film collection in india: ସେହି ୩ ଫିଲ୍ମ ଯିଏ କରିଛି ଆୟ; ରୋଜଗାର ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

these 3 films earned more than expected: ବକ୍ସ ଅଫିସ୍ ଠାରେ କେଉଁ ଫିଲ୍ମ ଚାଲିବ ତାହା କହିବା ବହୁତ କଷ୍ଟକର। କେଉଁ ଚଳଚ୍ଚିତ୍ର ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ତାହା ଏହାର ବକ୍ସ ଅଫିସ୍ ଆୟରୁ ଜଣାପଡ଼ିଥାଏ। ଏବେ ଆମେ ତିନୋଟି ଚଳଚ୍ଚିତ୍ର ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ, ଯାହାକୁ ବେଶ ପ୍ରଂଶସା କରିଥିଲେ ଦର୍ଶକେ।

Thu, 03 Aug 2023-1:14 am,
1/5

ସମସ୍ତ ପ୍ରକାରର ଚଳଚ୍ଚିତ୍ର ବଲିଉଡ ଠାରେ ନିର୍ମିତ ହୋଇଛି। କେତେକ ଚଳଚ୍ଚିତ୍ରର ବଜେଟ୍ କମ୍ ରହିଥିବା ବେଳେ ଆଉ କେତେକ ବଡ଼ ବଜେଟ୍ ସହିତ ନିର୍ମିତ ହେଉଛି। ହେଲେ ଏହା ମଧ୍ୟରେ ନିର୍ମାତା ଚଳଚ୍ଚିତ୍ରର ବକ୍ସ ଅଫିସ୍ ଆୟ ବିଷୟରେ କୌଣସି ଅନୁମାନ କରିବାରେ ଅସମର୍ଥ। ଯେତେବେଳ ପର୍ଯ୍ୟନ୍ତ ଫିଲ୍ମ ସିନେମା ଘରକୁ ଆସିନାହିଁ। ରିଲିଜ୍ ପୂର୍ବରୁ ସମସ୍ତ ନିର୍ମାତା ସେମାନଙ୍କ ଚଳଚ୍ଚିତ୍ର ଆୟ ବିଷୟରେ ବହୁତ ଆଶା କରିଥାନ୍ତି।

2/5

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ଚଳଚ୍ଚିତ୍ର ଯେତେବେଳେ ଏହା ଦର୍ଶକଙ୍କ ପାଖରେ ପହଞ୍ଚେ ସେତେବେଳେ ପ୍ରଥମ ଦିନର ବକ୍ସ ଅଫିସ୍ ଆୟ ସାମ୍ନାକୁ ଆସିଥାଏ। ସେତେବେଳେ ଫିଲ୍ମ କେତେ ରୋଜଗାର କରିପାରିବ ତାହା ସ୍ପଷ୍ଟ ହୋଇଯାଏ। ଏବେ ଆମେ ଆପଣଙ୍କୁ ସେହି ୩ ଚଳଚ୍ଚିତ୍ର ବିଷୟରେ କହିବାକୁ ଯାଉଛୁ, ଯାହାକୁ ନିର୍ମାଣ କରିବାରେ ନିର୍ମାତା ୧୪୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଯେତେବେଳେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ସେତେବେଳେ ସେମାନଙ୍କର ବିପୁଳ ରୋଜଗାର ବକ୍ସ ଅଫିସ ଠାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ୩ ଚଳଚ୍ଚିତ୍ରର ବକ୍ସ ଅଫିସ୍ ଆୟ ୧୧୯୪.୮୦ କୋଟି ଟଙ୍କା ରହିଥିଲା। 

3/5

କବୀର ସିଂହ: ଗତ ୨୦୧୯ ବର୍ଷରେ ଶାହିଦ କପୁରଙ୍କ ଏହି ଚଳଚ୍ଚିତ୍ର ରିଲିଜ ହେବା ସହିତ ବକ୍ସ ଅଫିସ ଆୟରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ତଥା ଟି-ସିରିଜ୍ ଫିଲ୍ମ ଅନ୍ତର୍ଗତ ଭୂଷଣ କୁମାର ଏବଂ କୃଷ୍ଣ କୁମାର ଏବଂ ସିନେ-୧ ଷ୍ଟୁଡିଓ ଅଧୀନରେ ମୁରାଦ ଖେତାନି ଏବଂ ଅଶ୍ୱିନ୍ ଭର୍ଡେଙ୍କ ଦ୍ୱାରା ନିର୍ମିତ ଏକ ରୋମାଣ୍ଟିକ୍ ଡ୍ରାମା ଚଳଚ୍ଚିତ୍ର ଥିଲା। ଯାହା ଭଙ୍ଗାଙ୍କ ନିଜସ୍ୱ ତେଲୁଗୁ ଚଳଚ୍ଚିତ୍ର 'ଅର୍ଜୁନ ରେଡ୍ଡୀ (୨୦୧୭) ରିମେକ୍ ଥିଲା। ଯେଉଁଥିରେ କିଆରା ଆଡଭାନୀଙ୍କ ସହ ଶାହିଦ କପୁରଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏକ ତଥ୍ୟ ଅନୁଯାୟୀ ଏହାର ନିର୍ମାତା ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହାର ମୋଟ ବକ୍ସ ଅଫିସ୍ ଆୟ ୩୭୯ କୋଟି ଟଙ୍କା ରହିଥିଲା। ଏହି ଚଳଚ୍ଚିତ୍ର କେବଳ ଏହାର ନିର୍ମାତାଙ୍କୁ ପକେଟ ଗରମ କରିନଥିଲା, ବରଂ ଶାହିଦ କପୁରଙ୍କ ବୁଡ଼ି ଯାଉଥିବା କ୍ୟାରିୟର ବଞ୍ଚାଇ ଦେଉଥିଲା। 

