Gold Rate Today: ଗ୍ରାହକଙ୍କ ପାଇଁ ଖୁସି ଖବର! ଖସିଲା ସୁନା ଦର, ଆଜି ଓଡ଼ିଶାରେ ଗ୍ରାମ ପିଛା....
Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। ଜାଣନ୍ତୁ ଆଜି କେତେ ରହିଛି ସୁନା ରେଟ୍। ସପ୍ତାହ ଆରମ୍ଭରୁ ସୁନା ଦରରେ ହ୍ରାସ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ସୁନା ରେଟ୍?...
![](https://hindi.cdn.zeenews.com/hindi/sites/default/files/2024/11/25/3441605-youthumbnail-1-10.jpg?im=FitAndFill=(1200,900))
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ରେଟ୍ ୭ ହଜାର ୨୯୯ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭ ହଜାର ୯୬୩ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଗ୍ରାମ ପିଛା ୧ ଟଙ୍କା ହ୍ରାସ ପାଇଛି। ସେହିପରି ୧୮ କ୍ୟାରେଟ୍ ସୁନା ଗ୍ରାମ ପିଛା ୫ ହଜାର ୯୭୨ ରହିଛି।
![](https://hindi.cdn.zeenews.com/hindi/sites/default/files/2024/11/25/3441604-youthumbnail-1-11.jpg?im=FitAndFill=(1200,900))
ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ମୂଲ୍ୟ ୭,୩୧୪ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭,୯୭୮ ଟଙ୍କା ରହିଛି ।
![](https://hindi.cdn.zeenews.com/hindi/sites/default/files/2024/11/25/3441603-youthumbnail-1-12.jpg?im=FitAndFill=(1200,900))
ସେହିପରି ମୁମ୍ବାଇରେ ମଧ୍ୟ ସୁନା ଦର କମିଛି। ୨୨ କ୍ୟାରେଟ୍ ର ୧ଗ୍ରାମ୍ ମୂଲ୍ୟ ୭,୨୯୯ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭,୯୬୩ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧ ଟଙ୍କା କମିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ଦର ଖସିଛି। ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ମୂଲ୍ୟ ୭,୨୯୯ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭,୯୬୩ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧ ଟଙ୍କା ଲେଖାଏ ହ୍ରାସ ପାଇଛି।
ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧ଗ୍ରାମ୍ ମୂଲ୍ୟ ୭,୨୯୯ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ୭,୯୬୩ ଟଙ୍କା ରହିଛି।। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫ ହଜାର ୯୭୨ ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ୨୨ କ୍ୟାରେଟ୍ , ୨୪ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ରେ ୧ ଟଙ୍କା ଲେଖାଏ ହ୍ରାସ ପାଇଛି।