Gold Price Update: 3800 ଟଙ୍କା ଶସ୍ତା ହେଲା ସୁନା, ସୋମବାର କମିବ ନା ବଢିବ ?

Gold and silver Price Update: ଶନିବାର ଏବଂ ରବିବାର ଦିନ ବଜାର ବନ୍ଦ ରହିଥିବାରୁ ସୋମବାର ନୂଆ ଦର ପ୍ରକାଶ ପାଇବ। ବର୍ତ୍ତମାନ ସୁନା ଓ ରୂପା ଶୁକ୍ରବାର ଦିନ ପ୍ରକାଶିତ ଦରରେ କାରବାର ହେଉଛି ।

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 04 Aug 2024-5:19 pm,
1/5

ଶୁକ୍ରବାର ଦିନ ସୁନା କେତେ ମହଙ୍ଗା ଥିଲା? ଶୁକ୍ରବାର ଦିନ 24 କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା 671 ଟଙ୍କା ବୃଦ୍ଧି ପାଇ 70,392 ଟଙ୍କା ହୋଇଥିଲା । 23 କ୍ୟାରେଟ୍ ସୁନା 668 ଟଙ୍କା ବୃଦ୍ଧି ପାଇ 70,110 ଟଙ୍କା, 22 କ୍ୟାରେଟ୍ ସୁନା 615ଟଙ୍କା ବଢି 64,479 ଟଙ୍କା ହୋଇଥିଲା । ସେହିପରି 18 କ୍ୟାରେଟ୍ ସୁନା ଦରରେ 503 ଟଙ୍କା ବଢି 52,794 ଟଙ୍କା ହୋଇଛି ଏବଂ 14 କ୍ୟାରେଟ୍ ସୁନା ଦର 392 ଟଙ୍କା ବଢି 41,179 ଟଙ୍କା ହୋଇଛି।

2/5

ଗୁରୁବାର ଦିନର ସୁନା ଓ ରୂପା ହାର- ଏହାପୂର୍ବରୁ, ଗୁରୁବାର ଦିନ ସୁନା ଓ ରୂପା ମୂଲ୍ୟରେ ଏକକାଳୀନ ବୃଦ୍ଧି ରେକର୍ଡ କରାଯାଇଥିଲା । ଗୁରୁବାର ଦିନ ସୁନା 10 ଗ୍ରାମ ପିଛା 412 ଟଙ୍କା ଏବଂ କିଲୋଗ୍ରାମରେ ରୂପା 490 ଟଙ୍କା ବୃଦ୍ଧି ପାଇଥିଲା । ଏହା ପରେ ସୁନା 10 ଗ୍ରାମ ପିଛା 69,721 ଟଙ୍କାକୁ ବୃଦ୍ଧି ପାଇଥିଲା ଏବଂ ରୂପା କିଲୋଗ୍ରାମ ପ୍ରତି 83,464 ଟଙ୍କା ଥିବା ସମୟରେ ବଜାର ବନ୍ଦ ହୋଇଥିଲା ।

3/5

ସର୍ବୋଚ୍ଚ ସ୍ତରରୁ ସୁନା 3,800 ଟଙ୍କା ଏବଂ ରୂପା 10,600 ଟଙ୍କା ଶସ୍ତା-  ଶୁକ୍ରବାର ଦିନ ସୁନା ଏହାର ସର୍ବୋଚ୍ଚ ହାର ତୁଳନାରେ 10 ଗ୍ରାମ ପିଛା ପ୍ରାୟ 3,822 ଟଙ୍କା ଶସ୍ତା ହୋଇଛି। ଆପଣଙ୍କୁ କହିରଖୁଛୁ ଯେ, ସୁନାର ସର୍ବୋଚ୍ଚ ମୂଲ୍ୟ 10 ଗ୍ରାମ ପିଛା 74,214 ଟଙ୍କା ରହିଥିଲା । ଯାହା ଚଳିତ ବର୍ଷ ମେ 21, 2024 ରେ ରେକର୍ଡ କରାଯାଇଥିଲା।

4/5

ଯେତେବେଳେ କି ରୂପା ଏହାର ସର୍ବୋଚ୍ଚ ହାର ତୁଳନାରେ କିଲୋଗ୍ରାମ ପିଛା 10,617 ଟଙ୍କା ଶସ୍ତା ହୋଇଛି। ଆଜି ପର୍ଯ୍ୟନ୍ତ ସର୍ବାଧିକ ରୂପା ଦର କିଲୋଗ୍ରାମ ପ୍ରତି 94,118 ଟଙ୍କା ଥିଲା । ଏହି ଦର ମେ 29, 2024 ରେ ରେକର୍ଡ ହୋଇଥିଲା ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link