 

4/5

ଦୃଶ୍ୟମ୍ ୨:  ଅଜୟ ଦେବଗନଙ୍କ ଅଭିନୀତ "ଦୃଶ୍ୟମ" ଗତ ବର୍ଷ ସିନେମା ଘରକୁ ଆସିଥିଲା। ଯାହା ଏକ କ୍ରାଇମ୍ ଥ୍ରୀଲର୍ ଚଳଚ୍ଚିତ୍ର ରହିଥିଲା। ଯାହାକୁ ଅଭିଷେକ ପାଠକଙ୍କ ନିର୍ଦ୍ଦେଶନା ତଥା ପ୍ରଯୋଜନା କରିଥିଲେ। ଯାହା ସମାନ ନାମର ମାଲାୟାଲମ୍ ଚଳଚ୍ଚିତ୍ରର ରିମେକ୍ ଥିଲା। ଯାହାର ଏହି ଚଳଚ୍ଚିତ୍ରର ଏକ ସିକ୍ୱେଲ୍ ଥିଲା। ପାନୋରାମା ଷ୍ଟୁଡିଓ, ଭାୟାକମ୍ ୧୮ ଷ୍ଟୁଡିଓ ଏବଂ ଟି-ସିରିଜ୍ ଫିଲ୍ମ ଦ୍ୱାରା ମିଳିତ ଭାବେ ଏହା ପ୍ରସ୍ତୁତ କରାଯାଇଥିଲା। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କ ବ୍ୟତୀତ ଅକ୍ଷୟ ଖାନ୍ନା, ତବୁ ଏବଂ ଶ୍ରେୟା ସରନ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ। ଏଥିରେ ସୌରଭ ଶୁକ୍ଲା, ରଜତ କପୁର, ଇଶିତା ଦତ୍ତା, ଶ୍ରୀନାଲ ଯାଦବ ଏବଂ କମଲେଶ ସାୱନ୍ତ ପ୍ରମୁଖ ଅଭିନୟ କରିଥିଲା। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ନିର୍ମାତା ପ୍ରାୟ ୫୦ କୋଟି ଖର୍ଚ୍ଚ କରିଥିଲେ। ହେଲେ ଏହାର ବକ୍ସ ଅଫିସ୍ ଆୟ ୩୪୫.୦୫ କୋଟି ଥିଲା।

 

5/5

ଅନ୍ଧାଧୁନ୍: ଗତ ୨୦୧୮ ବର୍ଷରେ ଆସିଥିବା ଆୟୁଷ୍ମାନ ଖୁରାନାଙ୍କ ବ୍ଲାକ କମେଡି କ୍ରାଇମ୍ ଥ୍ରୀଲର ଫିଲ୍ମ 'ଅନ୍ଧାଧୁନ୍' ରିଲିଜ୍ ହେବା ସହିତ ବକ୍ସ ଅଫିସ ଠାରେ ହିଟ୍ ହୋଇଥିଲା। ଶ୍ରୀରାମ ରାଘବନଙ୍କ ସହ-ଲିଖିତ ତଥା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ସ୍ୱୀକୃତି ପାଇଥିଲା। ଆୟୁଷ୍ମାନ ଖୁରାନାଙ୍କ ବ୍ୟତୀତ ତବୁ, ରାଧିକା ଆପ୍ଟେ ଏବଂ ଅନିଲ ଧାୱନ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ। ଏହି ଚଳଚ୍ଚିତ୍ର ନିର୍ମାଣରେ ନିର୍ମାତା ୩୨ କୋଟି ଖର୍ଚ୍ଚ କରିଥିଲେ। ହେଲେ ଏହି ଚଳଚ୍ଚିତ୍ର ୪୫୬.୮୯ କୋଟି ଟଙ୍କା ରୋଜଗାର କରିଥିଲା।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link