Petrol Diesel Prices: କମିଲା ପେଟ୍ରୋଲ-ଡିଜେଲ୍ ରେଟ୍, ଜାଣନ୍ତୁ ଓଡି଼ଶାରେ କେତେ ରହିଛି ତୈଳ ଦର?
Petrol Diesel Prices: ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ଯାହା ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢାଇଛି। ତେବେ, ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପେଟ୍ରୋଲ୍-ଡିଜେଲ୍ (Petrol Diesel Rates) ଦର ହ୍ରାସ ପାଇବ ବୋଲି ଖାଉଟି ଆଶା ରଖିଛନ୍ତି। ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦରରେ (Petrol Diesel latest Price) କିଛିଟା ପରିବର୍ତ୍ତନ ହୋଇଇଛି । ଓଡିଶାରେ ତୈଳ ଦର ହ୍ରାସ ପାଇଛି।
Petrol Diesel Prices: ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ଯାହା ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢାଇଛି। ତେବେ, ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପେଟ୍ରୋଲ୍-ଡିଜେଲ୍ (Petrol Diesel Rates) ଦର ହ୍ରାସ ପାଇବ ବୋଲି ଖାଉଟି ଆଶା ରଖିଛନ୍ତି। ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦରରେ (Petrol Diesel latest Price) କିଛିଟା ପରିବର୍ତ୍ତନ ହୋଇଇଛି । କେତେକ ପ୍ରମୁଖ ସହରରେ ତେଲ ଦର ହ୍ରାସ ପାଇଥିବା ବେଳେ ଆଉ କିଛିଟା ସହରରେ ତେଲ ଦର ବୃଦ୍ଧି ପାଇଛି। ତେବେ, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର ।
ଆଜି ଉତ୍ତର ପ୍ରଦେଶର ନୋଏଡାରେ ପେଟ୍ରୋଲ ମହଙ୍ଗା ହୋଇଛି। ଲିଟର ପିଛା ୯୭.୦୦ ଟଙ୍କା ୪୧ ପଇସାରେ ବିକ୍ରି ହେଉଛି। ଡିଜେଲ ମଧ୍ୟ ୩୮ ପଇସା ବୃଦ୍ଧି ପାଇ ଲିଟର ପିଛା ୯୦ ଟଙ୍କା ୪୧ ପଇସାରେ ପହଞ୍ଚିଛି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପେଟ୍ରୋଲ ଲିଟର ପିଛା ୧୦ ପଇସା ଶସ୍ତା ହୋଇଛି। ଲିଟର ପିଛା ୯୬ ଟଙ୍କା ୪୭ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୧୦ ପଇସା ଖସିଛି। ଡିଜେଲ୍ ମୂଲ୍ୟ ଲିଟର ପିଛା ୮୯ ଟଙ୍କା ୬୬ ପଇସାରେ ବିକ୍ରି ହେଉଛି। ଆଜି ବିହାରର ରାଜଧାନୀ ପାଟନାରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ହ୍ରାସ ପାଇଛି। ପେଟ୍ରୋଲର ରେଟ୍ ଲିଟର ପିଛା ୧୦୭ ଟଙ୍କା ୨୪ ପଇସା ଥିବା ବେଳେ ଡିଜେଲରେ ୩୨ ପଇସା ଖସିଛି। ଏବଂ ଡିଜେଲ୍ ରେଟ୍ ୯୪ଟଙ୍କା ୦୪ ପଇସାରେ ବିକ୍ରି ହେଉଛି। ଏହି କ୍ରମରେ ଓଡିଶାରେ ମଧ୍ୟ ଡିଜେଲ୍ ଓ ପେଟ୍ରୋଲ୍ ଦର ଖସିଛି। ରାଜଧାନୀ ଭୁବନେଶ୍ବରରେ ଆଜି ଉଭୟ ପେଟ୍ରୋଲ-ଡିଜେଲରେ ଲିଟର ପିଛା ୮ ପଇସା ହ୍ରାସ ପାଇଛି । ପେଟ୍ରୋଲ୍ ଲିଟର ପିଛା ୧୦୩.୧୧ ପଇସା ଥିବା ବେଳେ ଡିଜେଲ୍ ଲିଟର ୯୪ ଟଙ୍କା ୬୯ ପଇସା ରହିଛି।
ସମସ୍ତ ଚାରୋଟି ମେଟ୍ରୋରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କେତେ?
- ଦିଲ୍ଲୀର ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଏବଂ ଡିଜେଲ ୮୯ ଟଙ୍କାମ୬୨ ପଇସା ରହିଛି।
- ମୁମ୍ବାଇ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ଏବଂ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି।
- ଚେନ୍ନାଇ ପେଟ୍ରୋଲ ଲିଟର ୧୦୨ ଟଙ୍କା ୬୩ ପଇସା ଏବଂ ଡିଜେଲ ୯୪ ଟଙ୍କା ୨୪ ପଇସା ।
- କୋଲକାତା ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୦୩ ପଇସା ଏବଂ ଡିଜେଲ ଲିଟର ପିଛା ୯୨ ଟଙ୍କା ୭୬ ପଇସା ରହିଛି।
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।
ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ
ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।