟ ସଂଘକୁ ଜି-୨୦ ଗୋଷ୍ଠୀର ସଦସ୍ୟ କରିବା, ଋଷିଆ-ୟୁକ୍ରେନ ସଙ୍କଟର ସମାଧାନ, ଋଷିଆ-ୟୁକ୍ରେନ ଶସ୍ୟ ଚୁକ୍ତି, ୟୁକ୍ରେନ ଠାରେ ଦୀର୍ଘମିଆଦୀ ଶାନ୍ତି ଫେରାଇ ଆଣିବା।


  • ଆଫ୍ରିକୀୟ ସଂଘକୁ ଜି-୨୦ ଗୋଷ୍ଠୀରେ ଅନ୍ତର୍ଭୂକ୍ତ କରାଯାଇଛି। ଏହା ସହିତ ଆଫ୍ରିକୀୟ ସଂଘ ସେପ୍ଟମ୍ବର ୯ ତାରିଖ ଶନିବାର ବିଶ୍ୱର ୨୦ ବୃହତ୍ତମ ଅର୍ଥନୀତି ସହିତ ଦେଶକୁ ନେଇ ଗଠିତ ଜି-୨୦ ଗୋଷ୍ଠୀର ସ୍ଥାୟୀ ସଦସ୍ୟ ହୋଇଛିଯ

  • ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ୨୦୨୩ ଶିଖର ସମ୍ମିଳନୀରେ ଏକ ମିଳିତ ଘୋଷଣାନାମା ମଧ୍ୟ ଜାରି କରାଯାଇଛି। ଏହା ପୂର୍ବରୁ ସେପ୍ଟମ୍ବର ୮ ତାରିଖ ଶୁକ୍ରବାର ଚୀନ୍ କେତେକ ପ୍ରସଙ୍ଗରେ ବିଶେଷ କରି ୟୁକ୍ରେନ ପ୍ରସଙ୍ଗରେ ଭିନ୍ନ ମତ ପ୍ରକାଶ କରିଥିଲା। 

  • ଯେହେତୁ ଆଫ୍ରିକୀୟ ସଂଘ ଜି-୨୦ ଗୋଷ୍ଠୀର ସ୍ଥାୟୀ ସଦସ୍ୟତା ପାଇସାରିଛି। ଅନୁମାନ କରାଯାଉଛି ଯେ ଜି-୨୦ ଗୋଷ୍ଠୀର ନାମ ମଧ୍ୟ ପରିବର୍ତ୍ତନ ହୋଇପାରେ। ଜି-୨୦ ଗୋଷ୍ଠୀର ନାମ ଜି-୨୦ ନାମରେ ପରିବର୍ତ୍ତନ ହୋଇପାରେ।

  • ଜି-୩୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଭାରତ ଆସିଥିବା ସଦସ୍ୟ ଦେଶର ନେତା ଗୋଟିଏ ସ୍ୱରରେ କହିଛନ୍ତି ଯେ ଏହା ଯୁଦ୍ଧର ଯୁଗ ନୁହେଁ। ଯାହା ସମଗ୍ର ବିଶ୍ୱର ଲୋକଙ୍କୁ ପ୍ରଭାବିତ କରିଥାଏ।

  • ଜି-୨୦ ସମ୍ମିଳନୀ ଘୋଷଣାପତ୍ରରେ କୁହାଯାଇଛି ଯେ ଜି-୨୦ ହେଉଛି ଆନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ ପାଇଁ ଏକ ପ୍ରମୁଖ ମଞ୍ଚ। ହେଲେ ଏହି ସଙ୍ଗଠନ ଭୌଗୋଳିକ ପ୍ରସଙ୍ଗର ସମାଧାନ ପାଇଁ ନୁହେଁ।

  • କେବଳ ସେତିକି ନୁହେଁ ଜି-୨୦ ଶିଖର ସମ୍ମିଳନୀରେ ଋଷିଆ-ୟୁକ୍ରେନ ଶସ୍ୟ ଚୁକ୍ତି ପୁନର୍ବାର ଆରମ୍ଭ କରିବାକୁ ଏକ ଆବେଦନ କରାଯାଇଥିଲା।

  • ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ସମ୍ମିଳନୀରେ କୁହାଯାଇଛି ଯେ ମିଳିତ ଜାତିସଂଘର ନିୟମ ଆଧାରରେ ବୁଝାଣଣା କରିବାକୁ ଉଦ୍ୟମ କରାଯିବା ଆବଶ୍ୟକ। ଯାହା ଦ୍ୱାରା ୟୁକ୍ରେନ ଠାରେ ଦୀର୍ଘମିଆଦୀ ଶାନ୍ତି ଫେରାଇ ଅଣାଯାଇ ପାରିବ।